ଗୁଗଲ ଆଣୁଛି PiP ଫିଚର, Youtube ରେ ଭିଡିଓ ଚଲାଇବା ବେଳେ ମଧ୍ୟ ବ୍ଯବହାର କରିପାରିବେ ଅନ୍ଯ ଆପ୍

ଗୁଗଲ ପୁଣି ଏକ ନୂଆ ଫିଚରରେ କାମ କରୁଛି, ଯାହା ନାମ PiP “Picture in Picture”। ଆଇଓଏସ ୟୁଜର୍ସ ପାଇଁ ଆସୁଥିବା ଏହି ଫିଚର ସାହାଯ୍ଯରେ ୟୁଟ୍ଯୁବ ଆପ୍ ପ୍ରିମିଅମ ସବସ୍କ୍ରାଇବର୍ସ ମୋବାଇଲରେ ଅନ୍ଯ ଆପ୍ ବ୍ଯବହାର କରିବା ସମୟରେ ମଧ୍ୟ ଭିଡିଓ ଦେଖିପାରିବେ। ଏହି ଫିଚର କେବଳ ୟୁଟ୍ଯୁବ ପ୍ରିମିଅମ କଷ୍ଟମର୍ସଙ୍କ ପାଇଁ ଉପଲବ୍ଧ। ଏବେ ଏହି ଫିଚରକୁ ଏକ୍ସପେରିମେଣ୍ଟ ଭାବେ ରୋଲ୍ ଆଉଟ୍ କରାଯାଉଛି।

Appleinsider ରିପୋର୍ଟ ମୁତାବକ, ୟୁଟ୍ଯୁବର ନୂଆ PiP ଫିଚର ୟୁଜ କରିବାକୁ ହେଲେ ୟୁଜର୍ସ ପୂର୍ବରୁ ମାନୁଆଲି ଆକ୍ଟିଭେଟ କରିପାରନ୍ତି। ଫିଚରକୁ ଇନବିଲ୍ଡ କରିବା ପରେ ଏହି ଫିଚର ୟୁଜର୍ସଙ୍କୁ Youtube viewing windowକୁ ମିନିମାଇଜ କରି ଆଉ ଏକ ମିନି ପ୍ଲେୟାର ୱିଣ୍ଡୋରେ ପରିବର୍ତ୍ତନ କରିପାରିବେ। ଏହାପରେ ୟୁଜର୍ସ ସ୍ମାର୍ଟଫୋନରେ ୟୁଟ୍ଯୁବ ଭିଡିଓ ଦେଖିବା ସହିତ ଅନ୍ଯ ଆପ୍କୁ ବ୍ଯବହାର କରିପାରିବେ।

କେମିତି କରିବେ ବ୍ଯବହାର:

ୟୁଟ୍ଯୁବ ୟୁଜର୍ସ ଏହି ନୂଆ PiP ଫିଚରକୁ ୟୁଜ କରିବା ପାଇଁ ପ୍ରଥମେ youtube.com/newକୁ ଯାଆନ୍ତୁ। ଏଠାରେ ଗୁଗଲ ଆକାଉଣ୍ଟରେ ଲଗ୍ ଇନ କରନ୍ତୁ।

ପରେ ୟୁଜର୍ସ PiP ମୋଡକୁ ନେଭିଗେଟ କରନ୍ତୁ। ତା’ ପରେ ‘Try it out ’ ମୋଡର ଅପସନକୁ ସିଲେକ୍ଟ କରନ୍ତୁ।

ଏହା କରିବା ପରେ ୟୁଜର୍ସ ନିଜ ଆକାଉଣ୍ଟକୁ ଆକ୍ଟିଭେଟ ଅପସନକୁ ଓପନ କରିବାକୁ ହେବ। ଏବେ ୟୁଟ୍ଯବ ଆପ୍କୁ ଫୋନରେ ଓପନ କରି ଭିଡିଓ ଚଲାଇବାକୁ ହେବ।

ଏହା କରିବା ପରେ ୟୁଜର୍ସ ଆପ୍ ବନ୍ଦ କରିବା ପାଇଁ ହୋମ ବଟନକୁ ପ୍ରେସ କରି ଏହାକୁ ଉପରକୁ କିମ୍ବା ତଳକୁ ସ୍ବାଇପ କରନ୍ତୁ। ଏବେ ୟୁଟ୍ଯୁବ ଏକ ମିନି ପ୍ଲେୟାରରେ ପରିବର୍ତ୍ତନ ହୋଇଯିବ। ଏହା କରିବା ପରେ ଭିଡିଓ ଏକ ଛୋଟ PiP ପ୍ଯାନରେ ଚାଲିବ।

Leave A Reply

Your email address will not be published.