ଏବେ ହ୍ଵାଟସଆପ୍‌ ରେ କରିପାରିବେ ଜିଓ ମାର୍ଟ ସପିଂ, କେବଳ ମେସେଜ କରି ଅର୍ଡର କରିପାରିବେ ନିଜ ମନ ପସନ୍ଦ ଜିନିଷ

ଜିଓ ମାର୍ଟ ନିଜ ଗ୍ରାହକଙ୍କୁ ସୁବିଧା ରେ ସପିଂ କରାଇବା ପାଇଁ ଆଣିଛି ନୁଆ ବ୍ୟବସ୍ଥା। ଏହି ବ୍ୟବସ୍ଥା ରହିଛି ଦେଶ ବାସୀଙ୍କ ପାଇଁ। ଜିଓର ଗ୍ରାହକ ଯେତେ ମାତ୍ରାରେ ବଢ଼ିବାକୁ ଲାଗିଛନ୍ତି ଏମିତିରେ କମ୍ପାନୀ ୟୁଜର୍ସଙ୍କୁ ସହଜରେ ସବୁ ପ୍ରକାର ସୁବିଧା ପ୍ରଦାନ କରିବା ପାଇଁ ନୂଆ ଯୋଜନା ବନାଇଛି। ଏହି ଯୋଜନା ରହିଛି ମେଟା ଓ ଜିଓ ପ୍ଳାଟଫର୍ମସକୁ ନେଇ..

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି। ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ । ସାରା ଦେଶରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ଅନଲାଇନ୍‌ରେ ସପିଙ୍ଗ୍ କରିବେ। ଏଥିରେ ସମସ୍ତ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍/ଦେୟ ପ୍ରଦାନ ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ବେଶ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିଲୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଏହି ନିଷ୍ପତ୍ତିକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ତଥା ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ସହ ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ପାଇଁ ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଏହି ଯୋଜନାର ଶୁଭାରମ୍ଭ । ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟୀ ମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବା ଏବଂ ଲୋକମାନଙ୍କ ସପିଙ୍ଗ୍ ରେ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “Yes’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Leave A Reply

Your email address will not be published.