ଅନଲାଇନ୍ ସପିଙ୍ଗ କରୁଛନ୍ତି କି? ହୋଇପାରନ୍ତି ଫ୍ରଡମାନଙ୍କ ଶିକାର, କରନ୍ତୁନି ଏହି ଭୁଲ୍

ଅଜିର ସୋସିଆଲ ମିଡ଼ିଆ ଓ ଡିଜିଟାଲ ଯୁଗରେ ଗ୍ରାହକମାନେ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି ସବୁ କମ୍ ଡିଜିଟାଲ ପ୍ଲାଟଫର୍ମରେ କରିବା ପାଇଁ। ଏମିତିକି ପୋଷୋକ କିଣିବା ଠାରୁ ଆରମ୍ଭ କରି ପନିପରିବା ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଅର୍ଡର କରି କିଣୁଛନ୍ତି। ଯାହାକି ସମୟକୁ ମଧ୍ୟ ବଞ୍ଚାଉଛି। କିନ୍ତୁ ଏହି ଡିଜିଟାଲ ପ୍ଲାଟଫର୍ମରେ ସପିଙ୍ଗ କରିବା ଦ୍ୱାରା ଜଣେ ଗ୍ରାହକ କେତେ ସୁରକ୍ଷିତ, ଆପଣ କେବେ ଚିନ୍ତା କରିଛନ୍ତି କି ? କାରଣ ଏହି ଡିଜିଟାଲ ପ୍ଲାଟଫର୍ମ ଯେତେ ଭଲ ତା ଠାରୁ ଅଧିକ ଖରାପ ମଧ୍ୟ। କାରଣ ଏଥିରେ ସବୁବେଳେ ମାତି ରୁହନ୍ତି ଫ୍ରଡ। ଏମିତିକି ନିଜର ବୁଢ଼ୀ ଖର୍ଚ୍ଚ କରି ସହ ସହ ଗ୍ରାହକଙ୍କୁ ଠକନ୍ତି ଖୁବ୍ ସହଜରେ।

ହେଲେ ଆପଣ ଯଦି ଏହି ଅଲନାଇନ ସପିଙ୍ଗ ଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କାରଣ କିଛି ଗ୍ରାହକ ସପିଂ କରିବା ସମୟରେ ଏମିତି କିଛି ଭୁଲ କରନ୍ତି ଯାହା ଦ୍ଵାରା ତାଙ୍କର ସବୁ ଡାଟା ଓ ଟଙ୍କା ଚାଲିଯାଏ ହ୍ୟାକରଙ୍କ ପାଖକୁ। ତେଣୁ ଅନଲାଇନ୍ ସପିଙ୍ଗ କରିବା ସମୟରେ ଆପଣଙ୍କୁ କିଛି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

– ପାସୱାଡ ସ୍ଥାନରେ TOP ର ବ୍ୟବହାର କରନ୍ତୁ। ଏପରି କରିବା ଦ୍ବାରା ଫ୍ରଡ ଠାରୁ ବଞ୍ଚି ପାରିବେ।

– ଅନେକ ଲୋକ ଅଫିସ, ସାଇବର କ୍ୟାଫେ ଓ ଅନ୍ୟ ଫୋନରେ ଏହି କାମ କରନ୍ତି କିନ୍ତୁ ଏପରି କରନ୍ତୁ ନାହିଁ।

– ନେଟ୍ ବ୍ୟାଙ୍କିଙ୍ଗ, UPI ଆଦିର ପାସୱାର୍ଡକୁ ଅନେକ ସମୟରେ ପରିବର୍ତ୍ତନ କରନ୍ତୁ।

– କୌଣସି ବି ସପିଙ୍ଗ ୱେବସାଇଟରେ ନିଜର କାର୍ଡ ପାସୱାର୍ଡ ସେଭ୍ କରନ୍ତୁ ନାହିଁ। କି କୌଣସି ଡାଟା ମଧ୍ୟ ସେଭ୍ କରନ୍ତୁ ନାହିଁ ।
– ସପିଙ୍ଗ ହବ୍ ରୁ ସବୁ ଡାଟା ପଢ଼ି ସାରିବା ପରେ ନିଜର ଓଡର ପ୍ଲେସ କରନ୍ତୁ।

ଏହି ସବୁ ନିୟମ ମାନିଲେ ଆପଣ କେବେ ବି ଅନଲାଇନ୍ ଫ୍ରଡ ଶିକାର ହେବେ ନାହିଁ। ନଚେତ୍ ଆପଣଙ୍କ ସବୁ ଡାଟା ଲିକ୍ ହେବା ସହିତ ତାଙ୍କ ମଧ୍ୟ ଚାଲିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.