ଘରକୁ କରି ଦିଅନ୍ତୁ ସିନେମା ହଲ୍‌…! ପୂରା ୩୨ ଇଞ୍ଚ୍‌ର ସ୍ମାର୍ଟ ଟିଭି କିଣନ୍ତୁ ମାତ୍ର ୧୧ ହଜାରରେ

ଭାରତରେ ସ୍ମାର୍ଟ ଏଲଇଡି ଟିଭି ବହୁତ ଟ୍ରେଣ୍ଡ କରୁଛି ଏବଂ ଏହାର ଦାମ୍‌ ବି ପୂର୍ବାପେକ୍ଷା ବହୁତ କମି ଯାଇଛି, ଯାହାଫଳରେ ଲୋକେ ବର୍ତ୍ତମାନ ବିନା ଦ୍ୱିଧାରେ ଏହାକୁ କିଣିବାରେ ଲାଗିଛନ୍ତି। କହି ରଖୁଛୁ, ଫ୍ଲିପକାର୍ଟରେ ‘ବିଗ୍ ବିଲିୟନ ଡେଡ୍ ସେଲ୍‌’ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ଫ୍ଲିପକାର୍ଟ ନିଜ ଗ୍ରାହକମାନଙ୍କୁ ବମ୍ପର ରିହାତି ଅଫର୍‌ କରିବା ଆରମ୍ଭ କରିଛି।

ସୂଚନାଥାଉ କି, 32 ଇଞ୍ଚର ସ୍ମାର୍ଟ ଏଲଇଡି ଟିଭିକୁ ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଡିସ୍‌କାଉଣ୍ଟ ସହିତ ଅଫର୍‌ କରାଯାଉଛି। ଯଦି ଆପଣ ଏହି ଫେଷ୍ଟିଭ୍‌ ସିଜନରେ ନିଜ ଘରର ନର୍ମାଲ ଟିଭିକୁ ଅପଡେଟ୍ କରିବାକୁ ଚାହୁଁଛନ୍ତି, ତା’ ହେଲେ ଏହାଠୁ ଆଉ ଭଲ ସୁଯୋଗ କେଉଁଠି ପାଇ ପାରିବେ ନାହିଁ। ଏମିତିରେ ଆଜି ଆମେ ଆପଣଙ୍କୁ 32 ଇଞ୍ଚର ସବୁଠାରୁ ଶସ୍ତା ସ୍ମାର୍ଟ ଏଲଇଡି ଟିଭି ବିଷୟରେ କହିବୁ, ଯାହାକୁ ଫ୍ଲିପକାର୍ଟରେ ଅଫର ସହିତ ଉପଲବ୍ଧ କରାଯାଇଛି। ଆସନ୍ତୁ ଜାଣିବା, ଏହି ସ୍ମାର୍ଟ ଟିଭିଗୁଡ଼ିକ କ’ଣ ଏବଂ ଏହା ଉପରେ କେତେ ଡିସ୍‌କାଉଣ୍ଟ ମିଳୁଛି।

TCL S5200 79.97 ସେମି (32 ଇଞ୍ଚ) HD ଏଲଇଡି ସ୍ମାର୍ଟ ଆଣ୍ଡ୍ରୋଏଡ୍‌ ଟିଭି:

ଏହି ସ୍ମାର୍ଟ ଟିଭିକୁ ଫ୍ଲିପକାର୍ଟରେ ମାତ୍ର ୧୧,୯୯୦ ଟଙ୍କାରେ କିଣାଯାଇ ପାରିବ। କହି ରଖୁଛୁ, ଏହାର ପ୍ରକୃତ ଦାମ୍‌ ହେଉଛି, ୨୯,୯୯୦ ଟଙ୍କା। କିନ୍ତୁ ଗ୍ରାହକ ଏହାକୁ ଅଧାରୁ ବି କମ୍ ମୂଲ୍ୟରେ କିଣି ପାରିବେ। ଏହା ଉପରେ ପୂରା ୬୦ ପ୍ରତିଶତ ରିହାତି ଦିଆଯାଉଛି। ଏହି ଟିଭିକୁ ଗ୍ରାହକ ୧୧,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ସହିତ ମଧ୍ୟ କିଣି ପାରିବେ। ଏହି ସ୍ମାର୍ଟ ଏଲଇଡି ଟିଭିରେ ଆପଣଙ୍କୁ ଡଲବି ଅଡିଓ ସହିତ ଭଏସ୍ ସର୍ଚ୍ଚ HDR 360 ଡିଗ୍ରୀ ଭ୍ୟୁ ଏବଂ ଆହୁରି ଅନେକ ଫଚର୍ସ ମିଳି ପାରିବ। ଏପରି କି, ଏଥିରେ ପ୍ରିଇନ୍‌ଷ୍ଟଲଡ OTT ଆପ୍ସ ମଧ୍ୟ ଦେଖିବାକୁ ମିଳିବ। ତେଣୁ ମୋଟାମୋଟି କହିବାକୁ ଗଲେ, ଏହି ଷ୍ଟାଇଲିସ୍ ସ୍ମାର୍ଟ ଏଲଇଡି ଟିଭି ଆପଣଙ୍କ ବଜେଟ୍‌କୁ ବିଲ୍‌କୁଲ ସୁହାଇବ।

ଡଲବି ଅଡିଓ (2022 ମଡେଲ୍) ସହିତ Mi 5A 80 ସେମି (32 ଇଞ୍ଚ) HD ଏଲଇଡି ସ୍ମାର୍ଟ ଆଣ୍ଡ୍ରୋଏଡ୍‌ ଟିଭି:

ଏହି ସ୍ମାର୍ଟ ଏଲଇଡି ଟିଭିକୁ ଗ୍ରାହକମାନେ ଫ୍ଲିପକାର୍ଟରୁ ମାତ୍ର ୧୩,୯୯୯ ଟଙ୍କାରେ କିଣି ପାରିବେ। ଏହା ବେଜଲ ଲେସ୍‌ ଡିସ୍‌ପ୍ଲେ ସହିତ ଆସୁଛି, ଯେଉଁଥିରେ କଲର୍‌ ପପ୍ ଏତେ ଜବରଦସ୍ତ ରହିଛି କି, ଆପଣଙ୍କୁ ଏକ ବାସ୍ତବିକ ଭିଜୁଆଲ୍ ଏକ୍ସପେରିୟନ୍ସ ମିଳିବ ଏବଂ ଆପଣଙ୍କ ଘର ସିନେମା ହଲ୍ ହୋଇଯିବ। କହି ରଖୁଛୁ, ଏହି ସ୍ମାର୍ଟ ଏଲଇଡି ଟିଭିରେ ୧ GB RAM ଏବଂ ୮ GBର ଷ୍ଟୋରେଜ୍ ଅଫର କରାଯାଇଛି। ଏଥିରେ ଲାଟେଷ୍ଟ୍‍ ଆଣ୍ଡ୍ରୋଏଡ୍‌ 11 ମିଳିବ ଏବଂ ଏଥି ସହିତ ଓକେ ଗୁଗଲ୍, 20 ୱାଟର ଡଲବି ଅଡିଓ, ସ୍ପିକର ଆଦି ମିଳି ପାରିବ। ଏହା ଏକ ପତଳା ଏଲଇଡି ଟିଭି, ଯାହାକୁ କିଣିବା ଦ୍ୱାରା ଆପଣଙ୍କୁ ଫାଇଦା ହିଁ ଫାଇଦା ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.