ହଜି ଯାଇଛି କି ଆପଣଙ୍କ ପାନ୍‌ କାର୍ଡ, ତେବେ ଚିନ୍ତା ନ କରି ଏପରି ଡାଉନଲୋଡ୍‌ କରନ୍ତୁ ଇନଷ୍ଟାଣ୍ଟ e-PAN

ଇନକମ୍‌ ଟ୍ୟାକ୍ସ ଭରିବାର ଶେଷ ତାରିଖ ପାଖେଇ ଆସୁଛି। ୩୧ ଜୁଲାଇ ହେଉଛି ଏହାର ଲାଷ୍ଟ ଡେଟ। ଏମିତିରେ ଆପଣଙ୍କୁ ଶିଘ୍ର ଆଇଟିଆର ଫାଇଲ୍‌ କରିବାକୁ ହେବ। ଏଥିପାଇଁ ପାନ୍‌ କାର୍ଡ ବହୁତ ଜରୁରୀ। କିନ୍ତୁ ଥରେ ଭାବନ୍ତୁ ଯଦି ସେହି ପାନ୍‌ କାର୍ଡ ହଜିଯାଏ ତାହେଲେ କେତେ ମୁସକିଲ ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାନ୍‌ କାର୍ଡ ହଜିଗଲେ କିମ୍ବା ଖରାପ ହୋଇଗଲେ ଆଟିଆର ଭରିବା ସମୟରେ ବହୁତ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ଯଦି ଆପଣଙ୍କ ପାନ୍‌ କାର୍ଡ ହଜିଯାଇଛି ତାହେଲେ ଆଜି ଆମେ ଆପଣଙ୍କୁ ଏକ ଜବରଦସ୍ତ ତରିକା ବତାଇବୁ ଯାହାଦ୍ୱାରା ଆପଣ ସହଜରେ ଇ-ପାନ କାର୍ଡକୁ ସହଜରେ ଡାଉନଲୋଡ୍‌ କରିପାରିବେ।

ସରକାର ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ପାନ କାର୍ଡକୁ ବହୁତ ଜରୁରୀ କରିଦେଇଛନ୍ତି। ଅନେକ ଲୋକଙ୍କର ପାନ କାର୍ଡ ନଥିବା କାରଣରୁ ଅନେକ ସମସ୍ୟା ଆସୁଥିଲା ଏବଂ ଖାସ୍‌ କରି ଏହିି କାରଣରୁ ସରକାର ଅନଲାଇନ୍‌ ଇନଷ୍ଟାଣ୍ଟ ପାନ୍‌ ଦେବା ଆରମ୍ଭ କରିଛନ୍ତି। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ଅନଲାଇନ୍‌ ତରିକାରେ ଇ-ପାନ କାର୍ଡକୁ ଡାଉନଲୋଡ୍‌ କରିପାରିବେ।

e-pane-PAN ଡାଉନଲୋଡ୍‌ କରିବାର ତରିକା

  • ସର୍ବପ୍ରଥମେ ଆପଣଙ୍କୁ incometax.gov.in କୁ ଯିବାକୁ ହେବ। ଏହା ହେଉଛି ଆୟକର ବିଭାଗର ଇ-ଫାଇଲିଙ୍ଗ ପୋର୍ଟାଲ।
  • ଏହାପରେ ଆପଣଙ୍କୁ ଏକ ବିକଳ୍ପ ଦେଖାଯିବ Instant e-PAN, ତାହା ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ New e-PAN ବିକଳ୍ପ ଉପରେ କ୍ଲିକ କରନ୍ତୁ।
  • ଏହାପରେ ନିଜ PAN ନମ୍ବର ଏଣ୍ଟର କରିବାକୁ ହେବ। ଏହାସହିତ ଆଧାର ନମ୍ବର ମଧ୍ୟ ଏଣ୍ଟର କରିବାକୁ ହେବ।
  • ତାପରେ Terms and Conditionsକୁ ଆକସେପ୍ଟ କରନ୍ତୁ।
  • ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ନମ୍ବରକୁ ଏକ ଓଟିପି ଆସିବ।
  • ଏହାକୁ ଏଣ୍ଟର କରନ୍ତୁ ଏବଂ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ। ସବମିଟ୍‌ ଉପରେ କ୍ଲିକ କରିବା ପୂର୍ବରୁ ଆପଣଙ୍କୁ ସମସ୍ତ ଡିଟେଲ୍ସକୁ ଭଲଭାବେ ଚେକ୍‌ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ଇ-ପାନ୍‌ କାର୍ଡର ପିଡିଏଫ କପି ଆପଣଙ୍କ ରେଜିଷ୍ଟର୍ଡ ଇ-ମେଲ ଆଇଡିକୁ ପଠାଇ ଦିଆଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.