ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ହୋଇଯାଆନ୍ତୁ ସଜାଗ, ଏସବୁ ଉପାୟରେ ଧରାପଡ଼ିଯିବ କ’ଣ ସର୍ଚ୍ଚ କରୁଛନ୍ତି ଆପଣ

ଡିଜିଟାଲ ଯୁଗରେ ନଗ୍ନତାର ସ୍ୱାଦ ଚାଖିବାକୁ ହେଲେ କିଛିଟା ବୈଷୟିକ ଓ ଆଇନଗତ ଜ୍ଞାନର ଆବଶ୍ୟକତା ରହିଛି। ଭାରତରେ ନିଜ ବ୍ୟକ୍ତିଗତ ଆବଦ୍ଧ କୋଠରୀ ଭିତରେ ଯୌନ ଉଦ୍ଦୀପକ ଭିଡିଓ ଦେଖିବା ବେଆଇନ୍‌ ନୁହେଁ ବୋଲି ସୁପ୍ରିମକୋର୍ଟ ୨୦୧୫ ମସିହାରେ ଏକ ରାୟ ପ୍ରକାଶ କରିଥିଲେ। ଭାରତ ସମ୍ବିଧାନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଏକାକୀ ନଗ୍ନ ଭିଡିଓ ଦେଖେ ତେବେ ଏହା ତାହାର ବ୍ୟକ୍ତିଗତ ସ୍ୱାଧୀନତା ସମ୍ବନ୍ଧିତ ମୌଳିକ ଅଧିକାର ବର୍ଗରେ ଆସିବ। ତେଣୁ କାହାର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ।

୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ ଡିପାର୍ଟମେଣ୍ଟ ୮୫୭ଟି ପର୍ଣ୍ଣ ସାଇଟ୍‌କୁ ବ୍ୟାନ୍‌ କରିଥିଲେ। ସରକାରଙ୍କ କହିବାନୁସାରେ, ପର୍ଣ୍ଣ ସାଇଟ୍‌ ନୈତିକତା ଓ ଶାଳୀନତାର ଉଲ୍ଲଘଂନ କରୁଛି। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ସ୍ପଷ୍ଟୀକରଣ ଦେବାକୁ ଯାଇ କହିଥିଲେ ଯେଉଁ ସବୁ ପର୍ଣ୍ଣ ସାଇଟ୍‌କୁ ବନ୍ଦ କରାଗଲା ସେଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। କେବଳ ଚାଇଲ୍ଡ ପ୍ରୋନୋଗ୍ରାଫି ଥିବା ସାଇଟ୍‌ଗୁଡିକ ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ହେଲା ଯେ ନଗ୍ନ ଭିଡିଓ ଦେଖିବାରେ କିଛି ସମସ୍ୟା ନାହିଁ। କିନ୍ତୁ ଏ ନେଇ ଯେଉଁ ଆଇନଗତ ଜ୍ଞାନ ଓ ବୈଷୟିକ ଜ୍ଞାନ ଆବଶ୍ୟକ, ତାହା ରହିବା ଜରୁରୀ। ନଚେତ୍‌ ନ୍ୟୁଡ କଲ ଆଳରେ ଜଣେ ବ୍ୟକ୍ତି ଆର୍ଥିକ କ୍ଷତି ସହିବା ସହ ଜେଲ ଯିବାର ଆଶଙ୍କା ମଧ୍ୟ ରହିଛି। ତେବେ ନଗ୍ନ ଭିଡ଼ିଓ ଦେଖିବାକୁ ଆମ ସଂସ୍କୃତି ଆମକୁ ଅନୁମତି ନ ଦେଉଥିଲେ ବି ଏଭଳି କାର୍ଯ୍ୟକଳାପ ପ୍ରତି ଦୁର୍ବତଳା ମଣିଷ ଭିତରେ କେଉଁ ଆଦିମ କାଳରୁ ରହିଆସିଛି। ଆଉ ଏଭଳି ମାନସିକତାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଏକ ପ୍ରକାର ଅସମ୍ଭବ। ତେଣୁ ଆଜିର ଏ ଡିଜିଟାଲ ଯୁଗରେ ଏଭଳି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବା ଉଚିତ୍‌।

