ଏବେ ରିଏଲ ଲାଇଫରେ ଖେଳାଯିବ PUBG ଗେମ, ଖେଳିବେ ୧୦୦ ଖେଳାଳି, ପ୍ରାଇଜର ମୂଲ୍ୟ ୯୦ ଲକ୍ଷ

PUBG ମୋବାଇଲ ଗେମ ବିଷୟରେ କିଏ ବା ନ ଜାଣେ? ଭାରତରେ ଏହି ଖେଳକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । କେତେକ ସହରରେ ଏହି ଖେଳକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ମଧ୍ୟ ଦାବି ହେଉଛି । ଏଭଳି ପରିସ୍ଥିତିରେ ଯଦି ଆମେ ଆପଣଙ୍କୁ କହୁ ଯେ PUBG ମୋବାଇଲ ଗେମ ଏବେ ସ୍ମାର୍ଟଫୋନରେ ନୁହେଁ ବରଉଁ ବାସ୍ତବ ଜୀବନରେ ହେବ, ତେବେ ଆପଣମାନେ ଘାବରେଇଯିବା ସ୍ୱାଭାବିକ । ଅବିଶ୍ୱାସ ମନେ ହେଉଥିଲେ ବି କଥାଟି ସତ କାରଣ HushHush.com ନାମକ ଏକ କମ୍ପାନୀ ଏହା ଉପରେ ଏକ ବିଜ୍ଞାପନ ଜାରି କରିଛି । ଏହି ବିଜ୍ଞାପନର ସ୍ରଷ୍ଠା ହେଉଛନ୍ତି ନିଜେ କମ୍ପାନୀର ମାଲିକ ଅରୋଲ ହର୍ପିନ ।

ହର୍ପିନ ତାଂକର ଏକ ବ୍ୟକ୍ତିଗତ ଉପଦ୍ୱୀପରେ ଏହି ଖେଳର ଆୟୋଜନ କରିବାକୁ ଚାହାନ୍ତି । ବାସ୍ତବ ଜୀବନରେ ହେବାକୁ ଥିବା ଏହି ଖେଳରେ ଖେଳାଳିମାନେ ପ୍ରକୃତରେ ପରସ୍ପର ସହ ଲଢ଼ିବେ ଏବଂ ହର୍ପିନ ଏଥିପାଇଁ ଖେଳାଳି ଖୋଜିବା ମଧ୍ୟ ଆରମ୍ଭ କରି ସାରିଲେଣି । ଏହି ଖେଳ ଦୀର୍ଘ ୧୨ ଘଂଟା ଧରି ଚାଲିବାକୁ ଥିବାବେଳେ ଏଥିରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ ହେବ । ଆପଣ ଏହି ଖେଳ ପାଇଁ ଆବେଦନ ମଧ୍ୟ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୨ ଅପ୍ରେଲ ୨୦୧୯ । ମେ ୧୦ ରେ ଖେଳାଳୀଙ୍କର ଫାଇନାଲ ଲିଷ୍ଟ ପ୍ରକାଶ କରାଯିବ । କମ୍ପାନୀ ଖେଳାଳି ମାନଙ୍କ ସହ ୬ ସପ୍ତାହ ପାଇଁ ୪୦,୭୩,୪୬୯ ଟଙ୍କାରେ ଲିଖିତ ଚୁକ୍ତି ମଧ୍ୟ ସ୍ଵାକ୍ଷର କରିବ ।

କିନ୍ତୁ ଏହି ରିଅଲ ଲାଇଫ PUBG ଗେମରେ କୌଣସି ବି ଖେଳାଳି ମୃତାହତ ହେବେ ନାହିଁ କାରଣ ହତିଆର ରୂପରେ Airsoft gun ଏବଂ touch – sensitive ସାଞ୍ଜୁର ବ୍ୟବହାର କରାଯିବ । ଏହି ଖେଳ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଖେଳାଳିଙ୍କର ରହିବାଓ ଖାଇବାର ବ୍ୟବସ୍ତା କମ୍ପାନୀ ଦ୍ୱାରା କରାଯିବ । ଏହି ଖେଳରେ ଶେଷ ପର୍ଯ୍ୟନ୍ତ ତିଷ୍ଠି ରହିଥବା ଖେଳାଳିଙ୍କୁ ୯୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ଆବଶ୍ୟକ ସ୍ଥଳେ ଖେଳାଳି ମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.