Instagram ପରି ଫିଚର ଦେବାକୁ ଦେବାକୁ ଯାଉଛି Twitter, ଏଣିକି ଫୋଟୋ, ଭିଡିଓକୁ ବି କରାଯାଇପାରିବ ଅପଲୋଡ଼

ମାଇକ୍ରୋବ୍ଲଗିଂଗ କମ୍ପାନୀ Twitter ସ୍ପଷ୍ଟ କରିଛିଯେ ସେ ଖୁବ ଶୀଘ୍ର ଏକ ନୂଆ ଫିଚରର ଟେଷ୍ଟିଙ୍ଗ କରିବାକୁ ଯାଉଛି । ଏଇ ନୂଆ ଫିଚର ୟୁଜର୍ସଙ୍କୁ ସିଙ୍ଗଲ ଟ୍ୱିଟରରେ ଫୋଟୋଗ୍ରାଫ, ଭିଡିଓ ତଥା ଆନିମେଟେଡ GIF ସେୟାର କରିବା ନେଇ ଅନୁମତି ଦେଇଛି । ରିପୋର୍ଟ ମୁତାବକ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଏହା ଏବେ ଏହି ଫିଚର ଉପରେ କାମ ଚଳାଇଛି । ଏହା ସହ ମାତ୍ର କିଛି ୟୁଜର୍ସ ମାନଙ୍କୁ ହିଁ ଏହି ଫିଚର ବ୍ୟବହାରର ସୁଯୋଗ ଦିଆଯାଇଛି । ଏହା ସହ ଏହି ଫୋଟୋଗ୍ରାଫ ଓ ଭିଡିଓକୁ ଟ୍ୱିଟରେ ଟ୍ୟାଗ ବି କରାଯାଇଛି ।

Microblogging Site ନିଜ ବୟାନରେ କହିଛିକି, “ଆମେ କିଛି ଜଣାଶୁଣା ଆକାଉଣ୍ଟରେ ନୂଆ ଫିଚରକୁ ଟେଷ୍ଟ କରିବାକୁ ଯାଉଛୁ । ଆମର ଏହି ନୂଆ ଫିଚର ଚାରିଟି ମିଡ଼ିଆ ଆସେଟକୁ ମିକ୍ସ କରିବାରେ ସାହାଯ୍ୟ କରିବ । ସମସ୍ତ ଆସେଟକୁ ସିଙ୍ଗଲ ଟ୍ୱିଟରେ ଯୋଡ଼ା ଯାଇପାରିବ । କେତେ ଜଣ ୟୁଜର ଏହାକୁ ନେଇ ତଥ୍ୟ ସେୟାର ବି କରିଛନ୍ତି । ଯଦି ଆପଣ ନୂଆ ଫିଚର ଆପ୍ଲାଏ ହେଉଛି ତାହେଲେ ପ୍ରଥମ ଥର ପାଇଁ ଏହି ପ୍ରକାର ଜିନିଷ ଟ୍ୱିଟର ଦ୍ୱାରା ଲାଗୁ କରାଯିବ ।

ପ୍ରକୃତରେ କମ୍ପାନୀ ଚାହୁଁଛିକି ଏଣିକି Visual Conversation ଉପରେ ଅଧିକ ଜୋର ଦିଆଯିବ । ଫୋଟୋଗ୍ରାଫ, ଭିଡିଓ ତଥା ଅନିମେଟଏଡ GIF ଏହି କନଭରସେସନକୁ ଅଧିକ ଭଲ କରିଦେବ । ଟେଷ୍ଟ ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଯିବକି ଲୋକେ ଭିନ୍ନ ଭିନ୍ନ ମିଡ଼ିଆ ଫର୍ମାଟକୁ ୨୮୦ରୁ ଅଧିକ ଶବ୍ଦରେ କିପରି ସେୟାର କରିପାରିବ । ଏହା ସହିତ ଟ୍ୱିଟର ସାଇଟ ବି ଅଧିକ ଭଲ ହେବ । ଟ୍ୱିଟର ବ୍ୟତୀତ ଅନ୍ୟ ସୋସିଆଲ ମିଡ଼ିଆ ଗୁଡିକରେ ଏହି ଫିଚର ଗୁଡିକ ଦିଆଯାଇ ଆସୁଛି ।

ଏହା ପୂର୍ବରୁ ବି ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛିକି ଏହା ନୂଆ ସ୍ଟାଟସ ଫିଚର ଉପରେ କାମ ଚଳାଇଛି । ଏହି ଫିଚର ମାଗଣା ଲେବଲ ସହିତ ୟୁଜର୍ସଙ୍କୁ ଟ୍ୟାଗ ମେସେଜ ଫିଚର ବି ଦେବା । ଏହି ଫିଚରରେ “Spoiler Alert” କୁ ବି ସାମିଲ କରାଯିବ । ନୂଆ ଫିଚରରେ “Picture of the day” ଫିଚରକୁ ସାମିଲ କରାଯିବ । “Current Status” ଫିଚର ପ୍ରଥମରୁ ହିଁ ଚର୍ଚ୍ଚାରେ ରହିଆସିଛି ।

Leave A Reply

Your email address will not be published.