କୃଷକଙ୍କ ପାଇଁ ବଢ଼ିଆ ଖବର, ୧୨ତମ କିସ୍ତି ପାଇବା ପୂର୍ବରୁ ଜାଣିନିଅନ୍ତୁ ଜରୁରୀ କଥା

ସାରା ଦେଶରେ କୃଷକଙ୍କ ପାଇଁ ଆରମ୍ଭ କରାଯାଇଥିବା ପିଏମ୍‌ କିସାନ୍‌ ସମ୍ମାନ ନିଧି ଯୋଜନାର ୧୨ତମ କିସ୍ତିକୁ ୧୦ କୋଟି ରୁ ଅଧିକ କୃଷକ ଅପେକ୍ଷା କରି ରହିଛନ୍ତି। ଏଥର ତ ସରକାର ସଫା ସଫା କହିଦେଇଛନ୍ତି ଯେ ଯେଉଁ କୃଷକ ଏବେ ପର୍ଯ୍ୟନ୍ତ ଇ-କେଓ୍ଵାଇସୀ ପୂରା କରିନାହାଁନ୍ତି, ସେମାନଙ୍କ ଖାତାକୁ ଏଥର ଟଙ୍କା ଆସିବନାହିଁ। କାହିଁକିନା ସରକାରଙ୍କ ତରଫରୁ ଇ-କେଓ୍ଵାଇସୀ କରିବାର ଶେଷ ତାରିଖକୁ ତିନି ଥର ବୃଦ୍ଧି କରାଯାଇସାରିଲାଣି। କିନ୍ତୁ ଏଥର ଆଉ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବନାହିଁ।

ସରକାରଙ୍କ ନୋଟିସରେ ଏହା ଜଣାପଡିଛି ଯେ ୩୧ ଜୁଲାଇ ପରେ ମଧ୍ୟ ୟୁପି ସମେତ ଆହୁରି ଅନେକ ରାଜ୍ୟର ଜିଲ୍ଲାରେ ବହୁତ କମ୍‌ ସଂଖ୍ୟାର କୃଷକ ଇ-କେଓ୍ଵାଇସୀ କରାଇଛନ୍ତି। ଯଦ ଏମିତି ସ୍ଥିତି ରହିବ ତାହେଲେ ସେମାନଙ୍କ ଖାତାକୁ ୧୨ତମ କିସ୍ତି ଟଙ୍କା ଟ୍ରାନ୍ସଫର କରାଯିବନାହିଁ। ଯେଉଁ କୃଷକ ଏବେ ପର୍ଯ୍ୟନ୍ତ କେଓ୍ଵାଇସୀ ପ୍ରକ୍ରୀୟାକୁ ପୂରା କରିନାହାଁନ୍ତି, ସେମାନଙ୍କ ପାଇଁ ୧୦ ଏବଂ ୧୧ ଅଗଷ୍ଟରେ ଏକ ବିଶେଷ ଅଭିଯାନ ଚାଲିବ। ଏମିତି ହିଁ ଯଦି ଆପଣ ଇ-କେଓ୍ଵାଇସୀ କରିନାହାଁନ୍ତ ଏବଂ ଆପଣଙ୍କ ପରିଚିତଙ୍କ ମଧ୍ୟରେ ଯଦି କାହାର ଇ-କେଓ୍ଵାଇସୀ ପେଣ୍ଡିଙ୍ଗ ରହିଛି, ତାହେଲେ ଆପଣ ଏହାକୁ ପୂରା କରିପାରିବେ।

ଇ-କେଓ୍ଵାଇସୀ କରିବାର ମୂଳ ଲକ୍ଷ୍ୟ କୃଷକଙ୍କ ସୂଚି ଗ୍ରାମ ପଞ୍ଚାୟତ ସ୍ତରରେ କୃଷକ ମାନଙ୍କୁ ଉପକୃତ କରିବା। ଏଥର ୧୦ ଏବଂ ୧୧ ଅଗଷ୍ଟରେ ଏକ ବିଶେଷ ଅଭିଯାନ ଚଲାଇ ଇ-କେଓ୍ଵାଇସୀ ପୂରା କରାଯିବ। ଏହାପରେ ସରକାରଙ୍କ ଆଦେଶରେ ୧୬ ରୁ ୨୩ ଅଗଷ୍ଟ ମଧ୍ୟରେ କେଓ୍ଵାଇସୀ କରିନଥିବା କୃଷକଙ୍କ ସହ ସମ୍ପର୍କ କରିବା କାମ ପୂରା କରାଯିବ। ୩୧ ମେରେ ପ୍ରଧାନମନ୍ତ୍ରୀ ମୋଦି ୧୧ତମ କିସ୍ତି ରାଶିକୁ କୃଷକଙ୍କ ଖାତାକୁ ଟ୍ରାନ୍ସଫର କରିଥିଲେ।

