RCରେ ଆଡ୍ରେସ ଭୁଲ ଥିଲେ ଏପରି ତୁରନ୍ତ କରନ୍ତୁ ଚେଞ୍ଜ, ଘରେ ବସି ହୋଇଯିବ ସବୁ କାମ

ଯଦି ଆପଣ ଏକ ନୂଆ ପରମାନେଣ୍ଟ ଆଡ୍ରେସକୁ ସିଫ୍ଟ ହୋଇଛନ୍ତି, ଆଉ ନିଜ କାରର ରେଜିଷ୍ଟ୍ରେସନ ସାର୍ଟିଫିକେଟରେ ଆଡ୍ରେସ ବଦଳାଇବାକୁ ଚାହୁଁଛନ୍ତି, ତାହେଲେ ଏହା କରିବା ବହୁତ ସହଜ। ମୋଟର ବାହନ ଅଧିନିୟମ ୧୯୮୮, ନାଗରିକଙ୍କୁ ମୋଟର ବାହନ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅର୍ଥାତ୍‌ ଆରସିରେ ମାଲିକଙ୍କ ରହୁଥିବା ଠିକଣାରେ ପରିବର୍ତ୍ତନ କରିପାରିବେ। ଆପଣ ଏକ ଆପ୍ଲିକେସନ୍‌ ଜରିଆରେ ସୂଚନା ପାଇପାରିବେ ଯେ ୧୪ ଦିନ ଭିତରେ ଘରର ଠିକଣାକୁ ପରିବର୍ତ୍ତନ କରିବା ପାଇଁ ରିକ୍ୱେଷ୍ଟ କରି ଚେଞ୍ଜ୍‌ କରିପାରିବେ। ନିଜ ଗାଡିର ଆରସିରେ ଅନଲାଇନ ଠିକଣା ବଦଳାବାରେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ। ସେଥିପାଇଁ ତ ଆମେ ଆଜି ଆପଣଙ୍କ ପାଇଁ ଏ ଭିଡିଓ ଆଣିଛୁ। ଯାହାଦ୍ୱାରା ଆପଣ ଷ୍ଟେପ ବାଇ ଷ୍ଟେପ ଚେଞ୍ଜ କରିବାର ପ୍ରୋସେସ ଡିଟେଲ୍ସରେ ଜାଣିପାରିବେ।

ପରିବହନ ସେବାର ଅଫିସିଆଲ େଓ୍ଵବସାଇଟ ମୁତାବକ ଜରୁରୀ ଡକ୍ୟୁମେଣ୍ଟ କଣ ସବୁ ଆବଶ୍ୟକ ଜାଣନ୍ତୁ

  • ଫର୍ମ ୩୩ରେ ଆପ୍ଲିକେସନ୍‌
  • ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ
  • ନୂଆ ଆଡ୍ରେସ ପ୍ରୁଫ
  • ଭ୍ୟାଲିଡ ଇନସୁରାନ୍ସ ସାର୍ଟିଫିକେଟ
  • ପଲ୍ୟୁସନ୍‌ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ
  • ଫାଇନାନ୍ସରଙ୍କ ଠାରୁ ନୋ ଅବଜେକସନ୍‌ ସାର୍ଟିଫିକେଟ
  • ସ୍ମାର୍ଟ କାର୍ଡ ଚାର୍ଜ
  • ପାନ କାର୍ଡ କିମ୍ବା ଫର୍ମ ୬୦ ଏବଂ ଫର୍ମ ୬୧ର ଭେରିଫାଏଡ କପି
  • ଚେସିସି ଏବଂ ଇଞ୍ଜିନ ପେନସିଲ ପ୍ରିଣ୍ଟ
  • ମାଲିକଙ୍କ ହସ୍ତାକ୍ଷର

