କେବଳ ରେନକୋଟ୍‌ ପିନ୍ଧିଲେ ହେବନି, ବର୍ଷାରେ ବାଇକ ଚଲାଇବା ସମୟରେ ବି ଏହି କଥାକୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ଏବେ ତ ସବୁଠି ଖାଲି ବର୍ଷା। ଦେଶର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଓଡିଶାର ଅନେକ ସ୍ଥାନରେ ବର୍ଷାର ମଜା ନେଉଛନ୍ତି ଲୋକ। ଯଦିଓ ଏହି ସମୟରେ ବାଇକରେ ଯାତ୍ରା କରିବା ବଡ ମୁସକିଲ ହୋଇଥାଏ। ଯେଉଁ ଲୋକଙ୍କୁ ପ୍ରତିଦିନ ବାଇକରେ ଯାତ୍ରା କରୁଛନ୍ତି, ସେମାନେ ରେନକୋଟ ବ୍ୟବହାର କରନ୍ତି। ବର୍ଷାରେ ମୋଟରସାଇକେଲ ରାଇଡିଙ୍ଗ ବେଳେ କେବଳ ରେନକୋଟ ପିନ୍ଧିଥିଲେ ହୋଇଯିବନି। ଏହାସହିତ ବି କିଛି କଥା ଅଛି ଯାହାକୁ ଧ୍ୟାନରେ ରଖିବା ବହୁତ ଆବଶ୍ୟକ । ଆପଣଙ୍କୁ ଆହୁରି ଅନେକ ଉପାୟକୁ ଆପଣାଇବା ଉଚିତ, ଯାହାଦ୍ୱାରା ଆପଣ ବର୍ଷାରେ ଭିଜିବେ ବି ନାହିଁ ଏବଂ ଦୁର୍ଘଟଣାରୁ ବି ରକ୍ଷା ପାଇପାରିବେ। ତେବେ ଏଥିପାଇଁ ଆଜି ଆମେ ଆପଣଙ୍କ ଆଣିଛୁ କିଛି ଟିପ୍ସ, ଯାହାଦ୍ୱାରା ବର୍ଷା ଦିନରେ ଆପଣ ସୁରକ୍ଷିତ ରାଇଡ କରିପାରିବେ।

ବେକିଙ୍ଗ ଏବଂ ରେସ୍‌ ଉପରେ କଣ୍ଟ୍ରୋଲ ରଖନ୍ତୁ

ବର୍ଷାରେ ବାଇକ ଚଲାଇବା ସମୟରେ ସବୁଠୁ ପ୍ରଥମ ନିୟମ ହେଉଛି ନିୟନ୍ତ୍ରଣରେ ଗାଡି ଚଲାଇବା। ଦୃତ ଗତିରେ ଗାଡି ଚଲାଇବା ଦ୍ୱାରା ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ କମ୍‌ ସ୍ପିଡରେ ଗାଡି ଚଲାଇବା ସହ ବ୍ରେକିଙ୍ଗ ଉପରେ ମଧ୍ୟ ଖାସ୍‌ ଧ୍ୟାନ ଦେବା ଉଚିତ। ହାର୍ଡ ବ୍ରେକିଙ୍ଗ, ଅର୍ଥାତ୍‌ ଜୋରରେ ବ୍ରେକ ଲଗାଇବା ଠାରୁ ଦୂରେଇ ରୁହନ୍ତୁ। ବର୍ଷାରେ ରାସ୍ତାରେ ଯିବା ସମୟରେ ସ୍ଲିପ ହେବାର ବି ଭୟ ରହିଥାଏ। ତେଣୁ ବାଇକକୁ କଣ୍ଟ୍ରୋଲରେ ରଖି ଗାଡି ଚଲାନ୍ତୁ।

ରାସ୍ତାରେ ଅନେକ ସ୍ଥାନରେ ପାଣି ଜମା ହୋଇ ରହିଥାଏ। ଆପଣ ଧ୍ୟାନ ରଖନ୍ତୁ ଯେ ଯେପରି ଆପଣ ଏହି ଖାଲ ଭିତରେ ନ ପଡନ୍ତି। ବର୍ଷାରେ ଜଣାପଡିନଥାଏ ଯେ ରାସ୍ତାରେ କେଉଁ ଜାଗାରେ ଖାଲ ରହିଛି। ଏହାବ୍ୟତୀତ ଏମିତି ଅନେକ ଘଟଣା ସାମ୍ନାକୁ ଆସିିଛି ଯେଉଁଥିରେ ଗାଡି ଗାଢ଼ରେ ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସଠିକ ଚପଲ ପିନ୍ଧନ୍ତୁ

କେବଳ ରେନକୋଟ ନୁହେଁ, ଆପଣଙ୍କୁ ଜୋତା ମଧ୍ୟ ସଠିକ ପିନ୍ଧିବା ଉଚିତ। ଅନେକ ଲୋକ ପ୍ରାୟ ସମୟରେ ଭୁଲରେ ବି ଲେଦର ସୁଜ୍‌ ପିନ୍ଧି ଦିଅନ୍ତି, ଯାହାକୁ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ। ପାଣିରେ ଭିଜି ଆପଣଙ୍କ ଜୋତା ଖରାପ ବି ହୋଇପାରେ। ଏଥିପାଇଁ ଭଲ ହେବ ଆପଣ ସ୍ପୋଟର୍ସ ସୁଜ୍‌ ବ୍ୟବହାର କରନ୍ତୁ।

ହେଡଲାଇଟ ଉପରେ ଧ୍ୟାନ ରଖନ୍ତୁ

ପ୍ରବଳ ବର୍ଷାରେ ଆମକୁ ସବୁବେଳେ ସାମ୍ନାରେ ଥିବା ଗାଡି ଭଲଭାବେ ଦେଖାଯାଏନାହିଁ। ଯାହାଦ୍ୱାରା ଦୁର୍ଘଟଣା ହେବାର ଭୟ ରହିଥାଏ। ଏଥିପାଇଁ ବର୍ଷାରେ ଗାଡି ଚଲାଇବା ସମୟରେ ବାଇକର ହେଡଲ୍ୟାାମ୍ପ ଅନ୍‌ ରଖନ୍ତୁ। ଏପରି କଲେ ଆପଣଙ୍କୁ ସ୍ପଷ୍ଟ ଦେଖାଯିବ ତାସହିତ ସାମ୍ନାରେ ଥିବା ଗାଡିକୁ ବି ଆପଣଙ୍କ ବାଇକ ଦେଖାଯିବ।

Leave A Reply

Your email address will not be published.