Google ଲଞ୍ଚ କଲା ନୂଆ ଭିଡିଓ ଆପ , Tiktok ସହ ହବ କଡା ମୁକାବିଲା

ନିକଟରେ ଗୁଗୁଲ କମ୍ପାନୀ ନିଜର ଏକ ନୂଆ ଆପ ଲଞ୍ଚ କରିଛି । ଏହା ହେଉଛି ସର୍ଟ ଭିଡିଓ ଆପ, ଯାହାର ନାଁ ରଖାଯାଇଛି ଟାଙ୍ଗି ଆପ । ଏଥିରେ ୟୁଜର୍ସ ମାନେ ନୂଆ ନୂଆ ଟେକ ନିକ ବି ଶିଖିପାରିବେ ବୋଲି ଜଣା ଯାଇଛି । ଏହାବାଦ ୟୁଜର୍ସ ମାନେ ନିଜ ସାଙ୍ଗ ସାଥି ବନ୍ଧୁବାନ୍ଧବଙ୍କ ସହ ନିଜ ନିଜ କ୍ରିଏଟିଭ ସ୍କିଲକୁ ସେୟାର କରିପାରିବେ । ଅବଶ୍ୟ ବର୍ତ୍ତମାନ ସମୟରେ ଏହି ଆପ ୱେବସାଇଟ ଓ ଆପଲ ଷ୍ଟୋର ମାନଙ୍କରେ ଉପଲବ୍ଧ ହିଁ ଅଛି । ଖୁବଶୀଘ୍ର ଏହାକୁ ଆଣ୍ଡ୍ରଏଡ଼ ଫୋନ ମାନଙ୍କରେ ବି ଉପଲବ୍ଧ କରାଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ଏହି ଆପଟି ପାଖାପାଖି ପିଂଟରେଷ୍ଟ ଓ ଇନ୍ଷ୍ଟଗ୍ରାମ ସଦୃଶ ହିଁ ଦେଖାଯାଉଛି । ଏଥିରେ ଏକ ସର୍ଚ୍ଚ ବାର ବି ଦିଆଯାଇଛି ।

tangi app

 

ଯେଉଁଠିକୁ ଯାଇ ଆପଣ କୌଣସି ବିଶେଷ ଟପିକ ବିଷୟରେ ତଥ୍ୟ ହାସଲ କରିପାରିବେ । ଟାଙ୍ଗି ଆପରେ ସର୍ବାଧିକ 60 ସେକେଣ୍ଡ ଯାଏଁ ହିଁ କୌଣସି ଭିଡିଓ ଦେଖାଯାଇପାରିବ । ଭିଡିଓ ସହ ୟୁଜର ମାନଙ୍କୁ କମେନ୍ଟର ବିକଳ୍ପ ମଧ୍ୟ ମିଳିପାରିବ | ଉପଲବ୍ଧ ଥିବା ଟ୍ରାଇ ଇଟ ଉପରେ ହିଁ କ୍ଲିକ କଲେ ଆପଣ ଭିଡିଓ ଟିକୁ ସେଭ କରିପାରିବେ । କିନ୍ତୁ ଭିଡିଓ ଦେଖିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ନୂଆ ଆକାଉଣ୍ଟ ଖୋଲିବାକୁ ପଡିବ । ବିଭିନ୍ନ ଅଂଚଳର କ୍ରିଏଟିଭ ଲୋକଙ୍କୁ ଆଖି ଆଗରେ ରଖି ହିଁ ଏହି ଆପ ଟିକୁ ନିର୍ମାଣ କରାଯାଇଛି ବୋଲି କମ୍ପାନୀ ସିଇଓ ଏକ ସାକ୍ଷାତକାର ସମୟରେ କହିଛନ୍ତି ।

ଏଥିରେ ଆର୍ଟ, କୁକିଙ୍ଗ, ଫେସନ, ଲାଇଫ ଷ୍ଟାଇଲ, ବ୍ୟୁଟି ପରି ଭିନ୍ନ ଭିନ୍ନ ସେଙ୍ଗମେଣ୍ଟ ଉପଲବ୍ଧ କରାଯାଇଛି । ଯେଉଁଥିରେ ଲୋକେ ନିଜ ଅନ୍ତର୍ନିହିତ ପ୍ରତିଭା ସହଜରେ ଦୁନିଆ ସାମ୍ନାକୁ ଆଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.