ସ୍ୱାଧୀନତା ଦିବସ ଅବସରରେ BSNL ଦେଉଛି ବମ୍ପର ଅଫର : ମାତ୍ର ୨୭୫ ଟଙ୍କାରେ ମିଳୁଛି ଜବରଦସ୍ତ ବେନିଫିଟ୍…

ବିଏସଏନଏଲ୍ ଭାରତ ଫାଇବର ସ୍ୱାଧୀନତା ଦିବସ ଅବସରରେ ତାର ଗ୍ରାହକ ମାନଙ୍କୁ ବଡ଼ ଅଫର ଦଉଛି । BSNL କେବଳ ୨୭୫ ଟଙ୍କା ପାଇଁ ୭୫ ଦିନର ଫାଇବର ବ୍ରଡବ୍ୟାଣ୍ଡ ସର୍ଭିସ୍ ନେଇଆସିଛି। କିନ୍ତୁ ଆସନ୍ତୁ ଜାଣିବା ଯେ ଏହି ଯୋଜନା ପ୍ରତ୍ୟେକ ପ୍ଲାନ ରେ ପ୍ରଯୁଜ୍ୟ ନୁହେଁ | ବିଏସଏନଏଲ ଭାରତ ଫାଇବର ଏହାର ସ୍ୱାଧୀନତା ଦିବସ ୨୦୨୨ ଅଫର ପାଇଁ ତିନୋଟି ପ୍ଲାନ ଚୟନ କରିଛି – ୪୪୯ ଟଙ୍କା, ୫୯୯ ଟଙ୍କା ଏବଂ ୯୯୯ ଟଙ୍କା ପ୍ଲାନ । ୪୪୯ ଟଙ୍କିଆ ପ୍ଲାନ ଅଧିକାଂଶ ସର୍କଲରେ ସରକାରୀ କମ୍ପାନୀର ଏଣ୍ଟ୍ରି-ଲେବଲ ବ୍ରଡବ୍ୟାଣ୍ଡ ପ୍ଲାନ୍ । ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ…

୭୫ ଦିନ ପାଇଁ BSNL ୪୪୯ ଟଙ୍କା ଏବଂ ୫୯୯ ଟଙ୍କା ୨୭୫ ଟଙ୍କା ପ୍ରଦାନ କରିବ। ୨୭୫ ଟଙ୍କାର ପୈଠ କରି ଏଥିରେ କୌଣସି ବି ଯୋଜନା ପାଇଁ ୭୫ ଦିନ ପାଇଁ ସର୍ଭିସ୍ ଗ୍ରାହକଙ୍କୁ ମିଳିବ । ୭୫ ଦିନ ପରେ ଆପଣଙ୍କୁ ପୂର୍ବ ନିୟମିତ ଟାରିଫର ପୈଠ ଜାରି ରଖିବାକୁ ହେବ । ସ୍ୱାଧୀନତା ଦିବସ ଅଫର ସହିତ ଉପଲବ୍ଧ ରିହାତି ମୂଲ୍ୟରେ ଲାଭ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଏହି ଅଫର ନୂତନ ଗ୍ରାହକଙ୍କ ପାଇଁ, ଯେହେତୁ BSNL କହିଛି ଯେ KYC ସମୟରେ ଗ୍ରାହକମାନେ କେଉଁ ଯୋଜନା ସହିତ ଆଗକୁ ବଢିବାକୁ ଚାହୁଁଛନ୍ତି ତାହା ବାଛିବାକୁ ପଡିବ।

BSNLର ୯୯୯ ଟଙ୍କିଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ୭୭୫ ଟଙ୍କାରେ ୭୫ ଦିନ ପାଇଁ ବୈଧ ରହିବ । କମ୍ପାନୀ ଦ୍ୱାରା ଦିଆଯାଉଥିବା ପ୍ରିମିୟମ୍ ଯୋଜନା ମଧ୍ୟରୁ ଏହା ଗୋଟିଏ । ଉପଭୋକ୍ତାଙ୍କୁ ଏହି ପ୍ଲାନ୍ ପସନ୍ଦ ଆସିବ କାରଣ ଏଥିରେ ଓଟିଟି ପ୍ଲାଟଫର୍ମର ମଧ୍ୟ ଲାଭ ମିଳିପାରିବ ।

BSNL ନିଜ ୪୪୯ ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନ୍ ୩୦ ଏମବିପିଏସ୍ ସ୍ପିଡ୍ ସହିତ ଆଣିବ । ୟୁଜର୍ସଙ୍କୁ ୩.୩ ଟିବି ମାସିକ ଡେଟା ମିଳିବ । ଏହା ପରେ ଇଣ୍ଟରନେଟର ସ୍ପିଡ୍ ୨ ଏମବିପିଏସ୍ ପର୍ଯ୍ୟନ୍ତ କମ୍ ହୋଇଯିବ । ୫୯୯ ଟଙ୍କାର ବ୍ରଡବ୍ୟାଣ୍ଡ୍ ପ୍ଲାନରେ ୟୁଜର୍ସଙ୍କୁ ୩.୩ ଟିବି ପର୍ଯ୍ୟନ୍ତ ମାସିକ ଡାଟା ସହିତ ୬୦ ଏମବିପିଏସର ସ୍ପିଡ୍ ମିଳିବ । ଏହା ପରେ ସ୍ପିଡ୍ ହ୍ରାସ ପାଇ ୨ ଏମବିପିଏସ୍ ହୋଇଯିବ । ୯୯୯ ଟଙ୍କାର ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ସହିତ ୟୁଜର୍ସଙ୍କୁ ୨ ଟିବି ଡାଟା ସହିତ ୧୫୦ ଏମବିପିଏସର ସ୍ପିଡ୍ ମିଳିବ । କିନ୍ତୁ ପରେ ଓଟିଟିର ଫାଇଦା ମିଳିବ ଯେଉଁଥିରେ ଡିଜନୀ ପ୍ଲସ୍ ହଟଷ୍ଟାର୍ ସବସ୍କ୍ରିପ୍ସନ, ହଙ୍ଗାମା, ସୋନିଲିଭ୍, ଜି୫, ବୁଟର ଲାଭ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.