ଯଦି ବାଇକ କିଣିବା ପାଇଁ ଭାବୁଛନ୍ତି କି,ତେବେ ହୋଇଯାଆନ୍ତୁ ପ୍ରସ୍ତୁତ, ଲଞ୍ଚ ହେବାକୁ ଯାଉଛି ହିରୋର ନୂଆ ବାଇକ୍

ନୂଆଦିଲ୍ଲୀ : ହିରୋ ମଟୋରକପ୍ ଆସନ୍ତା ୧୮ ମାସ ମଧ୍ୟରେ ଚାରୋଟି ନୂଅ ବାଇକ୍ ଲଞ୍ଚ କରିବାକୁ ଯାଉଛି। ପ୍ରିମିୟମ ସେଗମେଣ୍ଟର ଏହି ବାଇକ୍ ଗୁଡ଼ିକୁ କମ୍ପାନି ପ୍ରିମିୟମ ସେଲ୍ସ ଆଉଟଲେଟ ମାଧ୍ୟମରେ ବିକ୍ରି କରିବ। ୨୦୦-୩୦୦ ସିସି ଇଞ୍ଜିନର ବାଇକ୍ ବଢ଼ୁଥିବା ଚାହିଦା ଦେଖି କମ୍ପାନି ଏହି ବାଇକ ଗୁଡ଼ିକକର ବଜାର ପ୍ରବେଶ କରିବାକୁ ଯାଉଛି। ଆସନ୍ତୁ ଜାଣିବା କେଉଁ କେଉଁ ୨୦୦-୨୫୦ସିସ ବିଶିଷ୍ଟ ବାଇକ୍ ବଜାରେ ଲଞ୍ଚ କରିବାକୁ ଯାଉଛି।

hero

ହିରୋ କମ୍ପାନି ସବୁଠାରୁ ପ୍ରଥମେ ଏକ୍ସପ୍ଲସ ୨୦୦ ଲଞ୍ଚ କରିବ। ଏହା ହିରୋର ଡ଼ୋମେଷ୍ଟିକ୍ ମାର୍କେଟ ପ୍ରଥମ ଥର ପାଇଁ କମ୍ପାନି ଏଡ଼ଭାଞ୍ଚରିୟସ ବାଇକ୍ ଲଞ୍ଚ କରିବାକୁ ଯାଉଛି। ଏହାର ମୂଲ୍ଯ ଲକ୍ଷେ ପାଖାପାଖି ରହିବ ବୋଲି କୁହାଯାଉଛି। ଚଳିତ ବର୍ଷର ଶେଷ ବା ଆସନ୍ତା ବର୍ଷର ଆରମ୍ଭ ସୁଧା ଏହାକୁ ଳଞ୍ଚ କରାଯିବା ନେଇ ସୂଚନା ରହିଛି। ଏହି ବାଇକଟି ୨୦୦ସିସିର ସିଙ୍ଗଲ ସିଲିଣ୍ଡର  ବିଶିଷ୍ଟ ରହିଥିବା ବେଳେ ୧୮ବିଏଚପି ପାୱାର ଏବଂ ୧୭ ଏନଏମ୍ ଟ୍ରାକ୍ ଜେନେରେଟ କରିବ। ଏହି ବାଇକଟି ପାଞ୍ଚଟି ଗିୟରବକ୍ସ ବିଶିଷ୍ଟ ରହିଛି।

Hero-Xtreme

କମ୍ପାନି ଦେଶର ମେଟ୍ରୋ ସିଟି ମାନଙ୍କରେ ନିଜର ପ୍ରିମିୟମ ଆଉଟଲେଟ ଖୋଲିବା ନେଇ ଖବର ରହିଛି। ଏଥିରେ ଏକ୍ସ ପ୍ଲସ ସହ ଆଉ ୩ଟି ବାଇକ୍ ଲଞ୍ଚ କରିବା ନେଇ ଖବର ରହିଛି। ତେବେ ଏକ୍ସପ୍ଳସର ୩୦୦ସିସି ବିଶିଷ୍ଟ ବାଇକ୍ ମଧ୍ୟ ଲଞ୍ଚ କରାଯିବା ନେଇ କମ୍ପାନି କହିଛି। ଏହି ବାଇକ୍ ଗୁଡ଼ିକ ପ୍ରିମିୟମ ମୋଟରସାଇକେଲ ସେଗମେଣ୍ଟରେ ଲଞ୍ଚ କରାଯିବ। ଏହି ବାଇକ୍ ଗୁଡ଼ିକ ୧୪ ଲିଟର ବିଶଷ୍ଟ ହେବା ସହ ଏଥିରେ ଏଲଇଡ଼ି ହେଡ଼ଲେପ୍ସ, ନକଲ ଗାର୍ଡ଼, ବ୍ରଶ୍ ପ୍ଲେଟ ଆଦିର ଫିଚର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.