ସବୁ ପେମେଣ୍ଟ ଉପରେ ମିଳିବ ଭାରି କ୍ୟାସବ୍ୟାକ୍‌, GPayର ଏହି ଟ୍ରିକ ଆପଣଙ୍କୁ ଦେବ ବଡ ଫାଇଦା

ଗୁଗଲ ପେମେଣ୍ଟ ଗତ କିଛି ବର୍ଷ ଧରି ଆମର ଡେଲି ଡେଲି କାମ ବନିଗଲାଣି। ତେଣିକି ତାହା କାହାକୁ ଟଙ୍କା ପଠାଇବାକୁ ହେଉ କିମ୍ବା ଜିନିଷ କ୍ରୟରେ। ପେମେଣ୍ଟ କରିବାର ଅଛି ତ ଲୋକମାନେ ଏବେ ଗୁଗଲ ପେମେଣ୍ଟର ବ୍ୟବହାର କରୁଛନ୍ତି। ଆପଣ ଯଦି ଧ୍ୟାନ ଦେଇଥିବେ ତାହେଲେ ନିଶ୍ଚୟ ଜାଣିଥିବେ ଯେ ପ୍ରାରମ୍ଭିକ ସମୟରେ ଗୁଗଲ ପେମେଣ୍ଟ କରିବା ଦ୍ୱାରା ବହୁତ କ୍ୟାସବ୍ୟାକ୍‌ ମିଳୁଥିଲା କିନ୍ତୁ ଯେମିତି ଯେମିତି ସମୟ ବଢ଼ି ଚାଲିଛି ଏହି କ୍ୟାସବ୍ୟାକ୍‌ ରାଶି କମ୍‌ ମିଳୁଛି। ଯଦି ଆପଣଙ୍କୁ ଲାଗୁଛି ଯେ କ୍ୟାସବ୍ୟାକ ରାଶି ଏବେ କମ୍‌ ମିଳିବ ତାହେଲେ ଏମିତି ଆଦୌ ନୁହେଁ। କାହିଁକିନା ଆଜି ଆମେ ଆପଣଙ୍କୁ ଏମିତି ଟିପ୍ସ ବତାଇବୁ, ଯାହା ସାହାଯ୍ୟରେ ଆପଣ ବହୁତ ଟଙ୍କା ପର୍ଯ୍ୟନ୍ତ ଗୁଗଲ କ୍ୟାସବ୍ୟାକ୍‌ ହାସଲ କରିପାରିବେ।

ଗୁଗଲ ପେମେଣ୍ଟ ଆପରେ ଆପଣଙ୍କୁ ଅନେକ ପ୍ରକାର ପ୍ଲାନ ଦେଖିବାକୁ ମିଳିବ, ଯେଉଁଥିରେ ଯଦି ଆପଣ କୌଣସି ଖାସ୍‌ ପେମେଣ୍ଟ କରନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ କ୍ୟାସବ୍ୟାକ୍‌ ମିଳିଥାଏ। ଏହି ପେମେଣ୍ଟସରେ ଗ୍ୟାସ ବିଲ ସହିତ ବିଜୁଳି ବିଲ ଏବଂ ପେଟ୍ରୋଲ ବିଲ୍‌ ମଧ୍ୟ ସାମିଲ ରହିଛି। ଯଦି ଆପଣ ଏହି ପେମେଣ୍ଟସକୁ କାର୍ଯ୍ୟକାରୀ କରନ୍ତି ତାହେଲେ ଆପଣଙ୍କୁ ଏକ ନିଶ୍ଚିତ କ୍ୟାସବ୍ୟରକ୍‌ ମିଳିବ, ଯାହା ବହୁତ ଅଧିକ ବି ହୋଇଥିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିପାଇଁ ଆପଣଙ୍କୁୁ ଅଲଗା ଅଲଗା ଆକାଉଣ୍ଟରେ ପେମେଣ୍ଟ କରିବାକୁ ହେବ। ଯଦି ଆପଣ ଗୋଟିଏ ଆକାଉଣ୍ଟରେ ଭାରି ଆମାଉଣ୍ଟ ଟ୍ରାନଜାକସନ୍‌ କରୁଛନ୍ତି ଏବଂ ଆପଣଙ୍କୁ ଲାଗୁଛି ଯେ ବଡ କ୍ୟାସବ୍ୟାକ ଆପଣଙ୍କ ହାତରେ ଲାଗିଯିବ ତାହେଲେ ଏମିତି ନୁହେଁ, ଯଦି ଆପଣ କ୍ୟାସବ୍ୟାକ ଚାହୁଁଛନ୍ତି ତାହେଲେ ଅଲଗା ଅଲଗା ଆକାଉଣ୍ଟରେ ପେମେଣ୍ଟ କରନ୍ତୁ, ଯାହାଦ୍ୱାରା କ୍ୟାସବ୍ୟାକ ଅଧିକ ମିଳିବ ଏବଂ ଏହାର ସମ୍ଭାବନା ମଧ୍ୟ ବହୁତ ଅଧିକ ରହିବ।

ଆପଣ ଯଦି ଗୋଟିଏ ଥରରେ ହିଁ ବହୁତ ମୋଟା ଆମାଉଣ୍ଟକୁ କାହାକୁ ଟ୍ରାନ୍ସଫର କରୁଛନ୍ତି ତାହେଲେ ଗୁଗଲ ପେମେଣ୍ଟରେ ସେହି ଆମାଉଣ୍ଟ ପାଇଁ ବହୁତ ଅଧିକ କ୍ୟାସବ୍ୟାକ ମିଳିବନାହିଁ। ସେହି ଆମାଉଣ୍ଟ ଯଦି ଆପଣ ଅନେକ ଗୁଡିଏ ଆକାଉଣ୍ଟରେ କରିବେ ତାହେଲେ କ୍ୟାସବ୍ୟାକ୍‌ ଅଧିକ ମିଳିବାର ସମ୍ଭାବନା ରହିଥାଏ।

Leave A Reply

Your email address will not be published.