ପ୍ରଥମ କଥା ହେଉଛି ବର୍ତ୍ତମାନ ମୋବାଇଲରେ ଆପଣ ଯାହା ବି ଖୋଜୁଛନ୍ତି ଆଉ ଦେଖୁଛନ୍ତି ସେ ସବୁ କିଛି ବର୍ଷପରେ ପାଦ ଚିହ୍ନ ପଡ଼ିବା ପରି ଇଣ୍ଟରନେଟ୍‌ ଦୁନିଆରେ ଛାପ ଛାଡ଼ି ଯାଇଥାଏ। ତେଣୁ ଆପଣ ଇଣ୍ଟରନେଟ୍‌ରେ ଯଦି ଏଭଳି କିଛି ଅଶ୍ଳୀଳତା ଜିନିଷକୁ ଖୋଜୁଛନ୍ତି ବା ଦେଖୁଛନ୍ତି ତେବେ ସେ ସବୁର ତଥ୍ୟ କେହି ନ ଜାଣିବା ଦରକାର। ନଚେତ୍‌ ଆପଣଙ୍କ ଖୋଜିବା ତଥ୍ୟକୁ ଆଧାର କରି ଅନେକ ହ୍ୟାକର ଆପଣଙ୍କ ଦୁର୍ବଳତାକୁ ଟାର୍ଗେଟ କରି ଲୁଟିବାକୁ ଚେଷ୍ଟା କରିବେ। ସେହିପରି ଯଦି ଏ ଅଶ୍ଳୀଳ ଛାପ ଆପଣ ଆପଣଙ୍କ ମୋବାଇଲରେ ଛାଡ଼ୁଛନ୍ତି ଆଉ ପରବର୍ତ୍ତୀ ସମୟରେ ଆପଣଙ୍କ ପରିବାର ଲୋକ ଏସବୁକୁ ଜାଣିନିଅନ୍ତି ତେବେ ତାହା ଆପଣଙ୍କ ସମ୍ମାନରେ ଆଞ୍ଚ ଆଣିବ।

Film

ବର୍ତ୍ତମାନ ପ୍ରଶ୍ନ ହେଉଛି ଏହି ଛାପ କ’ଣ? ଏହା ହେଉଛି ସର୍ଚ୍ଚ ହିଷ୍ଟ୍ରୀ ବା ଆପଣ କ’ଣ କ’ଣ ମୋବାଇଲ ଜରିଆରେ ଖୋଜିବାକୁ ଚେଷ୍ଟା କରିଛନ୍ତି ସେ ତଥ୍ୟ। ତେଣୁ ଯଦି ଆପଣ ଅଶ୍ଳୀଳ ଚିତ୍ର ବା ଭିଡ଼ିଓ ଦେଖୁଛନ୍ତି ତେବେ ତାହା ଆପଣଙ୍କ ମୋବାଇଲ ସର୍ଚ୍ଚ ହିଷ୍ଟ୍ରୀରେ ନ ରହିବା ଦରକାର। ଏଥିସହ ଯେତେବେଳେ ଏଭଳି କାର୍ଯ୍ୟକଳାପ କରୁଛନ୍ତି, ସେତେବେଳେ ମୋବାଇଲ ବ୍ରାଉଜରକୁ ଇନ୍‌କଗ୍ନିଟୋ ମୋଡ ବା ପ୍ରାଇଭେଟ୍‌ ମୋଡ଼ କରି ଦେଖନ୍ତୁ। ଆଉ ଏକ ଉପାୟରେ ହିଁ ଆପଣ ରକ୍ଷା ପାଇଯିବେ। ଆମେ ଇଣ୍ଟରନେଟ୍‌ ବ୍ୟବହାର କରିବା ବେଳେ ଇଣ୍ଟରନେଟ୍‌ ବ୍ରାଉଜର(ଯଥା: କ୍ରୋମ, ମୋଜିଲା ଫାୟାରଫକ୍ସ ଇତ୍ୟାଦି) ବିଭିନ୍ନ େଓ୍ଵବ୍‌ସାଇଟ୍‌ର କୁକିସ୍‌ ବା ଛୋଟ ଛୋଟ ପ୍ରୋଗ୍ରାମକୁ ଆମ ମୋବାଇଲ/ କମ୍ପ୍ୟୁଟରରେ ଇନ୍‌ଷ୍ଟଲ କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ବିଜ୍ଞାପନ ସଂସ୍ଥା ଦ୍ୱାରା ଲିକ୍‌ ହୋଇଥାଏ। ଏଥିରେ ଆପଣଙ୍କ ଆକ୍ଟିଭିଟି ବା କାର୍ଯ୍ୟକଳାପ ବି ଟ୍ରାକ୍‌ ହୋଇଥାଏ। ତେଣୁ ଏହି ପ୍ରାଇଭେଟ୍‌ ମୋଡ ବି ଆପଣଙ୍କୁ କିଛିଟା ସୁରକ୍ଷା ଦେଇପାରିବ।

