ସ୍ମାର୍ଟଫୋନ ୟୁଜର୍ସ ସାବଧାନ, ନଚେତ୍‌ Blue light କରିଦେବ ଆପଣଙ୍କୁ ଅନ୍ଧ

ସ୍ମାର୍ଟ ଫୋନ୍‌ ଆମ ଜୀବନର ଏକ ଅଂଶ ବିଶେଷ ହୋଇ ଗଲାଣି । କାରଣ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହି ଜିନିଷଟି ଆମ ପାଖେ ପାଖେି ଥାଏ । ବାରମ୍ବାର ଫୋନକୁ ଦେଖିବା ଆମର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଏମତିରେ ସ୍ମାର୍ଟ ଫୋନ୍‌ ଓ ଅନ୍ୟ ଡିଭାଇସର ସ୍କ୍ରିନ ଆମ ଆଖିରେ ବହୁତ କ୍ଷତି ପହଞ୍ଚାଉଛି, ଯାହା ଆମେମାନେ ବଳିମ୍ବରେ ଜାଣୁଛେ । ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ ଏହି ଅଭ୍ୟାସ ମଣିଷକୁ ଅନ୍ଧ କରିବାରେ ପ୍ରମୁଖ ଭୂମିକା ନେଇଥାଏ । ତେଣୁ କିଛି ଜରୁରୀ ସୂଚନାକୁ ଆପଣ ଧ୍ୟାନରେ ରଖିଲେ ଏଥିରୁ ନିସ୍ତାର ପାଇ ପାରିବେ ।

ସବୁ ସ୍କ୍ରିନ ଥିବା ଡିଭାଇସରୁ ବାହରୁଥିବା ନୀଳ ଲାଇଟ୍‌ ହିଁ ଆଖିକୁ କ୍ଷତି ପହଞ୍ଚାଇବାରେ ମୁଖ୍ୟତଃ ଦାୟୀ । ୟୁନିଭରସିଟି ଅଫ ଟୋଲେଡୋର ଗବେଷଣାରୁ ଏହି ନୀଳ ଲାଇଟ୍‌ ଆଖିର ରେଟିନାକୁ କ୍ଷତି ପହଞ୍ଚାଉଥିବାର ପ୍ରମାଣ ମିଳିଛି । ଏହା ଦ୍ୱାରା ଆଖି ଉପରେ ଚାପ ପଡିଥାଏ ଓ ଅନ୍ୟ ସମସ୍ୟା ମଧ ସୃଷ୍ଟି ହୋଇଥାଏ । ଏହା ସହିତ କୌଣସି ବ୍ୟକ୍ତିଙ୍କୁ ୫୦ ବର୍ଷ ହେବା ବେଳକୁ ସେ ଦୃଷ୍ଟିହୀନତାର ଶିକାର ହୋଇ ପାରନ୍ତି ।

କେମିତି ପାଇବେ ନିସ୍ତାର:

ଆପଣଙ୍କ ସ୍ମାର୍ଟ ଫୋନରେ Blue light  ଫିଲଟର କିମ୍ବା ନାଇଟ୍‌ ମୋଡ ଅନ୍‌ କରିପାରିବେ । ଏଥିରେ ନୀଳ ଲାଇଟ ସ୍କ୍ରିନର ବହାରକୁ ଆସିନଥାଏ । ଯଦି ଆପଣଙ୍କ ସ୍ମାର୍ଟ ଫୋନରେ ପ୍ରଥମରୁ ଏହି ସୁବିଧା ନାହିଁ ତେବେ ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ଏହି ଆପକୁ ଡାଉନଲୋଡ କରିପାରିବେ । ଯେଉଁଥିରେ ଏହି ନୀଳ ଲାଇଟ ଫିଲଟରର ସୁବିଧା ଥିବ ।ଏହା ବ୍ୟତୀତ ଆପଣ ଭଲ କ୍ବାଲିଟିର ସ୍କ୍ରିନ ପ୍ରୋଟେକ୍ଟର ମଧ୍ୟ ଲାଗାଇ ପରିବେ । ଅନେକ ସ୍କ୍ରିନ ପ୍ରୋଟେକ୍ଟର ଏହି ଫିଚର୍ସ ସହିତ ଆସିଥାଏ ଓ ନୀଳ ଲାଇଟ୍‌କୁ ଫିଲଟର କରିଥାଏ । ଆପଣ ଏହାକୁ ଅନଲାଇନରେ ମଧ୍ୟ ଅର୍ଡର କରିପାରିବେ । ମନେ ରଖନ୍ତୁ ଆପଣଙ୍କ ଆଖି ଆପଣଙ୍କ ପାଇଁ ମୁଲ୍ୟବାନ, ତେଣୁ ଆଖି ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.