ଇଂରାଜୀ ପାଇଁ ଅସୁବିଧା ହେଉଛି କି, ତାହେଲେ ଏବେ କରନ୍ତୁ ନିଜ ଭାଷାରେ ଚାଟିଙ୍ଗ୍‌; ବାସ୍‌ କରନ୍ତୁ ଏହି ସେଟିଙ୍ଗ

ଚାଟିଙ୍ଗ୍‌ ପ୍ଲାଟଫର୍ମ whatsapp ଦୁନିଆର ସବୁଠାରୁ ଲୋକପ୍ରିୟ ଏବଂ ଫେମସ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ। ତେବେ ଏହି ଆପକୁ ଯେତେବେଳେ ଡାଉନଲୋଡ କରାଯାଏ ସେତେବେଳେ ଦେଖିବାକୁ ମିଳେ ଯେ ଏହାରର ଡିଫଲ୍ଟ ଲାଙ୍ଗୁଏଜ୍‌ ଇଂରାଜୀ ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ହ୍ଵାଟ୍ସଆପର ଲାଙ୍ଗୁଏଜକୁ ଆପଣ ବଦଳାଇପାରିବେ ଏବଂ ନିଜ ପସନ୍ଦର ଭାଷାକୁ ସେଟ୍‌ କରିପାରିବେ। ଯଦି ଜାଣିନାହାଁନ୍ତି ଏହାକୁ କେମିତି କରିବେ ତାହେଲେ ନିଜ ପସନ୍ଦର ଭାଷାକୁ ନିଜ ଭାଷାରେ ଟାଇପ୍‌ କରିବାକୁ ଆପଣଙ୍କୁ ଫଲୋ କରିବାକୁ ହେବ କିଛି ପ୍ରୋସେସ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଂରାଜୀ ବ୍ୟବୀତ ଆପଣ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ପଞ୍ଜାବୀ ଭଳି ଅନେକ ଭାଷାରେ ହ୍ଵାଟ୍ସଆପର ବ୍ୟବହାର କରିପାରିବେ। ଆଇଫୋନ୍‌ ୟୁଜର୍ସ ହ୍ଵାଟ୍ସଆପକୁ ପ୍ରାୟ ୪୦ ଭାଷାରେ ବ୍ୟବହାର କରିପାରିବେ ଏବଂ ଆଣ୍ଡ୍ରଏଡ ୟୂଜର୍ସଙ୍କ ପାଖରେ ୬୦ ଭାଷାର ଅପ୍ସନ ରହିଛି। କିନ୍ତୁ ହ୍ଵାଟ୍ସଆପ ମୋଟ ୧୧ଟି ଭାରତୀୟ ଭାଷାକୁ ସପୋର୍ଟ କରିଥାଏ, ଯେଉଁଥିରେ ହିନ୍ଦୀ, ବଙ୍ଗଳା, ପଞ୍ଜାବୀ, ତେଲୁଗୁ, ତାମିଲ, ଉର୍ଦ୍ଦୁ, ଗୁଜରାତି, କନ୍ନଡ, ମଲୟାଲମ୍‌ ଏବଂ ଇଂରାଜୀ ଭାଷା ସାମିଲ ରହିଛି।

WHATSAPଏବେ ଜାଣନ୍ତୁ ଆଣ୍ଡ୍ରଏଡ୍‌ ୟୁଜର୍ସ ଏପରି ବଦଳାନ୍ତୁ ହ୍ଵାଟ୍ସଆପ୍‌ ଲାଙ୍ଗୁଏଜ୍‌

ଯଦି ଆପଣ ଜଣେ ଆଣ୍ଡ୍ରଏଡ ୟୁଜର ତାହେଲେ ସର୍ବପ୍ରଥମେ ନିଜ ଫୋନରେ ହ୍ଵାଟ୍ସଆପ୍‌ ଆପ୍‌ ଖୋଲନ୍ତୁ, ମେନୁରେ କ୍ଲିକ କରନ୍ତୁ ଏବଂ ଚାଟ୍ସ ଅପ୍ସନକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ‘ଆପ୍‌ ଲାଙ୍ଗୁଏଜ୍‌’ ଦେଖାଯିବ। ଯେଉଁଠି ଆପଣ ନିଜ ମନପସନ୍ଦର ଭାଷାକୁ ଚୟନ କରିପାରିବେ ଏବଂ ତାପରେ ହ୍ଵାଟ୍ସଆପକୁ ଆପଣ ସେହି ଭାଷାରେ ବ୍ୟବହାର କରିପାରିବେ।

iPhone ୟୁଜର୍ସ ଲାଙ୍ଗୁଏଜ୍‌ ଚେଞ୍ଜ୍‌ କରିବା ପାଇଁ ଏହି ଷ୍ଟେପ୍ସକୁ କରନ୍ତୁ ଫଲୋ

ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ ଭାଷାକୁ ବଦଳାଇବା ପ୍ରୋସେସ୍‌ ଟିକେ ଅଲଗା ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ଫୋନର ଜେନେରାଲ ଲାଙ୍ଗୁଏଜ୍‌ ଥିବ, ସେଠାରେ ଆପଣଙ୍କ ହ୍ଵାଟ୍ସଆପ୍‌ ଭାଷା ମଧ୍ୟ ଥିବ। ଏହି ଚେଞ୍ଜ୍‌ କରିବା ପାଇଁ ଆଇଫୋନ୍‌ ୟୁଜର୍ସଙ୍କୁ ହ୍ଵାଟ୍ସଆପ ନୁହେଁ ବରଂ ନିଜ ଫୋନର ସେଟିଙ୍ଗକୁ ଖୋଲିବାକୁ ହେବ ଏବଂ ତାପରେ ‘ଜେନେରାଲ’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ। ଏଠାରେ ଆପଣଙ୍କୁ ‘ଲାଙ୍ଗୁଏଜ ଆଣ୍ଡ ରିଜନ’ର ଅପ୍ସନ ଦେଖାଯିବ, ଯେଉଁଠାରେ ଆପଣ ‘ଆଇଫୋନ୍‌ ଲାଙ୍ଗୁଏଜ୍‌’ ଅପ୍ସନକୁ ଯାଇ ଭାଷାକୁ ବଦଳାଇ ପାରିବେ ଏବଂ ନିଜ ଭାଷାରେ ପରିବର୍ତ୍ତନ କରି ମନ ଭରି ଆରାମରେ କଥା ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.