କିଛି ରାଜ୍ୟରେ * ଦ୍ୱାରା ଦର୍ଶାଯାଇଥିବା ଡକ୍ୟୁମେଣ୍ଟସର ଆବଶ୍ୟକତା ହୋଇପାରେ।

  • ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ବାହନ ଇ-ସର୍ଭିସେଜର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
  • ଲଗ ଇନ୍‌ ବଟନ ଉପରେ କ୍ଲିକ କରନ୍ତୁ।
  • ସ୍କ୍ରୀନରେ ଦେଖାଯାଉଥିବା ନିଜର ୟୁଜର ଆଇଡି, ପାସଓ୍ଵାର୍ଡ, ସିକ୍ୟୁରିଟୀ କୋଡ ଏଣ୍ଟର କରନ୍ତୁ ଏବଂ ସବମିଟ ବଟନ ଦବାନ୍ତୁ।
  • ଅନଲାଇନ ସର୍ଭିସରେ କ୍ଲିକ କରନ୍ତୁ।
  • ଭେଇକିଲ ସମ୍ବନ୍ଧୀତ ସର୍ଭିସର ଚୟନ କରନ୍ତୁ।
  • ନିଜ ଭେଇକିଲ ରେଜିଷ୍ଟ୍ରେସନ ନମ୍ବର ଏବଂ ଚେସିସ ନମ୍ବରର ଲାଷ୍ଟ ୫ ଡିଜିଟ ଏଣ୍ଟର କରନ୍ତୁ।
  • ଜେନେରେଟ ଓଟିପି ବଟନ ଉପରେ କ୍ଲିକ କରନ୍ତୁ।
  • ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠା ଯାଇଥିବା ଓଟିପିକୁ ଏଣ୍ଟର କରନ୍ତୁ।
  • ସବମିଟ ବଟନ ଦବାନ୍ତୁ।
  • ଆରସି ଅପ୍ସନରେ ଚେଞ୍ଜ୍‌ ଅଫ୍‌ ଆଡ୍ରେସ ଅପ୍ସନର ଚୟନ କରନ୍ତୁ ଏବଂ ଏହାପରେ ସବମିଟ ବଟନ ଉପରେ କ୍ଲିକ କରନ୍ତୁ।
  • ବାମ ଏବଂ ମେନୁରେ ମହଜୁଦ ଆରସି ଅପ୍ସନରେ ଆଡ୍ରେସ ଚେଞ୍ଜ ଉପରେ କ୍ଲିକ କରନ୍ତୁ।
  • ସମସ୍ତ ଡିଟେଲ୍ସ ଏଣ୍ଟର କରନ୍ତୁ ଏବଂ ସବମିଟ ବଟନ ଉପରେ କ୍ଲିକ କରନ୍ତୁ।
  • ଡିଏମଏସ (ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ) ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ସର୍ଭିସ ଡିଟେଲ୍ସ ଟ୍ୟାବ୍‌ ଅନୁଯାୟୀ ମହଜୁଦ ଅପୋଏଣ୍ଟମେଣ୍ଟ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ସେହି ତାରିଖକୁ ଚୟନ କରନ୍ତୁ, ଯେଉଁଥିପାଇଁ ସ୍ଲଟ ଉପଲବ୍ଧ ରହିଛି। ଏବେ ବୁକ କରନ୍ତୁ ବଟନ ଉପରେ କ୍ଲିକ କରନ୍ତୁ।
  • ଫିସ ଡିଟେଲ୍ସ ଅପ୍ସନ ଉପରେ କ୍ଲିକ କରନ୍ତୁ ଏବଂ ଜରୁରୀ ଡିଟେଲ୍ସ ସହିତ ପେମେଣ୍ଟ କରନ୍ତୁ।
  • ପେମେଣ୍ଟ ଗେଟେଓ୍ଵ ଚୟନ କରନ୍ତୁ ଏବଂ କଣ୍ଟନ୍ୟୁ ବଟନ ପ୍ରେସ୍‌ କରନ୍ତୁ।
  • ପେମେଣ୍ଟ କରିବା ପରେ ଏକ ରସୀଦ ଆସିବ। ଆପଣ ରସୀଦର ପ୍ରିଣ୍ଟ ଆଉଟ ବାହାର କରିଦିଅନ୍ତୁ। ଆପଣଙ୍କୁ ନିଜ ରସୀଦ ଏବଂ ଅନ୍ୟ ଅସଲୀ ଡକ୍ୟୁମେଣ୍ଟସ ସହିତ
  • ଆରଟିଓକୁ ଯିବା ପାଇଁ କୁହାଯିବ। ଜମା କରିବା ପରେ ଏବଂ ଡକ୍ୟୁମେଣ୍ଟସ ଭେରିଫିକେସନ ପରେ ଭେଇକିଲ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ ଆପଣଙ୍କ ଠିକଣା ବଦଳିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.