ପାନ୍‌ କାର୍ଡରେ କେମିତି ଏବଂ କେତେ ଟଙ୍କା ମିଳିବ ଲୋନ୍‌, ଜାଣନ୍ତୁ ପ୍ରୋସେସ

ପାନ କାର୍ଡରେ ମିଳିବ ଲୋନ୍‌। ଏମରଜେନ୍ସୀ ବେଳେ ଟଙ୍କା ପାଇଁ ଆଉ ହୁଅନ୍ତୁନାହିଁ ଟେନସନ୍‌। ଏବେ ଆପଣଙ୍କୁ ପାନ୍‌ କାର୍ଡ ଜରିଆରେ ମିଳିଯିବ ଲୋନ୍‌। ଦର୍ଶକବନ୍ଧୁ ପାନ୍‌ କାର୍ଡକୁ ଏକ ଜରୁରୀ ଦସ୍ତାବିଜ୍‌ ରୂପେ ବ୍ୟବହାର କରାଯାଏ। ପାନ କାର୍ଡର ଉପଯୋଗ ଆର୍ଥିକ ନେଣଦେଣରେ ଅଧିକ କରାଯାଏ। ଏହାସହିତ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ବିମା କରିବା, ନିବେଶ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ ସବୁ କାମରେ ପାନ କାର୍ଡକୁ ବ୍ୟବହାର କରାଯାଏ। ସେହିପରି ଯଦି ଆପଣ ଲୋନ୍‌ ନେବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆପଣ ପାନ୍‌ କାର୍ଡରେ ଲୋନ୍‌ ନେଇପାରିବେ। ଯଦିଓ ଏଥିପାଇଁ ଆପଣଙ୍କୁ କିଛି ପ୍ରୋସେସକୁ ପୂରା କରିବାକୁ ହେବ।

ଲୋକଙ୍କୁ ଲୋନ୍‌ ନେବା ପାଇଁ ବହୁତ କିଛି ପରିଶ୍ରମ କରିବାକୁ ପଡେ। ତାସହିତ ବହୁତ ପ୍ରକାର ଡକ୍ୟୁମେଣ୍ଟସ ବି ଦେବାକୁ ପଡିଥାଏ। ତାପରେ ବି ଲୋନ୍‌ ଆପ୍ରୁଭ ହେବା ମୁସ୍କିଲ ହୋଇଥାଏ। ସେହିପରି ଅଧିକାଂଶ ବ୍ୟାଙ୍କ ଏବେ ପାନ୍‌ କାର୍ଡରେ ଲୋନ୍‌ ପ୍ରୋଭାଇଡ୍‌ କରାଉଛନ୍ତି। ଏଥିପାଇଁ ଆପଣଙ୍କୁ କୌଣସି ଅନ୍ୟ ଡକ୍ୟୁମେଣ୍ଟ ଲଞ୍ଚ୍‌ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାନ କାର୍ଡରେ ଆପଣଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ସହଜରେ ଆପ୍ରୁଭ୍‌ ହୋଇପାରିବ ଏବଂ ତାହା ବି ବିନା କୌଣସି ସିକ୍ୟୁରିଟିରେ।

ପାନ୍‌ କାର୍ଡ ଜରିଆରେ କମ୍ପାନୀ କିମ୍ବା ବ୍ୟାଙ୍କ ଲୋକଙ୍କ ସିଭିଲ ସ୍କୋରକୁ ଟ୍ରାକ୍‌ କରନ୍ତି, ଯାହାଦ୍ୱାରା ଜଣାପଡେ ଯେ ଆପଣଙ୍କ ଲୋନ୍‌ ସୁଝିବାର ପୂର୍ବ ରେକର୍ଡ କେମିତି ଥିଲା। ଏହି ଆଧାରରେ ଲୋନର ଆମାଉଣ୍ଟ ଏବଂ ଅନ୍ୟ ଜିନିଷ ସବୁ ଧାର୍ଯ୍ୟ କରାଯାଏ। ପର୍ସନାଲ ଲୋନ ରାଶି ଆପଣ କେଉଁଠି ବି ବ୍ୟବହାର କରିପାରିବେ। ଯେହେତୁ ଏହି ଲୋନ୍‌ ବିନା ସିକ୍ୟୁରିଟୀରେ ଦିଆଯାଇଥାଏ। ସେହି କାରଣରୁ ବ୍ୟାଙ୍କ ଏହାଉପରେ ହାଇ ଚାର୍ଜ ବସୁଲ କରିଥାଏ।

ଏବେ ଆସନ୍ତୁ ଜାଣିବା ଲୋନ୍‌ ନେବାର କଣ ରହିଛି ପ୍ରୋସେସ୍‌

ପର୍ସନାଲ ଲୋନ୍‌ ଆପ୍‌ ଉଭୟ ଅନଲାଇନ ଏବଂ ଅଫଲାଇନ ତରିକାରେ ପାଇପାରିବେ। ଅନଲାଇନ୍‌ ତରିକା ପାଇଁ ସର୍ବପ୍ରଥମେ ଆପଣଙ୍କୁ ସମ୍ଭନ୍ଧିତ ବ୍ୟାଙ୍କର େଓ୍ଵବସାଇଟକୁ ଯିବାକୁ ହେବ, ଯେଉଁଠି ଆପଣଙ୍କୁ ଲୋନ୍‌ ସେକସନରେ ପର୍ସନାଲ ଲୋନ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ। ଏବେ ଆଗକୁ କୁହାଯାଇଥିବା ପ୍ରୋସେସକୁ ଫଲୋ କରି ଆପଣ ପର୍ସନାଲ ଲୋନ୍‌ ଆପ୍ରୁଭ କରିପାରିବେ। ସେହିପରି ଅଫଲାଇନରେ ଆପଣ ବ୍ୟାଙ୍କ ସମ୍ଭନ୍ଧିତ ଶାଖାରେ ସମ୍ପର୍କ କରିପାରିବେ।

ପର୍ସନାଲ ଲୋନ୍‌ ପାଇବା ପାଇଁ କଣ ରହିଛି ଶର୍ତ୍ତ

ଏଚଡିଏଫସି ବ୍ୟାଙ୍କର େଓ୍ଵବସାଇଟ ଅନୁଯାୟୀ ପର୍ସନାଲ ଲୋନ ନେବା ପାଇଁ ଆପଣଙ୍କ ବୟସ ୨୧-୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କୌଣସି କେନ୍ଦ୍ର ସରକାରୀ, ପ୍ରାଇଭେଟ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିବା ଆବଶ୍ୟକ। ପ୍ରତିମାସ ୨୫,୦୦୦ ଟଙ୍କା ଦରମା ପାଉଥିବା ଦରକାର। ଏହାସହିତ ତାଙ୍କ ପାଖରେ ୨ ବର୍ଷର ଓ୍ଵାର୍କ ଏକ୍ସପେରିୟନ୍ସ ରହିଥିବା ଆବଶ୍ୟକ ଏବଂ ବର୍ତ୍ତମାନର କର୍ମଚାରୀ ମଧ୍ୟ ହୋଇଥିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.