ଗୁଗଲ୍ ପେ ଏବଂ ଫୋନ୍ ପେ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ, ଅନ୍ୟ କାହା ପାଖକୁ ଯାଇପାରେ ଆପଣଙ୍କ ଟଙ୍କା

ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗୁଛି ଅନଲାଇନ୍ ଫ୍ରଡ। ତେଣୁ ଆପଣ ଯଦି ଅଧିକ ସମୟ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ୨୦୧୬ ରେ ଭାରତରେ UPI ଲଞ୍ଚ କରାଯାଇଥିଲା। ଏହା ହେଉଛି ସବୁଠାରୁ ଲୋକପ୍ରିୟ ଦେୟ ପଦ୍ଧତି। ଗୁଗୁଲ୍ ପେ ଏବଂ ଫୋନ୍ ପେ ଭଳି ପ୍ଲାଟଫର୍ମରେ, ଆପଣ ଏକ ବ୍ୟାଙ୍କ ଖାତାର ଏହି ଭିନ୍ନ UPI ID ଯୋଡିପାରିବେ। କିନ୍ତୁ ଏହା ବର୍ତ୍ତମାନ ବଡ ସମସ୍ୟା ହେଲାଣି। କାରଣ ଅନଲାଇନ୍ ଠକାମୀ ହେଇଛି।

ବର୍ତ୍ତମାନ ଜଣେ ବ୍ୟକ୍ତି ଏକାଧିକ UPI ID ସୃଷ୍ଟି କରିପାରିବ। ଆହୁରି ମଧ୍ୟ, ଏହି UPI ID ଗୁଡିକ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇପାରିବ। ଅନେକ ସମୟରେ ବିଭିନ୍ନ UPI ID ମନେ ରଖିବା ଅତ୍ୟନ୍ତ କଷ୍ଟକର। ତେଣୁ ସମସ୍ତ କାର୍ଯ୍ୟ ଗୋଟିଏ UPI ID ସହିତ କରାଯାଇପାରିବ। ଏହି କ୍ଷେତ୍ରରେ, ଆପଣ ବାକି UPI ID କାଟି ପାରିବେ। ଆଜି ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ବିଭିନ୍ନ UPI ID କୁ ସହଜରେ କାଟି ପାରିବେ ଓ ନିଜର ଟଙ୍କା ଟ୍ରାନ୍ଜାକ୍ସନ୍ ଠିକ୍ ଭାବେ କରି ପାରିବେ।

PhonePe ରେ UPI ID କିପରି କାଟିବେ ?

– ଫୋନ୍ ପେରେ ମୋବାଇଲ୍ ନମ୍ବରରୁ ID ସୃଷ୍ଟି ହୁଏ। ଯେମିତିକି 97XXXXXXX @ybl।

– ସର୍ବପ୍ରଥମେ ଫୋନ୍ ପେ ଆପ୍ ଖୋଲୋନ୍ତୁ। ଉପର ବାମ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଉପରେ କ୍ଲିକ୍ କରନ୍ତୁ।

– ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଆକାଉଣ୍ଟରେ କ୍ଲିକ୍ କରନ୍ତୁ।
– ଆପଣ ସମସ୍ତ UPI ID ଦେଖିବେ ଓ ଡାହାଣ ପାର୍ଶ୍ୱରେ ଆପଣ ଡିଲିଟ୍ ବଟନ୍ ଦେଖିବେ।
– UPI ID ଉପରେ କ୍ଲିକ୍ କରିବା ପରେ ଡିଲିଟ ହୋଇଯିବ।

ଗୁଗଲ୍ ପେରେ UPI ID କିପରି ଡିଲେଟ କରିବେ?

– ଗୁଗଲ୍ ପେରେ ଥିବା UPI ID ନାମ ଉପରେ ଆଧାରିତ। UPI ID ବିଲୋପ କରିବାର ପ୍ରକ୍ରିୟା ବହୁତ ସରଳ।

– ସର୍ବପ୍ରଥମେ GPay ଆପ୍ ଖୋଲନ୍ତୁ। ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ ଉପରେ କ୍ଲିକ୍ କରନ୍ତୁ।
– ଏହା ପରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଆନ୍ତୁ।
– ଏହା ପରେ Manage UPI ID ଉପରେ କ୍ଲିକ୍ କରନ୍ତୁ।

– ସାଇଟ୍ ପାର୍ଶ୍ୱରେ ଆପଣ ଡିଲିଟ୍ ବଟନ୍ ଦେଖିବେ, ସେଠାରେ କ୍ଲିକ୍ କଲେ ID ଡିଲିଟ୍ ହୋଇଯିବ।

ଏପରି କରିବା ଦ୍ବାରା ଅପଣଙ୍କର କୌଣସି ଅସୁବିଧା ହେବନି। ଆପଣ ଠକାମୀର ଶିକାର ମଧ୍ୟ ହେବେ ନାହିଁ। ଆପଣଙ୍କ ଟଙ୍କା ମଧ୍ୟ କୁଆଡେ ଯିବନି ଓ ଅନ୍ୟ ପଟେ ଠିକ ଭାବେ ଟ୍ରାଞ୍ଜାକ୍ସନ ମଧ୍ୟ କରି ପାରିବେ।

Leave A Reply

Your email address will not be published.