ପାନ୍ କାର୍ଡର ମିସୟୁଜ୍ ଆଲର୍ଟ: ଆପଣଙ୍କ ପାନ୍ କାର୍ଡ ଅନ୍ୟ କୌଣସି ସ୍ଥାନରେ ଅପବ୍ୟବହାର ହେଉଛି କି? କିଛି ମିନିଟରେ ଜାଣନ୍ତୁ ପ୍ୟାନ୍ ହିଷ୍ଟ୍ରି

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ। ଏମିତିକି ଏବେ ଅଧିକ ମାତ୍ରାରେ ଅତି ଚାଲାକି ସହିତ ଅନଲାଇନ୍ ଜରିଆରେ ହ୍ୟାକ୍ କରୁଛନ୍ତି ହ୍ୟାକର୍ସ। ବ୍ୟାଙ୍କ ଠାରୁ ଆରମ୍ଭ କରି ପାନ୍ କାର୍ଡ ଡାଟା ମଧ୍ୟ କିଛି ମିନିଟରେ ନେଇଯାଉଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ଆଧାର କାର୍ଡ ପରେ ପାନ୍ କାର୍ଡ ଆମ ପାଇଁ ବହୁତ୍ ଜରୁରୀ ହୋଇଯାଇଛି। କାରଣ ସବୁ କ୍ଷେତ୍ରରେ ଏବେ ଆମକୁ ଦରକାର୍ ପାନ୍ କାର୍ଡ। ହେଲେ ଏହାର ଡାଟାକୁ ମଧ୍ୟ ହ୍ଯାକ କରିବାକୁ ପଛାଉନାହାନ୍ତି ହ୍ୟାକର୍ସମାନେ। ତେଣୁ ସବୁ ସମୟରେ ଏହାକୁ ନେଇ ସତର୍କତା ଅବଲମ୍ବନ କରାଯିବା ଦରକାର।

cyber crime
picture credit- Zee News

 

ଯଦି ଆପଣଙ୍କର ପାନ୍ କାର୍ଡରେ କୌଣସି ଅସୁବିଧା ଦେଖାଯାଉଛି, ତେବେ ଆପଣ ତୁରନ୍ତ ଆୟକର ବିଭାଗରେ ଏଥିପାଇଁ ଅଭିଯୋଗ କରିପାରିବେ। ଏଥିପାଇଁ ଆୟକର ବିଭାଗ ଏକ ଇଲେକ୍ଟ୍ରୋନିକ୍ ପୋର୍ଟାଲ୍ ସୃଷ୍ଟି କରିଛି। ପାନ୍ କାର୍ଡ ହେଉଛି ଏକ ଅତ୍ୟାବଶ୍ୟକ ଫାଇନାନ୍ସିଆଲ୍ ଡକ୍ୟୁମେଣ୍ଟ୍ ବା କାର୍ଡ। ଆଜିକାଲି ପାନ୍ କାର୍ଡ ଏବଂ ଆଧାର କାର୍ଡର ଉପଯୋଗିତା ସବୁଠାରେ ଅଧିକ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଷ୍ଟକ୍ ମାର୍କେଟରେ ବାଣିଜ୍ୟ କରିବା, ଆୟକର ରିଟର୍ଣ୍ଣ ଦାଖଲ କରିବା, ସମ୍ପତ୍ତି କିଣିବା, ସୁନା କିଣିବା ଇତ୍ୟାଦି ପାଇଁ ପ୍ୟାନ କାର୍ଡ ବ୍ୟବହାର କରାଯାଏ।

ତେବେ ଏଭଳି ପରିସ୍ଥିତିରେ ପୂର୍ବରୁ ପାନ୍ କାର୍ଡର ଭୁଲ ବ୍ୟବହାରର ଅନେକ କେସ ସାମ୍ନାକୁ ଆସିଛି। କିଛି ମାସ ମଧ୍ୟରେ ବି ଏପରି ଏକ ଅଭିଯୋଗ କରାଯାଇଥିଲା ଯେତେବେଳେ ଏକ ଅନଲାଇନ୍ ଲୋନ କମ୍ପାନୀ ଅନ୍ୟ ଜଣଙ୍କ ନାମରେ ଥାର୍ଡ ପାର୍ଟିକୁ ଟଙ୍କା ଦେଇଥିଲା। ତେବେ ଏଭଳି ପରିସ୍ଥିତିରେ, ପାନ୍ କାର୍ଡ ବିଷୟରେ ସୂଚନା ଦେବାବେଳେ ଆମକୁ ବିଶେଷ ଭାବେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏହା ସହିତ, ସମୟ ସମୟରେ ପାନ୍ କାର୍ଡର ହିଷ୍ଟ୍ରି ଚେକ୍ କରିବା ମଧ୍ୟ ଆବଶ୍ୟକତା ଅଛି। ଯଦି ଆପଣ ମଧ୍ୟ ଏହି ପ୍ରକାରର ଜାଲିଆତିରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ସମୟ ସମୟରେ ପାନ୍ କାର୍ଡ ହିଷ୍ଟ୍ରି ଚେକ୍ କରନ୍ତୁ।