କୃଷକଙ୍କୁ ପିଏମ କିସାନର ୧୨ତମ କିସ୍ତି ରାଶି ଅଗଷ୍ଟ ମାସରୁ ନଭେମ୍ବର ମାସ ଭିତରେ ମିଳିବ। ତେବେ ସରକାରଙ୍କ ନୋଟିସରେ ଆସିଛି ଯେ କିଛି ଲୋକ ଭୁଲ ତରିକାରେ ଏହି ଯୋଜନାର ଫାଇଦା ଉଠାଉଛନ୍ତି। ଏହା ଜଣାପଡିବା ପରେ ଇ-କେଓ୍ଵାଇସୀକୁ ଜରୁରୀ କରିଦିଆଯାଇଛି। ଯଦି ଏଥର ଇ-କେଓ୍ଵାଇସୀ ହେଉନାହିଁ ତାହେଲେ ୧୨ତମ କିସ୍ତି ଆସିବାରେ ବିଳମ୍ବ ହୋଇପାରେ।

ତେବେ ଏବେ ଜାଣନ୍ତୁ କେମିତି କରିବେ ଇ-କେଓ୍ଵାଇସୀ

  • ଇ-କେଓ୍ଵାଇସୀ କରିବା ପାଇଁ ଆପଣ ପ୍ରଥମେ ପିଏମ କିସାନ ଯୋଜନାର େଓ୍ଵବସାଇଟ କୁ ଯାଆନ୍ତୁ।
  • ଏଠାରେ ଫାର୍ମର କର୍ନରରେ ମାଉସ ଓଭର କରି ଇ-କେଓ୍ଵାଇସୀ ଉପରେ କ୍ଲିକ କରିଦିଅନ୍ତୁ।
  • ଖୋଲିବ ପରେ ନୂଆ େଓ୍ଵବ ପେଜରେ ଆଧାର ନମ୍ବର ଏଣ୍ଟର କରନ୍ତୁ ଏବଂ ସର୍ଚ୍ଚ ଟ୍ୟାପ୍‌ ଉପରେ କ୍ଲିକ କରନ୍ତୁ।
  • ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଓଟିପି ଆସିବ।
  • ଏଠାରେ ଓଟିପି ସବମିଟ୍‌ କରିବା ପରେ କ୍ଲିକ କରନ୍ତୁ।
  • ଆଧାର ରେଜିଷ୍ଟର୍ଡ ମୋବାଇଲ ଓଟିପି ଏଣ୍ଟର କରନ୍ତୁ, ତାପରେ ଆପଣଙ୍କ ଇ-କେଓ୍ଵାଇସୀ ପ୍ରକ୍ରୀୟା ପୂରା ହୋଇଯିବ।

ପିଏମ ସମ୍ମାନ ନିଧି ଯୋଜାନା କଣ ?

କୃଷକଙ୍କ ଅମଳକୁ ବଢ଼ାଇବା ଏବଂ ସେମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବା ପାଇଁ କେନ୍ଦ୍ରର ମୋଦି ସରକାର ପିଏମ କିସାନ୍‌ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅନ୍ତର୍ଗତ ପ୍ରତି ବର୍ଷ ଯୋଗ୍ୟ କୃଷକଙ୍କୁ ୬୦୦୦ ଟଙ୍କା ଦେବାର ଯୋଜନାରେ ରହିଛି। ଏହି ଟଙ୍କା ପ୍ରତି ବର୍ଷ ୨-୨ ହଜାର କରି ତିନିଟି କିସ୍ତିରେ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.