ବର୍ତ୍ତମାନ କଲ୍ ରେକର୍ଡ କରିବା ହେବ କଷ୍ଟ, ଗୁଗଲ୍ ନେବାକୁ ଯାଉଛି ବଡ଼ ପଦକ୍ଷେପ
ଗୁଗଲ, ଫୋନ୍ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ନୂଆ ନୂଆ ଫିଚର୍ ଆଣୁଛି। ଯାହାକି ଉପୋଭୋକ୍ତାଙ୍କୁ ଅନେକ ସମୟରେ ସାହାଯ୍ୟ ମଧ୍ୟ କରୁଛି। କିନ୍ତୁ ଏବେ ଗୁଗଲ ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଗୁଗଲର ନୂଆ ନୀତି ୧୧ ମେ ରୁ କାର୍ଯ୍ୟକାରୀ ହେବ, ଯାହା ପରେ ଆଣ୍ଡ୍ରଏଡ୍ ଫୋନରେ ତୃତୀୟ ପକ୍ଷ କଲ୍ ରେକର୍ଡିଂ ବନ୍ଦ ହୋଇଯିବ।
କଲ୍ ରେକର୍ଡିଂ ବିଷୟରେ କହିବାକୁ ଗଲେ ଏହାକୁ ନେଇ ବହୁତ୍ ଲୋକଙ୍କ ମଧ୍ୟରେ ଦଙ୍ଗା ହୋଇଯାଏ। ଅନେକ ଲୋକ ଗୁଗଲ୍ ପ୍ଲେ ଷ୍ଟୋରରେ ଅନେକ କଲ୍ ରେକର୍ଡିଂ ଆପ୍ ମଧ୍ୟ ମାଗଣାରେ ପାଇ ଯାଆନ୍ତି। ଯଦିଓ ଗତ କିଛି ମାସ ଧରି, କଲ୍ ରେକର୍ଡିଂ ଆରମ୍ଭ ହେବା ମାତ୍ରେ ଗୁଗଲ୍ ଉପଭୋକ୍ତାମାନଙ୍କୁ ଆଲର୍ଟ ଦେବା ଆରମ୍ଭ କରିଦେଇଛି ଏବଂ ବର୍ତ୍ତମାନ ମଧ୍ୟ ରିପୋର୍ଟ କରାଯାଇଛି ଯେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି।
ଏମିତିକି ଚଳିତ ବର୍ଷ ମେ ୧୧ ରୁ ଏହା ଆରମ୍ଭ ହେବ। ତେବେ ଚାଲନ୍ତୁ ଜାଣିବା ଏପରି ପଦକ୍ଷେପ ନେବା ପଛର କାରଣ। କହିବାକୁ ଗଲେ ଗୁଗୁଲ୍ ଶୀଘ୍ର ନୂଆ ଅପଡେଟ୍ ରିଲିଜ୍ କରିବ। ରେଡ୍ଡିଟ୍ ବ୍ୟବହାରକାରୀଙ୍କ ଦାବି ଅନୁଯାୟୀ ଗୁଗଲ ଖୁବ୍ ଶୀଘ୍ର ଏକ ଅପଡେଟ୍ ପ୍ରକାଶ କରିବ ଯାହା ପରେ ଆଣ୍ଡ୍ରଏଡ୍ ଫୋନରେ କଲ୍ ରେକର୍ଡିଂ ବନ୍ଦ ହୋଇଯିବ। ତେବେ ଏହି ନିୟମ ଆସନ୍ତା ୧୧ ରୁ କାର୍ଯ୍ୟକାରୀ ହେବ, ଯାହା ପରେ ଆଣ୍ଡ୍ରଏଡ୍ ଫୋନରେ ତୃତୀୟ ପକ୍ଷ କଲ୍ ରେକର୍ଡିଂ ବନ୍ଦ ହୋଇଯିବ।
ଗୁଗୁଲ କଲ୍ ରେକର୍ଡିଂ ବନ୍ଦ କରିବାକୁ ଚେଷ୍ଟା କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଆଣ୍ଡ୍ରଏଡ୍ ୧୦ ସହିତ ଗୁଗୁଲ ନିଜ ଫୋନରୁ କଲ୍ ରେକର୍ଡିଂ ଫିଚର୍ ହଟାଇ ଦେଇଥିଲା। ଗୁଗୁଲ୍ କହିଛି ଯେ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ସୁରକ୍ଷା ଦୃଷ୍ଟିରୁ ଫୋନରେ କଲ୍ ରେକର୍ଡିଂ କରିବା ଠିକ୍ ନୁହେଁ। କଲ୍ ରେକର୍ଡିଂ ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ଅଛି। ଗୁଗୁଲର ଏହି ନିଷ୍ପତ୍ତି ପରେ, ଟ୍ରୁକଲର୍ ଏବଂ ACR ପରି ଅନେକ ତୃତୀୟ ପକ୍ଷ ଆପ୍ ଫୋନ୍ କଲ ରେକର୍ଡ କରିବା ପାଇଁ ଆକ୍ସେସିବିଲିଟି API ବ୍ୟବହାର କରିବା ଆରମ୍ଭ କରିଥିଲେ।
ତେବେ ଯଦିଓ ଗୁଗଲ ଶୀଘ୍ର କଲ ରେକର୍ଡ ପାଇଁ ଆକ୍ସେସିବିଲିଟି API ବ୍ୟବହାର ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି, ଉପଭୋକ୍ତାମାନେ ଅନ୍ୟ ଏକ ଉପାୟରେ କଲ୍ ରେକର୍ଡ କରିବାକୁ ସମର୍ଥ ହେବେ। ଗୁଗଲର ଏହି ନିଷ୍ପତ୍ତିର ଅର୍ଥ ନୁହେଁ ଯେ ଉପଭୋକ୍ତାମାନେ ଆଉ କଲ୍ ରେକର୍ଡ କରିବାକୁ ସମର୍ଥ ହେବେ ନାହିଁ। ଯଦି ଆପଣଙ୍କର ଫୋନରେ କଲ୍ ରେକର୍ଡିଂ ସୁବିଧା ଅଛି ତେବେ ଆପଣ ଆରାମରେ କଲ୍ ରେକର୍ଡ କରିବାରେ ସକ୍ଷମ ହେବେ, କିନ୍ତୁ ଆପଣ ଅନ୍ୟ କୌଣସି ଆପ୍ ମାଧ୍ୟମରେ କଲ୍ ରେକର୍ଡ କରିବାରେ ସମର୍ଥ ହେବେ ନାହିଁ। ଆପଣଙ୍କୁ ଏହା ଜଣାଇବା ନିହାତି ଦରକାର ଯେ ସାମସଙ୍ଗ ଠାରୁ ନେଇ ୱାନପ୍ଲସ ଓ ସାଓମି ଭଳି ସମସ୍ତ କମ୍ପାନୀର ଫୋନରେ ଇନ-ବିଲ୍ଟ କଲିଂ ରେକର୍ଡିଂ ସୁବିଧା ଉପଲବ୍ଧ।
ତେବେ ଏପରି କରିବାର ସବୁଠୁ ବଡ଼ କଥା ହେଉଛି ଉପୋଭୋକ୍ତାଙ୍କ ସୁରକ୍ଷା। କାରଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗୁଛି ଅନଲାଇନ ଫ୍ରଡ୍। ଖାସ କରି ସେଥିପାଇଁ ଗୁଗଲ ଏପରି ନିଷ୍ପତି ନେବାକୁ ଯାଉଛି।