ମୋଟରୋଲା ଲଞ୍ଚ କଲା ସ୍ମାର୍ଟ ଟିଭି ସିରିଜ,ମାତ୍ର ୧୦,୯୯୯ ଟଙ୍କାରେ ମିଳିବି ବଢ଼ିଆ ଟିଭି

ମୋଟରୋଲା କମ୍ପାନି ନିଜର ସ୍ମାର୍ଟ ଟିଭି ସିରିଜରେ ଏକ ନୂଆ ପରିବର୍ତ୍ତନ ଆଣିଛି । ନିକଟରେ ନିଜର Revou2 smart TV ଲଞ୍ଚ କରିଛି । ଏହି ସିରଜରେ କମ୍ପାନି ଅଲଗା ଅଲଗା ସ୍କ୍ରିନ୍‌ ସାଇଜ ଓ ରେଜୋଲୁସନର ଟିଭି ଆଣିଛି । ଏଥିରେ ୩୨ ଇଞ୍ଚ, ୪୦ ଇଞ୍ଚ ଓ ୪୩ ଇଞ୍ଚ ର ଏଚଡି ସ୍କ୍ରିନ, ଏଫଏଚଡି ଏବଂ ଅଲଟ୍ରା ଏଚଡି ର ମଡେଲ ଟିଭି ଲଞ୍ଚ କରିଛି । କମ୍ପାନି ଏହି ଟିଭି ସିରିଜର ପ୍ରାରମ୍ଭିକ ମୂଲ୍ୟ ୧୦,୯୯୯ ଟଙ୍କାରୁ ଆରମ୍ଭ କରିଛି ।

Moto Revou2 Smart TV ସିରିଜର ମୂଲ୍ୟ

Moto Revou2 smart TV ର ୩୨ ଇଞ୍ଚ ଏଚଡି (HD) ଭାରିଏଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା, ୪୦ ଇଞ୍ଚ ଓ ୪୩ ଇଞ୍ଚର ଫୁଲ ଏଚଡି (Full HD) ଭାରିଏଣ୍ଟର ମୂଲ୍ୟ କ୍ରମଶଃ ୧୬.୯୯୯ ଟଙ୍କା ଓ ୧୯,୯୯୯ ଟଙ୍କା ରହିଛି, ୪୩ ଇଞ୍ଚର ଅଲଟ୍ରା ଏଚଡି (Ultra HD) ମଡେଲର ମୂଲ୍ୟ ୨୨,୯୯୯ ଟଙ୍କା ରଖାଯାଇଛି । ଗ୍ରାହକ Moto Revou 2 smart TV ସିରିଜକୁ ଫ୍ଲିପ୍‌କାର୍ଟ (Flipkart) ରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.