୧୦ ଦିନରେ ଘରେ ପହଁଚିଯିବ ଭୋଟର ଆଇଡି କାର୍ଡ, ବାସ୍‌ ଗୋଟିଏ ଲିଙ୍କକୁ କ୍ଲିକ୍‌ କରି କରନ୍ତୁ ଆପ୍ଲାଏ

Voter ID Card ବନାଇବା ପାଇଁ ଆପଣଙ୍କୁ ଅନେକ ଥର ଅଫିସ୍ ଚକ୍କର କାଟିବାକୁ ପଡିଥାଏ। ଆଉ ଏହା ପଛରେ ବି ଅନେକ କାରଣ ରହିପାରେ। ବେଳେବେଳେ ଏମିତି ତ ହୋଇଥାଏ ଯେ ଆପଣଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟସ ଏକା ସମୟରେ ନଥାଏ। ଏମିତିରେ ଆପଣଙ୍କୁ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏକ ଏମିତି ତରିକା ରହିଛି ଯେଉଁଥିରେ ଆପଣଙ୍କୁ ଆଉ ଅଫିସରେ ଯାଇ ଲାଇନ୍‌ ଲଗାଇବକୁ ପଡିବନି କି ଟେନସନ୍‌ ନେବାକୁ ବି ପଡିବନି। ଆଉ ଆପଣଙ୍କ ପାଖକୁ Voter ID Card ବି ସହଜରେ ଆସିଯିବ।

ନୂଆ ଭୋଟର ଆଇଡି କାର୍ଡ ବନାଇବା ବହୁତ ସହଜ। ଏହାକୁ ବନାଇବାକୁ ହେଲେ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟସ ରହିବା ଉଚିତ। ପ୍ରଥମେ ଆପଣଙ୍କୁ ଇଲେକସନ୍‌ କମିସନ୍‌ ଅଫ୍‌ ଇଣ୍ଡିଆ (ECI) ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ। ଏଠାରେ ଯିବା ପରେ ଆପଣ ଭୋଟର ଆଇଡି ରେଜିଷ୍ଟ୍ରେସନ୍‌ କରିପାରିବେ। ଏହି ୱେବସାଇଟରେ ଇଲେକସନ୍‌ ପ୍ରୋସେସ୍‌ ବିଷୟରେ ସମସ୍ତ ବିବରଣୀ ମହଜୁଦ୍‌ ଥାଏ। ଏହାସହିତ ଏଥିରେ ଅନେକ ଫର୍ମ ମଧ୍ୟ ସାମିଲ ରହିଛି, ଯାହାକୁ ଆପଣ ଅନଲାଇନ୍‌ ଡାଉନଲୋଡ୍‌ କରିପାରିବେ।

ଏହାସହିତ ଏଠାରେ ଆପଣ ନିଜ ସୁବିଧା ଅନୁଯାୟୀ ଫର୍ମ ଡାଉନଲୋଡ କରିପାରିବେ। ଯଦି ଆପଣ ପୁରୁଣା ଭୋଟର ଆଇଡି କାର୍ଡ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଏଠାରେ କରିପାରିବେ। ସୁରକ୍ଷା କର୍ମୀ ଏବଂ ଦେଶରୁ ବାହାରେ ରହୁଥିବା ଲୋକଙ୍କ ପାଇଁ ଅଲଗା ଫର୍ମ ରହିଥାଏ। ନୂଆ ଭୋଟର ଆପ୍ଲିକେସନ୍‌ ପାଇଁ ଆପଣଙ୍କୁ Form 6 କୁ ଚୟନ କରିବାକୁ ହେବ। ଏହାସହିତ ଆପଣ ଅନଲାଇନ୍‌ ମଧ୍ୟ ଫର୍ମ ଭରିବା ପରେ ଜମା କରିପାରିବେ।

ଏପରି କରନ୍ତୁ ଅନଲାଇନ୍‌ ଆପ୍ଲାଏ

  • ଷ୍ଟେପ ୧ : ସର୍ବପ୍ରଥମେ Election Commission of Indiaର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
  • ଷ୍ଟେପ ୨ : National Voters Services Portal ଉପରେ କ୍ଲିକ କରନ୍ତୁ।
  • ଷ୍ଟେପ ୩ : “Apply online for registration of new voter” ଉପରେ କ୍ଲିକ କରନ୍ତୁ।
  • ଷ୍ଟେପ ୪ : ଫର୍ମରେ ନିଜର ସମସ୍ତ ବିବରଣୀ ଭରନ୍ତୁ ଏବଂ ଜରୁରୀ କାଗଜପତ୍ର ଅପଲୋଡ୍‌ କରନ୍ତୁ।
  • ଷ୍ଟେପ ୫ : ଶେଷରେ ‘ସବମିଟ୍‌’ ଉପରେ କ୍ଲିକ କରିଦିଅନ୍ତୁ।

ଏହି ସମସ୍ତ ଜିନିଷକୁ ଏଣ୍ଟର କରିବା ପରେ ଆପଣଙ୍କ ଇ-ମେଲକୁ ଏକ ମେଲ ଆସିବ। ରେଜିଷ୍ଟର୍ଡ ଇମେଲକୁ ଏକ ଲିଙ୍କ୍‌ ମଧ୍ୟ ଆସିବ। ଏହାପରେ ଆପଣ Voter ID Card Application Status ଟ୍ରାକ କରିପାରିବେ। ଯଦି ଆପଣ ଆଟାଚ୍‌ କରିଥିବା ସମସ୍ତ ଡକ୍ୟୁମେଣ୍ଟସ ସଠିତ ଥାଏ, ତାହେଲେ ଭୋଟର ଆଇଡି କାର୍ଡ ଅଧିକ ରୁ ଅଧିକ ଗୋଟେ ମାସ ଭିତରେ ମିଳିଯିବ। କିନ୍ତୁ ଅନେକ କେସରେ ଭୋଟର ଆଇଡି କାର୍ଡ ଗୋଟେ ସପ୍ତାହରୁ ୧୦ ଦିନ ଭିତରେ ମଧ୍ୟ ଆସିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.