ଆଜି ଦଶହରା ଅବସରରେ ଲଞ୍ଚ ହେବ ଜିଓ ୫ଜି ସର୍ଭିସ, ଦେଶର ୪ଟି ସହରର ୟୁଜର୍ସଙ୍କୁ ମିଳିବ ମାଗଣା ଅଫର

ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି । ଆଜି କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ଆଜି ଠାରୁ ଉଠାଇ ପାରିବେ । କମ୍ପାନୀ ଏହି ସର୍ଭିସ ସହିତ ୱେଲକମ ପ୍ଲାନର ମଧ୍ୟ ଘୋଷଣା କରିଛି । ୟୁଜର୍ସମାନେ ଜିଓ ଟିଉର ୫ଜି ସର୍ଭିସର ଫାଇଦା ଦଶହରା ଅବସରରେ ଉଠାଇ ପାରିବେ ।

କମ୍ପାନି ଏହାର ୫ଜି ସେବା ଆରମ୍ଭ କରିବାକୁ ଜିଓ ଟ୍ରୁ ୫ଜି ସ୍ୱାଗତ ଅଫର ଅଧୀନରେ ଗ୍ରାହକଙ୍କୁ ଏକ ଆମନ୍ତ୍ରଣ ପଠାଇବ, ଏବଂ ଗ୍ରାହକମାନେ ପ୍ରତି ସେକେଣ୍ଡ ବେଗରେ ୧ ଗିଗାବିଟ୍‌ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟା ପାଇବେ। ଜିଓ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ ୨୦୨୨ରେ ଏହାର ଟ୍ରୁ-୫ଜି ସେବାର ସଫଳ ପ୍ରଦର୍ଶନ ପରେ ଜିଓ ୪ଟି ସହର- ଦିଲ୍ଲୀ, ବାରାଣସୀ, ମୁମ୍ବାଇ ଓ କୋଲକତାରେ ନିଜର ସର୍ଭିସକୁ ଲାଇଭ୍ କରିବ । ଯଦି ଆପଣମାନେ ଏହି ସହରମାନଙ୍କରେ ରହୁଥିବେ, ତେବେ ଆଜିଠାରୁ ୫ଜି ସର୍ଭିସ ୟୁଜ୍ କରିପାରିବେ ।

୨୦୧୭ରେ ଜିଓ ୪ଜି ସେବା ଲଞ୍ଚ କରିଥିଲା। ଗ୍ରାହକମାନେ ୱେଲକମ ଅଫର ଜରିଆରେ ମାଗଣାରେ ୪ଜି ସେବାର ଫାଇଦା ଉଠାଇଥିଲେ। ତେଣୁ ଏଥର ମଧ୍ୟ ଜିଓ ସମାନ ରଣନୀତି ଆପଣାଇଛି। ୫ଜି ସେବାର ମାଗଣା ସୁବିଧା ଉଠାଇବା ପରେ କମ୍ପାନୀ ବିଭିନ୍ନ ପ୍ୟାକ୍‌ ସମ୍ପର୍କରେ ଘୋଷଣା କରିବ ବୋଲି କୁହାଯାଉଛି। ରିଲାଏନ୍ସ କମ୍ପାନୀ ଜିଓ ୫ଜି ୱେଲକମ ଅଫର ଜରିଆରେ ଗ୍ରାହକମାନଙ୍କୁ ଅନଲିମିଟେଡ ୫ଜି ଡାଟା ଯୋଗାଇ ଦେବ।

ଆସନ୍ତାକାଲିଠାରୁ ସମସ୍ତ ୫ଜି ହ୍ୟାଣ୍ଡସେଟ ୟୁଜର୍ସଙ୍କୁ ଜିଓ ୫ଜି ମିଳିବ ନାହିଁ । କମ୍ପାନୀ ଏବେ ଏହାକୁ ଇନଭାଇଟ୍ ବେସଡ୍ ରଖିଛି । ଇନଭାଇଟ୍ ୫ଜି ହ୍ୟାଣ୍ଡସେଟ ୟୁଜର୍ସଙ୍କୁ ହିଁ ୫ଜି ସେବା ମିଳିବ । ମାତ୍ର କେତେ ୟୁଜର୍ସଙ୍କୁ କମ୍ପାନୀ ଇନଭାଇଟ୍ ପଠାଇବ ସେନେଇ କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ । ଜିଓର ସର୍ଭିସ ଷ୍ଟାଣ୍ଡ ଅଲୋନ ଆର୍କିଟେକ ଉପରେ କାର୍ଯ୍ୟ କରିବ । ଏଥିରେ ୟୁଜର୍ସଙ୍କୁ ଆଡଭାନ୍ସ ୫ଜି ନେଟୱାର୍କ ମିଳିବ । ଏଥିସହିତ ୪ଜି ନେଟୱାର୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିରେ ୟୁଜର୍ସଙ୍କୁ ଲୋ-ଲେଟେନ୍ସି, ମଶୀନ-ଟୁ-ମଶୀନ କମ୍ୟୁନିକେସନ, ୫ଜି ଭଏସ୍, ଏଜ୍ କମ୍ପ୍ୟୁଟିଂ ଓ ନେଟୱର୍କ ସ୍ଲାଇସିଂ ପରି ଫଙ୍କସନ୍ ମିଳିବ । ଲ ସହରଗୁଡ଼ିକର ଲିଷ୍ଟ ଜାରି କରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.