କିଛି ଆପ୍‌ ଇନଷ୍ଟଲ୍‌ କରିବାର ନାହିଁ ଆବଶ୍ୟକତା, ଗୁଗଲ ମ୍ୟାପ୍ସରେ ଏପରି ଚେକ୍‌ କରନ୍ତୁ Train Live Status

ଗୁଗଲ ୨୦୧୯ରେ ଗୁଗଲ ମ୍ୟାପ୍ସରେ ୩ଟି ପବ୍ଲିକ ଟ୍ରାନ୍ସପୋର୍ଟ ଫିଚର୍ସ ସାମିଲ କରିଥିଲା। ଏହି ଫିଚର୍ସ ୟୁଜର୍ସଙ୍କୁ ଲମ୍ବା ରୁଟ୍ସ ପାଇଁ ରିୟଲ-ଟାଇମର ଟ୍ରେନ୍‌ ଷ୍ଟାଟସକୁ ଚେକ୍‌ କରିବା, ୧୦ଟି ସହରରେ ଟ୍ରାଫିକରୁ ବସ୍‌ ଟ୍ରାଭେଲର ସମୟ ଚେକ୍‌ କରିବା ଏବଂ ଅଟୋ-ରିକ୍ସା ଓ ପବ୍ଲିକ ଟ୍ରାନ୍ସପୋର୍ଟକୁ ଡିସପ୍ଲେ କରୁଥିବା କମ୍ପ୍ୟୁଟକୁ ପରାମର୍ଶ ଦେବାକୁ ଏନାବଲ କରିବା ଭଳି ୩ଟି ଫିଚର୍ସକୁ ମହଜୁଦ କରିଥିଲା।

ଲାଇଭ ଟ୍ରେନ୍‌ ଷ୍ଟାଟସ ବହୁତ କାମରେ ଆସିଥାଏ, କାରଣ ଆପରେ ଟ୍ରେନର ଆରାଇଭାଲର ସମୟ, ସିଡ୍ୟୁଲ, ଡିଲେ ଷ୍ଟାଟସ ଏବଂ ଅନ୍ୟ ନୋଟିଫିକେସନ ମିଳିଯାଇଥାଏ। ଯାହାଦ୍ୱାରା ଆପଣ ଟ୍ରେନର ଲାଇଭ ଷ୍ଟାଟସ ସମ୍ପର୍କରେ ସବୁକିଛି ଜାଣିପାରିବେ।

ଗୁଗଲ ମ୍ୟାପ୍ସରେ ଏହି ଫିଚର ସେହି ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ବହୁତ ଭଲ ହେବ, ଯେଉଁମାନେ କମ୍‌ ଷ୍ଟୋରେଜ ଥିବା ଡିଭାଇସକୁ ବ୍ୟବହାର କରୁଛନ୍ତି। ରିକଲ୍‌ ପାଇଁ ଫିଚରକୁ ‘ହୋୟାର ଇଜ୍‌ ମାଇଁ ଟ୍ରେନ’ ଆପ୍‌ ସହିତ ପାର୍ଟନରସିପରେ ଲାଗୁ କରାଯାଇଥିଲା।

ଯଦି ଆପଣ ଭାବୁଛନ୍ତି ଏହି ଫିଚରର ବ୍ୟବହାର କେମିତି କରିବେ ଏବଂ ଗୁଗଲ ମ୍ୟାପ୍ସର ବ୍ୟବହାର କରି ଲାଇଭ ଷ୍ଟାଟସକୁ ଚେକ୍‌ କରିବେ ତାହେଲେ ଏଠାରେ ଏକ ଗାଇଡ ରହିଛି, ଯାହାକୁ ଆପଣ ଫଲୋ କରିପାରିବେ। ପ୍ରୋସେସ୍‌ ଆରମ୍ଭ କରିବା ପୂର୍ବରୁ ଏହା କନଫର୍ମ କରନ୍ତୁ ଯେ ଆପଣଙ୍କ ପାଖରେ ଏକ ଆକ୍ଟିଭ ଗୁଗଲ ଆକାଉଣ୍ଟ ଅଛି ନା ନାହିଁ।

ତେବେ ଆସନ୍ତୁ ଜାଣିବା କେମିତି ଗୁଗଲ ମ୍ୟାପ୍ସରେ ଟ୍ରେନ୍‌ ଲାଇଭ୍‌ ଷ୍ଟାଟସ୍‌ ଚେକ୍‌ କରିବେ :

  • ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରେ ଗୁଗଲ ମ୍ୟାପ୍ସ ଓପନ କରନ୍ତୁ।
  • ଏହାପରେ ସର୍ଚ୍ଚ ବାରରେ ଡେଷ୍ଟିନେସନ ଷ୍ଟେସନ୍‌ ଏଣ୍ଟର କରନ୍ତୁ।
  • ଏହାପରେ ଟ୍ରେନ୍‌ ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ଡେଷ୍ଟିନେସନ ଡାଇଲଗ ବକ୍ସ ତଳେ ‘ଟୁ ହ୍ଵିଲର’ ଏବଂ ‘ଓ୍ଵାକ’ ଆଇକନ ସହ ଥିବା ‘ଟ୍ରେନ’ ଆଇକନ୍‌ ଉପରେ ଟ୍ୟାପ୍‌ କରନ୍ତୁ।
  • ଏଥିରେ ଟ୍ରେନର ଷ୍ଟାଟସ ଚେକ୍‌ କରିବା ପାଇଁ ଟ୍ରେନର ନାମ ଉପରେ ଟ୍ୟାପ୍‌ କରନ୍ତୁ।
  • ଖାସ୍‌ କରି ଏହି ଫିଚର ୟୁଜର୍ସଙ୍କୁ ବର୍ତ୍ତମାନ ଲୋକେସନରୁ ଆରାଇଭାଲ ଷ୍ଟେସନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୁଟକୁ ଦେଖିବାର ଅନୁମତି ଦେଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.