ହଠାତ୍‌ ଡାଉନ ହେଲା ଦୁନିଆର ବଡ ସର୍ଚ୍ଚ ଇଂଜିନ ଗୁଗଲ୍‌, ୪୦ ହଜାରରୁ ଅଧିକ ଲୋକେ ହେଲେ ପ୍ରଭାବିତ

ସାରା ବିଶ୍ୱରେ ଆଜି ଅର୍ଥାତ୍‌ ୯ ଅଗଷ୍ଟ ସକାଳ ପ୍ରାୟ ୭ଟାରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ପ୍ରାୟ ୧୦ ମିନିଟ୍ ପାଇଁ ଡାଉନ୍ ହୋଇଥିଲା । ଅବଶ୍ୟ କମ୍ପାନୀ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇଥିଲା, ଯେଉଁ କାରଣରୁ ଗୁଗଲର ସେବା ପୁନର୍ବାର କାମ କରିବା ଆରମ୍ଭ କରିଥିଲା । ତେବେ ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଂଜିନ ହଠାତ୍‌ ଠପ୍‌ ହୋଇପଡିବା ଚିନ୍ତାର ବିଷୟ ରହିଥିଲା।ଏହି ସେବା ଡାଉନ୍ ହେତୁ ବିଶ୍ୱବ୍ୟାପୀ ଅନେକ ଉପଭୋକ୍ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ତେବେ ଡାଉନ୍ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଯେତେବେଳେ ଗୁଗଲ୍ ଡାଉନ୍ ସମୟରେ ୟୁଜର୍ସମାନେ କୌଣସି ଜିନିଷ ଖୋଜୁଛନ୍ତି, ସେମାନଙ୍କୁ 500 That’s an error ଏକ ମେସେଜ୍ ମିଳିଥିଲା । ଗୁଗଲ୍ ବ୍ୟବହାରକାରୀମାନେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସର୍ଚ୍ଚରେ ଆସୁଥିବା ଏହି ସମସ୍ୟା ବିଷୟରେ ଲେଖୁଛନ୍ତି ଏବଂ ଏହାକୁ ରିପୋର୍ଟ କରିବାକୁ ମଧ୍ୟ କହୁଛନ୍ତି ।

ଗୁଗଲ ଡାଉନ ହେବା ବିଷୟରେ କମ୍ପାନୀକୁ ପଚରାଯାଇଥିଲା କିନ୍ତୁ କମ୍ପାନୀ ଏନେଇ କୌଣସି ଉତ୍ତର ଦେଇନାହିଁ। ଏହାରି ମଧ୍ୟରେ ସର୍ଚ୍ଚ ଇଞ୍ଜିନକୁ ନେଇ ଅନେକ ଉପଭୋକ୍ତା ଟ୍ୱିଟରରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । କିଛି ଉପଭୋକ୍ତା ଟ୍ୱିଟରରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନର ସ୍କ୍ରିନ୍ ସଟ୍ ମଧ୍ୟ ସେୟାର କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.