ଭାରତୀୟ ବଜାରରେ Infinix ସ୍ମାର୍ଟଫୋନ, ବଜେଟରେ ପାଇପାରିବେ ଧମାକାଦାର ଫିଚର୍ସ

ନୂଆ ସ୍ମାର୍ଟଫୋନ ଟିଏ କିଣିବା ସମୟରେ ଆମେ ଚିନ୍ତାରେ ପଡିଯାଉ ।  କେଉଁ ଫୋନ କିଣିବୁ କେଉଁଟା ନ କିଣିବୁ ।  ତାହାକୁ ନେଇ ରୀତିମତ ଏକ ତର୍ଜମା ଚାଲେ ।  ଯଦି ଆପଣ ବି ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ଆଉ ବଜେଟ କିଛିଟା କମ ରଖିଛନ୍ତି ।  ତେବେ ଆପଣଙ୍କ ପାଇଁ ଆମେ ଏକ ବେଷ୍ଟ ଅପସନ ନେଇ ଆସିଛୁ ।  ପ୍ରକୃତରେ ଫୋନ ନିର୍ମାତା କମ୍ପାନୀ Infinix ନିଜ ପ୍ରସ୍ତୁତ ଏକ ସ୍ମାର୍ଟଫୋନ Infinix Hot 12 Pro ଲଞ୍ଚ କରିଛି ।  ଫ୍ଲିପକାର୍ଟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନର ମୂଲ୍ୟ ଖୁବ କମ ରହିଛି ।  ଏଥିରେ ଆପଣଙ୍କୁ ଅନେକ ଧମାକାଦାର ଫିଚର୍ସ ମିଳିଯିବ ।  ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ଦର କେତେ ରହିଛି ଓ ଏହାର ଫିଚର୍ସ କଣ କଣ ରହିଛି ।

ଆପଣଙ୍କୁ କହିରଖିବା ଉଚିତ ହେବକି Infinixର ଯେଉଁ ସ୍ମାର୍ଟଫୋନ ବିଷୟରେ ଆମେ କହୁଛୁ ତାହା ଆଜି ଅର୍ଥାତ ଅଗଷ୍ଟ ୨ ତାରିଖରେ ଭାରତରେ ଲଞ୍ଚ ହୋଇଛି ।  ଏହାକୁ ଆପଣ ବିଭିନ୍ନ ଅନଲାଇନ ସପିଙ୍ଗ ପ୍ଲାଟ୍ଫର୍ମ ମାନଙ୍କରେ ଅଗଷ୍ଟ ୮
ତାରିଖରୁ ବିକ୍ରି ଆରମ୍ଭ କରାଯିବ ।

Infinix Hot 12 Proକୁ ଦୁଇ ପ୍ରକାରର ଷ୍ଟୋରେଜ ଭେରିୟାଣ୍ଟରେ ଲଞ୍ଚ କରାଯାଇଛି ।  ସେ ମଧ୍ୟରୁ ଗୋଟିଏ 8 GB RAM ହୋଇଥିବା ବେଳେ ଅନ୍ୟଟି ହେଉଛି 128 GB ଷ୍ଟୋରେଜ ଭେରିୟାଣ୍ଟ ।  ଅନଲାଇନ ସପିଙ୍ଗ ସାଇଟରେ ଏହାର ମୂଲ୍ୟ୧୧ ହଜାର ୯୯୯ ଟଙ୍କା ରହିଛି ।  Infinix Hot 12 Proରେ ଫିଚର୍ସରେ 6GB RAM ଓ 128 GB ଷ୍ଟୋରେଜର ମଡେଲ Unisoac T616 ପ୍ରୋସେସରରେ କାମ କରିଥାଏ ।  ଏହା ସହିତ ଏଥିରେ ୫୦୦୦ mAh ବ୍ୟାଟେରୀ ସହିତ 18W ର ଫାଷ୍ଟ ଚାରଜିଙ୍ଗ ସପୋର୍ଟ ରହିଛି ।  ଏଥିରେ ୬.୬ ଇଞ୍ଚ ଏଚଡ଼ି + ଏଲସିଡ଼ି ଆଇପିଏସ ଡିଷ୍ପ୍ଲେ ସହିତ ୫୦MP ପ୍ରାଇମେରୀ ସେନ୍ସର ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.