ପୁରୁଷଙ୍କୁ କିମିଆଁ କରୁଛି ଇଲେକ୍ଟ୍ରୋନିକ୍ସ ଲିପଷ୍ଟିକ, ଜାଣନ୍ତୁ କ’ଣ ରହିଛି ଦାମ୍‌ ଓ ଫିଚର୍ସ

ଆଜିକାଲି ବଜାରରେ ଇଅରବଡ୍ସର ଚାହିଦା ବଢିଯାଇଛି। ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଇଅରବଡ୍ସ ଧରି ବୁଲୁଥିବା ନଜର ଆସିଛନ୍ତି। ବିଭିନ୍ନ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଦାମ୍‌ ଏବଂ ଫିଚର୍ସ ଥିବା ଇଅରବଡ୍ସ ଲଞ୍ଚ କରୁଛନ୍ତି। ୟୁଜର୍ସଙ୍କୁ ପ୍ରଲୋଭିତ କରିବା ପାଇଁ କମ୍ପାନୀଗୁଡିକ ବିଭିନ୍ନ ଆକର୍ଷଣୀୟ ଚାର୍ଜିଂ କେସ୍‌ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଆପଣ ଅନେକ ଇଅରବଡ୍ସ ଦେଖିଥିବେ କିନ୍ତୁ ଏହି ଇଅରବଡ୍ସ ଦେଖିଲେ ହୁଏତ ଟିକେ ଲୋଭ କରିବେ। ଖାସ୍‌ କରି ଝିଅମାନେ। ଏହା ଦେଖିବାକୁ ଲିପଷ୍ଟିକ ଭଳି। ଅଥାତ୍‌ ଏହାର ଚାର୍ଜିଂ କେସ୍‌ ଦେଖିବାକୁ ଅବିକଳ ଲିପଷ୍ଟିକ ଭଳି।

ଚୀନ କମ୍ପାନୀ ହୁଓ୍ଵାଇ ନୂଆ େଓ୍ଵୟାରଲେସ ଇଅରବଡ୍ସ, Huawei FreeBuds Lipstick ଲଞ୍ଚ କରିଛି। ଲିପିଷ୍ଟିକ ଭଳି ଦେଖାଯାଉଥିବା ଏହି ଇଅରବଡ୍ସ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଏହା ପୂର୍ବରୁ କୌଣସି କମ୍ପାନୀ ଏହି ପ୍ରକାରର ଇଅରବଡ୍ସ ଲଞ୍ଚ କରିନାହିଁ।

Huawei ପକ୍ଷରୁ ଏହି ଲାଟେଷ୍ଟ ଇଅରବଡ୍ସର ଚାର୍ଜିଂ କେସକୁ ଏକ ଲିପଷ୍ଟିକ ଆକାରରେ ତିଆରି କରାଯାଇଛି। ଏହି ଇଅରବଡ୍ସ ଆପଲର Airpods Pro ଭଳି ଦେଖାଯାଉଛି। ଏହି ଇଅରବଡ୍ସର ରଙ୍ଗ ମଧ୍ୟ ନାଲି ରହିଛି।

ଫିଚର୍ସ:

ଆକ୍ଟିଭ ନଏଜ କ୍ୟାନିସିଲେସନ ସହିତ ଏଥିରେ ଆପଣଙ୍କୁ ୧୪.୩mm ର ଡ୍ରାଇଭସ, ଟଚ୍‌ କଣ୍ଟ୍ରୋଲ, ବ୍ଲୁଟୁଥv5.2ର ସପୋର୍ଟ ମିଳିବ। ଆଉ ଏହାକୁ ଥରେ ମାତ୍ର ଚାର୍ଜ କରି ୨୨ ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣିପାରିବେ। ଏହି ଇଅରବଡ୍ସ IPX4 ରେଟିଂ ସହିତ ଓ୍ଵାଟରପ୍ରୁଫ ରହିଛି।

ସୂଚନାଯୋଗ୍ୟ, ଏହି ଇଅରବଡ୍ସ କେବଳ ଏବେ ୟୁରୋପରେ ଲଞ୍ଚ କରାଯାଇଛି। ଯାହାର ଦାମ୍‌ ୨୯୦ ଡଲାର ଅର୍ଥାତ୍‌ ୨୧,୭୪୮ ଟଙ୍କା ରହିଛି। କିନ୍ତୁ ଏହା କେବେ ଭାରତରେ ଲଞ୍ଚ ହେବ ଏବଂ ଏହାର ମୂଲ୍ୟ କେତେ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave A Reply

Your email address will not be published.