ୟୁଜର୍ସଙ୍କ ପାଇଁ ଆସିଲା ଗୁଗଲ ପେ କ୍ରେଡିଟ କାର୍ଡ, ଜାଣନ୍ତୁ କେମିତି କରିବେ ଆପ୍ଲାଏ

ଆସିଗଲା ଗୁଗଲ କ୍ରେଡିଟ କାର୍ଡ। ଯଦି ଆପଣ ବି ଜଣେ ଗୁଗଲ ପେ ୟୁଜର୍ସ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଫୋନରେ ଅନେକ ଜଣ ଗୁଗଲ ପେ ଜରିଆରେ ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଏମିତିରେ ସପିଂ ଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛିର ଅନଲାଇନ ପେମେଣ୍ଟ ଏହାରି ମାଧ୍ୟମରେ କରିଥାନ୍ତି।

କିନ୍ତୁ ଏବେ ବ୍ୟାଙ୍କ ଭଳି ଗୁଗୁଲ ପେର କ୍ରେଡିଟ କାର୍ଡ ମଧ୍ୟ ମାର୍କେଟକୁ ଆସିବ। ଗୁଗୁଲ ପେ ନିଜ ଗ୍ରାହକଙ୍କ ସେବା ରେ ଖୁବ ଶୀଘ୍ର କ୍ରେଡିଟ କାର୍ଡ ଲଞ୍ଚ କରିବାକୁ ଯାଉଛି। ଏହା ଠିକ ବ୍ୟାଙ୍କର କ୍ରେଡିଟ କାର୍ଡ ଭଳି କାମ କରିବ। ସୂଚନା ମିଳିଛି ଯେ ଗୁଗୁଲ ପେ ଅନ୍ୟ ବ୍ୟାଙ୍କ ସହ ବୁଝାମଣା କରି ଗ୍ରାହକଙ୍କ ପାଇଁ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଆପଣ ଚାହିଁଲେ ଗୁଗଲ ପେ ସହ କ୍ରେଡିଟ କାର୍ଡ ପାଇଁ ଆପ୍ଲାଏ କରିପାରିବେ। ଏବଂ ଲୋନରେ ସପିଂର ମଜା ଉଠାଇପାରିବେ।

ଏମିତିରେ କମ୍ପାନୀ ତାର ପ୍ରତ୍ୟେକ ଗ୍ରାହକଙ୍କୁ ଏହାର ସୁବିଧାଦେବା ପାଇଁ ନିଷ୍ପତ୍ତି ନେଇଛି। କମ୍ପାନୀ ଏବେ ଯେଉଁ କ୍ରେଡିଟ କାର୍ଡ ୟୁଜର୍ସଙ୍କୁ ଦେବ ତାହା କୌଣସି ବ୍ୟାଙ୍କ ସହ ଲିଙ୍କ ହୋଇଥିବ। ଏମିତିରେ ଗୁଗଲ ପେ ଜରିଆରେ ସେହି ବ୍ୟାଙ୍କରୁ ଆପଣଙ୍କ ଟଙ୍କା କଟିବ। ଟାଞ୍ଜାକସନ ଗୁଗଲ ପେ କରିବ କିନ୍ତୁ ଟଙ୍କା କାର୍ଡ ମଧ୍ୟମରେ ପାଇବେ। ଏବେ ଜାଣନ୍ତୁ କେମିତି କରିବେ ଆପ୍ଲାଏ:

-ଗୁଗଲ ପେ ର Money section କୁ ଯାଆନ୍ତୁ। ସେଥିରେ କ୍ରେଡିଟ କାର୍ଡ ବଟନ ରେ କ୍ଲିକ କରନ୍ତୁ।

– ଏଥିରେ ଦିଆଯାଇଥିବା ସମସ୍ତ ସୂଚନା କୁ ପଢ଼ିବା ପରେ More Card Benefits ଉପରେ କ୍ଲିକ କରନ୍ତୁ। ଏଥିରେ ଡିଟେଲ୍ସ ରେ ସବୁକିଛି ଜାଣିଯିବେ।
– ଏବେ apply now ଉପରେ କ୍ଲିକ କରନ୍ତୁ।
– ନିଜ ପର୍ସନାଲ ଡିଟେଲ୍ସ ଚେକ କରି ଏହାପରେ continue ଉପରେ କ୍ଲିକ କରନ୍ତୁ।
– ଏହାପରେ ଆପଣଙ୍କ ଠିକଣାକୁ ଭେରିଫାଏ କରାଯିବ।
– ପରେ ନିଜ ଆବେଦନ ଫର୍ମକୁ ପୂରଣ କରନ୍ତୁ।
– ପରେ ସବମିଟ କରନ୍ତୁ । ଥରେ ସବମିଟ ପରେ କ୍ୟାନସଲ କରିହେବ ନାହିଁ। ତେଣୁ ଧ୍ୟାନ ରଖି ଫର୍ମରେ ସବୁ ତଥ୍ୟ ଭରନ୍ତୁ।
– ଏହାପରେ ବ୍ୟାଙ୍କର କାର୍ଡ ପାଇଁ ଆପ୍ଲାଏ କରିପାରିବେ। ରିକ୍ୱେଷ୍ଟ ଭେରିଫାଏ ପରେ ଆପଣଙ୍କୁ କାର୍ଡ ମିଳିଯିବ।

ଏବେ ଜାଣନ୍ତୁ କ୍ରେଡି ଟ କାର୍ଡରୁ କିପରି କରିବେ ପେମେଣ୍ଟ:

-ଏଥିରେ ପ୍ରଥମେ ଆପଣଙ୍କ ଗୁଗଲ ପେ ଆକାଉଣ୍ଟକୁ କ୍ରେଡିଟ କାର୍ଡ ସହ ଯୋଡନ୍ତୁ।

– ମୋବାଇଲରେ Google pay ଆପ୍‌ କୁ ଖୋଲନ୍ତୁ
– ଏଥିରେ ନିଜ ପ୍ରୋଫାଇଲ, ବ୍ୟାଙ୍କଖାତା ଏବଂ କାର୍ଡ ଉପରେ ଟ୍ୟାପ କରି ପରେ କାର୍ଡ ଯୋଡ଼ନ୍ତୁ।
– କାର୍ଡ ନମ୍ବର, ତାରିଖ, ସିଭିଭି ଓ କାର୍ଡଧାରକଙ୍କ ନାମ ସହ ସ୍ଥାନ ସମ୍ପର୍କରେ ସୂଚନା ଦିଅନ୍ତୁ।
– ସେଭ କରି ପରେ ଟ୍ୟାପ କରନ୍ତୁ।
– ନିୟମ ଓ ସର୍ତ୍ତକୁ ପଢ଼ି ଆଗକୁ ବଢ଼ନ୍ତୁ।
– ଏମିତିରେ କାର୍ଡ ଭେରିଫାଏ ପାଇଁ ବ୍ୟାଙ୍କ ସହ ସମ୍ପର୍କ କରାଯିବାର ଲେଖା ଆସିବ। ପରେ ସେମାନେ ଭେରିଫାଏ କରିବେ
– ଓଟିପି ମାଧ୍ୟମରେ ଅତିରିକ୍ତ ଅଥେଣ୍ଟିକେସନ ପାଇଁ କୁହାଯିବ।
– ଓଟିପି ଅଟୋ ରିଡ ପରେ ମାନୁଆଲ ଭାବେ ଟଙ୍କା ଦର୍ଜ କରିପାରିବେ।
– ନ ୂଆ କାର୍ଡର ପେମେଣ୍ଟ ଲିଷ୍ଟରେ ଆକ୍ଟିଭେଟ କୁ କ୍ଲିକ କରନ୍ତୁ।
– ପରେ ଓ୍ଵାନ ଟାଇମ ପାସଓ୍ଵାର୍ଡ ଦିଅନ୍ତୁ।

ଶେଷରେ ଆପଣଙ୍କ ପାଖକୁ ଏକ କନଫର୍ମେସନ ମେସେଜ ଆସିବ। ଯଦିଚ ନ ଆସେ ତେବେ କାର୍ଡର ସୂଚନା ପୁଣି ଦର୍ଜ କରନ୍ତୁ। ଭେରିଫାଏ ପରେ ଆପଣ କାର୍ଡରେ ଟଙ୍କା ଲେଣ ଦେଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.