ଇଣ୍ଟରନେଟ୍‌ ଦୁନିଆରେ ସାଇବର ଆଟାକ କରୁଥିବା ଅପରାଧୀ ବା ହ୍ୟାକରମାନଙ୍କ ଠାରୁ କେବଳ ଏହି ଉପାୟ ଅବଲମ୍ବନ କଲେ ବଞ୍ଚିପାରିବେ ନାହିଁ। ତେଣୁ ଭର୍ଚୁଆଲ ପ୍ରାଇଭେଟ୍‌ ନେଟଓ୍ଵାର୍କ ବା (ଭିପିଏନ୍‌) ସେବା ବ୍ୟବହାର କରିବା ଉଚିତ୍‌। ଏହା ଦ୍ୱାରା ଆପଣଙ୍କ ପ୍ରକୃତ ଲୋକେସନ ବା ସ୍ଥାନକୁ ଜଣେ ହ୍ୟାକର ସହଜରେ ଜାଣିପାରିବ ନାହିଁ। ତେବେ କେବଳ ଏତିକି ଯେ ଉପାୟ କଲେ ଆପଣ ବର୍ତ୍ତିଯିବେ ତାହା ବି ନୁହେଁ। ଏହା ସତ୍ତ୍ୱେ ଯାହା ବି ଆମେ ମୋବାଇଲ ଇଣ୍ଟରନେଟ୍‌ରେ କରୁଛେ ସେସବୁ ଗୁଗଲ, ଫେସ୍‌ବୁକ୍‌ ଭଳି କମ୍ପାନୀ ଦ୍ୱାରା ଟ୍ରାକ୍‌ ହୋଇଥାଏ।

ଏତେ ସବୁ ସତର୍କତା ପରେ ବି ଏହି ବଡ଼ ବଡ଼ କମ୍ପାନୀ ଆମର ସର୍ଚ୍ଚ ହିଷ୍ଟ୍ରିକୁ ମନେ ରଖନ୍ତି ଓ ସେମାନଙ୍କ ପ୍ଲାଟଫର୍ମରେ ବିଜ୍ଞାପନ ଦେଉଥିବା ଗ୍ରାହକଙ୍କୁ ସେସବୁକୁ ପ୍ରଦାନ କରନ୍ତି। ତେଣୁ ଏଭଳି ନ୍ୟୁଡିଟି ବା ନଗ୍ନତାରୁ ବଞ୍ଚିବା ପାଇଁ ଆମ ପ୍ରାଇଭେସୀକୁ ଗୁରୁତ୍ୱ ଦେଉଥିବା ବ୍ରାଉଜର ବ୍ୟବହାର କରିବା ଉଚିତ୍‌। ମୋଜିଲା ଫାୟାରଫକ୍ସ ବ୍ରାଉଜର ଏଭଳି ସୁରକ୍ଷା ଦେବାରେ ସବୁଠୁ ଆଗୁଆ ଥିବା ତଥ୍ୟ କୁହେ। ଏଥିସହ ବ୍ରେଭ ନାମକ ବ୍ରାଉଜର ମଧ୍ୟ ଏପରି ଡାଟା ସୁରକ୍ଷା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.