Honor କମ୍ପାନୀ ତରଫରୁ ଲଞ୍ଚ ହେବାକୁ ଯାଉଛି ନୂଆ ସ୍ମାର୍ଟଫୋନ Honor Play 5, ରହିଛି ଜବରଦସ୍ତ ଫିଚର୍ସ

Honor କମ୍ପାନୀ ତରଫରୁ ନୂଆ ଫୋନ Honor Play 5 ଲଞ୍ଚ ହୋଇଛି । ଏହି ଫୋନର ଡିଜାଇନ ଭଲ ରହିଥିବା ବେଳେ ଫୋନର ସ୍ପେଶିଫିକେସନ ମଧ୍ୟ ଭଲ ରହିଛି । ଏହି ଫୋନରେ Huawei Nova 8 SE ଡାଇମେନସନ 800U  ଚିପସେଟ୍ ଭର୍ଜନ ରହିଛି । ଏହାର ଘୋଷଣା ଗତବର୍ଷ ନଭେମ୍ବରରେ କରାଯାଇଥିଲା । ତେବେ ଚାଲନ୍ତୁ ଜାଣିବା ଏହାର ଜବରଦସ୍ତ ଫିଚର୍ସ ସଂପର୍କରେ ।

ସ୍ପେଶିଫିକେସନ:

ଏଥିରେ 6.53 ଇଞ୍ଚର OLED ଡିସପ୍ଲେ ରହିଛି । ଯେଉଁଥିରେ 1080 x 2400 ପିକ୍ସଲର ଫୁଲ ଏଚଡି + ରିଜଲ୍ୟୁସନ ଅଛି । ଏହି ଫୋନର ସ୍କ୍ରିନରେ ୧୬ ମେଗାପିକ୍ସଲର ସେଲଫି କ୍ୟାମେରା ଦିଆଯିବା ସହ ଡାଇମେନସନ 800U ଚିପସେଟ୍ ଭର୍ଜନ ରହିଛି । ଏଥିରେ 3,800mAh ବ୍ୟାଟେରୀ ଅଛି । ଏଥିରେ 66W ର‌୍ୟାପିଡ ଚାର୍ଜିଂ ସପୋର୍ଟ ରହିଛି । ଇନ ଡିସପ୍ଲେରେ ଫିଙ୍ଗରପ୍ରିଣ୍ଟ ସେଂସର ଅଛି ।

ଏହା ଚୀନରେ ୨ଟି ବିକଳ୍ପ ରହିଛି । ଫୋନରେ 8 ଜିବି ଡାଟା ର‌୍ୟାମ + 128 ଜିବି ଷ୍ଟୋରେଜ ଭାରିଏଣ୍ଟର ଦାମ୍ ୩୨୬ଡଲାର ବା ୨୩,୮୧୪ ଟଙ୍କାରେ ମିଳୁଛି । ଅନ୍ୟ ପକ୍ଷରେ 8 ଜିବି ଡାଟା +  256 ଜିବି ଷ୍ଟୋରେଜ ଭାରିଏଣ୍ଟର ଦାମ ୩୫୮ ଡଲାର ବା ୨୬,୧୫୧ଟଙ୍କା ରହିଛି । ଏହାର ପ୍ରଥମ ସେଲ ୨୬ ମଇରେ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.