ତେଣୁ ଆସନ୍ତୁ ଜାଣିବା କିପରି ଆପଣ ଘରେ ବସି ପାନ୍ କାର୍ଡର ହିଷ୍ଟ୍ରି ଯାଞ୍ଚ କରିପାରିବେ:

ପ୍ରଥମେ ଆପଣଙ୍କୁ ପାନ୍ କାର୍ଡ ହିଷ୍ଟ୍ରି ଚେକ୍ କରିବାକୁ ଏହାର ୱେବ୍ ସାଇଟକୁ ଯିବାକୁ ପଡିବ।

୧.ପାନ୍ କାର୍ଡ ହିଷ୍ଟ୍ରି, CIBIL ସ୍କୋର ଯାଞ୍ଚ ପୋର୍ଟାଲ୍ ଉପରେ କ୍ଲିକ୍ କରନ୍ତୁ । ଏହାର ୱେବସାଇଟ ହେଉଛି CIBIL ପୋର୍ଟାଲ https://www.cibil.com/ ।

୨.ଏଠାରେ ଆପଣଙ୍କୁ CIBIL ସ୍କୋର ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଏହି ପୋର୍ଟାଲକୁ ସବସ୍କ୍ରାଇବ କରିବାକୁ ପଡିବ ।

୩. ଏହା ପରେ କାର୍ଡ ଧାରୀଙ୍କ ଜନ୍ମ ତାରିଖ, ଇମେଲ ଆଇଡି ଏବଂ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ।
୪. ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଲଗଇନ୍ ପାଇଁ ଏକ ପାସୱାର୍ଡ ତିଆରି କରିବାକୁ ପଡିବ।

୫. ଏହାପରେ ଇନକମ ଟ୍ୟାକ୍ସ ID ପ୍ରବେଶ କରନ୍ତୁ।
୬.ପରବର୍ତ୍ତୀ ଷ୍ଟେପରେ ପାନ୍ ନମ୍ବର ଏଣ୍ଟ୍ରି ହେବ। ଏହାପରେ ଆପଣଙ୍କୁ କିଛି ପ୍ରଶ୍ନ ପଚରାଯିବ ଯାହାର ଉତ୍ତର ଦେବାକୁ ପଡିବ । ଏହାପରେ ଆପଣଙ୍କୁ ପେମେଣ୍ଟ ଦେବାକୁ ପଡିବ।
୭ ପୁଣି ଥରେ ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ ଏବଂ ମୋବାଇଲ୍ ନମ୍ବର ସାହାଯ୍ୟରେ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ପଡ଼ିବ।

୮. ଏହାପରେ ଏକ ଫର୍ମ ଆସିବ, ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ।
୯.ଏହା ପରେ ଆପଣ ସହଜରେ ସିବିଲ୍ ସ୍କୋର୍ ଚେକ୍ କରିବାକୁ ସମର୍ଥ ହେବେ।

ଏହାପରେ ଯଦି ଆପଣ ଆପଣଙ୍କର ପାନ୍ କାର୍ଡ ହିଷ୍ଟ୍ରିରେ କୌଣସି ଭୁଲ୍ ଦେଖନ୍ତି, ତେବେ ଆପଣ ଅଭିଯୋଗ କରିପାରିବେ ଆୟକର ବିଭାଗରେ। ତୁରନ୍ତ ଆୟକର ବିଭାଗରେ ଅଭିଯୋଗ କରିବା ପାଇଁ ଆୟକର ବିଭାଗ ଏକ ଇଲେକ୍ଟ୍ରୋନିକ୍ ପୋର୍ଟାଲ୍ ସୃଷ୍ଟି କରିଛି। ଏଠାରେ ଆପଣ ସହଜରେ PAN card ସମ୍ବନ୍ଧୀୟ ଅଭିଯୋଗ ରେଜିଷ୍ଟର କରିପାରିବେ। ଏଥିପାଇଁ ଆପଣ ପ୍ରଥମେ https://incometax.intalenetglobal.com/pan/pan.asp ୱେବସାଇଟ ଉପରେ କ୍ଲିକ୍ କରିବାକୁ ପଡିବ। ଏହାପରେ ଆପଣ PAN ନମ୍ବର ଦେବେ ଏବଂ ମଗାଯାଇଥିବା ସବୁ ଡିଟେଲ୍ସ ଦେବେ। ଏହାପରେ ନିଜର ଆପଣଙ୍କ ଅଭିଯୋଗ ରେଜିଷ୍ଟର ହେବ ଓ ଏହା ସବମିଟ୍ ହୋଇଯିବ। ଅତି ସହଜରେ ଆପଣଙ୍କର ଅଭିଯୋଗ ପୋର୍ଟାଲରେ ଦାଖଲ ହୋଇଯିବ। ତେବେ ଏହି ସବୁ ଉପାୟ ଆପଣାଇବାକୁ ପଡ଼ିବ ଆପଣଙ୍କୁ। ନିଜ ପାନ୍ କାର୍ଡ ବିଷୟରେ ଜାଣିବା ପାଇଁ।

Leave A Reply

Your email address will not be published.