ଏଥର ଏସି ଚଲାଇବା ପରେବି ବିଜୁଳି ବିଲ୍‌ ଆସିବ ଜିରୋ, ମାର୍କେଟକୁ ଆସିଗଲା ଏହି ନୂଆ ଡିଭାଇସ୍‌

କେନ୍ୟୁଜ ବ୍ୟେୁରୋ: ଓକିଟେଲ କମ୍ପାନି ଏମିତି ଏକ ଛୋଟ ପାଓ୍ଵାର ଷ୍ଟେସନ ଲଞ୍ଚ କରିଛି, ଯିଏ କି ବିନା ବିଜୁଳିରେ ସବୁ କାମ କରିଦେବ । ଘଣ୍ଟା ଘଣ୍ଟା ଧରି ଆପଣ ଏସି ଚଲାଇ ପାରିବେ, ଏହାକୁ ସୋଲାରରେ ଚାର୍ଜ କରାଯାଇ ପାରିବ।

ଓକିଟେଲ ପି-୨୦୦୧ ପୋର୍ଟେବଲ୍‌ ପାଓ୍ଵାର ଷ୍ଟେସନ ଲଞ୍ଚ କରିଛି ଯାହା ଆଉଟ ଡୋର କେମ୍ପିଙ୍ଗ୍‌ରେ ମଧ୍ୟ କାମରେ ଆସି ପାରିବ। ଏହା ୪୦୦୦ ଡବ୍ଲ୍ୟୁଏଚ୍‌ ର ପିକ୍‌ ପରର୍ଫମାନ୍ସ ସହିତ ୨୦୦୦ ଡବ୍ଲ୍ୟୁଏଚର ଆଉଟ୍ ପୁଟ ମଧ୍ୟ ଦେଇଥାଏ। ଏହା P2001 ଆଉଟେଜ୍‌ରେ ଘର ଭିତରେ ମଧ୍ଯ ପାଓ୍ଵାର ବେକ୍‌ ଅପ ଦେଇଥାଏ। ଏହା ମଧ୍ୟ ଅଫ ଗ୍ରେଡ୍‌ କେମ୍ପିଂ ସାହାଯ୍ୟରେ ଘର ପାଇଁ ୨ଦିନର ବିଜୁଳି ଦେଇଥାଏ।

ଓକିଟେଲ ପି-୨୦୦୧ କୁ ମୁଖ୍ୟ ବିଦ୍ୟୁତ୍‌ କିମ୍ବା ଅନ୍ୟ କୌଣସି ଇଲେକ୍ଟି୍ରକ ଉପକରଣ ମାଧ୍ୟମରେ(୫୦୦ଡବ୍ଲ୍ୟୁ ୧୨ଭି,୪୮-ଭି/୧୩ଏ) ଉପଯୋଗ କରି ଚାର୍ଜ କରିପାରିବେ। ଏହା ଘରୋଇ ଉପକରଣ, ମିନି ରେଫ୍ରିଜେରେଟର,କାଠ ନିର୍ମିତ ଉପକରଣ,ପ୍ରୋଜେକ୍ଟର ଆଦିକୁ ଚାର୍ଜ ପ୍ରଦାନ କରିପାରେ। ଏହା ଯେତେବେଳେ ଘରେ ବ୍ୟବହାର କରାଯାଏ ପି-୨୦୦୦ ଟିଭି ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ଚାର୍ଜ ଘଣ୍ଟା ଘଣ୍ଟା ଧରି ଚାର୍ଜ ଦେଇଥାଏ । ଓକିଟେଲ ପାଓ୍ଵାର ଷ୍ଟେସନ ଭୋଲଟେଜ୍‌ ,କରେଣ୍ଟ ,ତାପମାତ୍ରା ଏସବୁର ସୁରକ୍ଷା ପାଇଁ ବ୍ୟାଟେରୀ ମେନେଜ୍‌ମେଣ୍ଟ ସିଷ୍ଟମର ବ୍ୟବହାର ମଧ୍ୟ କରିଥାଏ ।

ଶହେ ମିନିଟରେ ହବ ଫୁଲ ଚାର୍ଜ:
ଓକିଟେଲ ପି-୨୦୦୧ପାଖାପାଖି ୧୦୦ ମନିଟରେ ଫୁଲ ଚାର୍ଜ ହୋଇଯାଏ। ଏଥିରେ ସୋଲାର ଚାର୍ଜିଂକୁ ସହଜ କରିବା ପାଇଁ ମେକ୍ସିମମ୍‌ ପାଓ୍ଵାର ପଏଣ୍ଟ ଟେକ୍‌ନୋଲୋଜିର ବ୍ୟବହାର କରାଯାଏ। ଓକିଟେଲ୍‌ର ପ୍ରଥମ ପାଓ୍ଵାର ଷ୍ଟେସନ ୨୦୧୯ ରେ ଲଞ୍ଚ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.