ପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ୧୦ ହଜାର ଟଙ୍କା ଫାଇନ୍‌

ପାନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଯଦି ଆପଣଙ୍କ ପାନ କାର୍ଡ ଆଧାର କାର୍ଡ ସହ ଯୋଡ଼ି ହୋଇନାହିଁ ତେବେ ଏହା ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ । ମାନେ ଏହାକୁ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର ସହିତ ନିଜ ପାନ କାର୍ଡକୁ ଲିଙ୍କ କରିନାହାଁନ୍ତି ତେବେ ୧ ଅପ୍ରେଲ ୨୦୨୨ ମସିହାରୁ ନିଷ୍କ୍ରିୟ ବା ଅଚଳ ହୋଇଯିବ। ଅର୍ଥାତ ଆପଣ ଏହାର ଉପଯୋଗ କରିପାରବେନାହିଁ।

ଆଧାର ସହିତ ପାନ କାର୍ଡକୁ ସଂଯୋଗ ନ କରିବା ଆପଣକ ପାଇଁ ପଡିପାରେ ମହଙ୍ଗା। ଯଦି ଆପଣ ଚଳିତ ମାସ ଶେଷ ଅର୍ଥାତ ୩୧ ମାର୍ଚ୍ଚ ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଉନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇବେ। ଆୟକର ବିଭାଗ ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ ପାନ-ଆଧାର ଲିଙ୍କ୍‌ ହୋଇନଥିବା ପାନ କାର୍ଡକୁ ‘ନିଷ୍କ୍ରିୟ’ ଘୋଷଣା କରାଯିବ। କିନ୍ତୁ ଏବେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ୍ ନକରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ।

ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି। ଆୟକର ଅଧିନିୟମ ଧାରା ୧୩୯ଏଏ ମୁତାବିକ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କ ପାଖରେ ୧ ଜୁଲାଇ ୨୦୧୭ ମସିହାରୁ ପାନ କାର୍ଡ ରହିଛି ସେମାନଙ୍କୁ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବ। ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ସଂଖ୍ୟାକୁ କହିବାକୁ ପଡ଼ିବ।

ଯଦି ଆପଣଙ୍କ ପାନ କାର୍ଡ ଅଚଳ ହୋଇଯାଇଛି ଏହାପରେ ବି ଆପଣ ଯଦି ପାନ କାର୍ଡକୁ ଜମା ନକରନ୍ତି ତେବେ ଆୟକର ବିଭାଗ ଏହାକୁ ନେଇ ଅଭିଯୋଗ କରିବାର ସମ୍ଭାବନା ରହିଛି। ଏସବୁ ପାଇଁ ସେ ଆପଣଙ୍କୁ ଉତ୍ତରଦାୟୀ କରିବ। ଏହି ସମୟରେ ଯଦି ଆପଣଙ୍କ କାର୍ଡ ଅଚଳ ହୋଇଯାଇଛି ତେବେ ତୁରନ୍ତ ଯାଇ ଯୋଗାଯୋଗ କରନ୍ତୁ।

aadhar

ତେବେ ଏଥିପାଇଁ କିଛି ଜରିମାନା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ମାନେ ଆୟକର ଅଧିନିୟମ ୨୭୨ ଅନୁସାରେ ଯଦି ଆପଣଙ୍କ ପାନ କାର୍ଡ ଆଧାର ସହିତ ଲିଙ୍କ ନାହିଁ ତେବେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ନିୟମ ଅବମାନନା କରୁଥିବା ପ୍ରତ୍ୟେକ ଅମାନିଆଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଟାକ୍ସମାନ ଡିଜିଏମ୍‌ ନବୀନ ଓ୍ଵାଧବାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଡିଫ୍ଲଟ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ। ବଜେଟ ୨୦୨୧ରେ କେନ୍ଦ୍ର ସରାକର ଆୟକର ଅଧିନିୟମରେ ଏକ ନୁଆ ଧାରା ୨୩୪ଏଚ୍‌ ଯୋଡ଼ିଛନ୍ତି। ଏହି ସମୟରେ ଜରିମାନାକୁ ନିର୍ଦ୍ଧାରିତ କରାଯାଇଥିଲା। ତେବେ ସେହି ସମୟରେ ଜରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା। ଏବେ କିନ୍ତୁ ଏହାର ସୀମାକୁ ବଢ଼ାଇ ଦିଆଯାଇଛି।

ପାନ ଏବଂ ଆଧାରକୁ ଲିଙ୍କ କରିବା ପାଇଁ ଆପଣ ଆୟକର ବିଭାଗର ଅଫିସିଆଲ ଇ-ଫାଇଲିଙ୍ଗ ପୋର୍ଟାଲକୁ ଯାଇ କରିପାରିବେ। ଏହି ପୋର୍ଟାଲରେ ଆପଣଙ୍କୁ ବାମ ପଟେ ପାନ-ଆଧାର ଲିଙ୍କ୍‌ କରିବାର ବିକଳ୍ପ https://www1.incometaxindiaefiling.gov.in/e-FilingGS/Services/LinkAadhaarHome.html) ମିଳିବ। ଏହା ଉପରେ କ୍ଲିକ କରିବାକୁ ହେଲେ ଆପଣଙ୍କୁ ପାନ ନମ୍ବର, ଆଧାର ନମ୍ବର ଏବଂ ନିଜର ନାମ ଭରିବାକୁ ହେବ। ଏହାପରେ ଆୟକର ବିଭାଗ ଆପଣଙ୍କର ଦ୍ୱାରା ଦିଆଯାଇଥିବା ବିବରଣୀକୁ ଭ୍ୟାଲିଡେଟ କରିବ। ଯାହାପରେ ଲିଙ୍କ ପ୍ରକ୍ରୀୟା ପୂରା ହୋଇଯିବ।

ତେବେ ଯେତେ ଶୀଘ୍ର ଏହାକୁ ଲିଙ୍କ କରାଇବେ ସେତେ ଶୀଘ୍ର ଆପଣ ରିଫଣ୍ଡ ମଧ୍ୟ ପାଇପାରିବେ। ଏହାକୁ ଲିଙ୍କ କରିବା ପରେ ହିଁ ଆପଣଙ୍କ ପାନ କାର୍ଡ ପୁଣି ଥରେ କାମ କରିବ। ତେବେ ଏହା ସମ୍ପର୍କରେ ଆପଣ ପାନକାର୍ଡର ଅଫିସିଆଲ େଓ୍ଵବସାଇଟରେ ଅଧିକ ତଥ୍ୟ ଜାଣିପାରିବେ।

Leave A Reply

Your email address will not be published.