ବହୁତ ଜଲଦି ଲଞ୍ଚ୍‌ ହୋଇପାରେ Jio Phone 5G , ଜାଣନ୍ତୁ କଣ ଅଛି ସ୍ପେସିଫିକେନ୍ସ ଫିଚର୍ସ ଓ କେତେ ଅଛି ଟଙ୍କା

Jio ଖୁବ ଶୀଘ୍ର ଭାରତରେ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିପାରେ। କମ୍ପାନୀ ନିଜର ନୂଆ 5G ଫୋନକୁ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଚଳାଇଛି। Jio ଗତ ବର୍ଷ ନିଜର ପ୍ରଥମ ସ୍ମାର୍ଟଫୋନକୁ ଲଞ୍ଚ୍‌ କରିଥିଲା। ବ୍ରାଣ୍ଡ ଏହି ଫୋନକୁ ଗୁଗଲ ଏବଂ କ୍ୱାଲକମ୍‌ ସହିତ ମିଶି ଲଞ୍ଚ୍‌ କରିଥିଲା। ଆଉ ଏବେ ଖବର ଆସୁଛି ଯେ କମ୍ପାନୀ ଏକ 5G ଫୋନ ଉପରେ କାମ କରୁଛି। କିନ୍ତୁ ଏବେ ସୁଦ୍ଧା ଅଫିସିଆଲ ଭାବେ ଜଣାପଡିନାହିଁ ଯେ କେବେ ପର୍ଯ୍ୟନ୍ତ କମ୍ପାନୀ ତାର ନୂଆ 5G ଫୋନକୁ ଲଞ୍ଚ୍‌ କରିବ।

କମ୍ପାନୀ ନିକଟରେ ଭାରତରେ ନିଜର ୫ଜି ନେଟଓ୍ଵାର୍କ ଲଞ୍ଚ୍‌ କରିବାର ସୂଚନା ଦେଇଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହି ଫୋନକୁ ଲଞ୍ଚ୍‌ କରି କଞ୍ଜ୍ୟୁମର୍ସଙ୍କୁ ଏକ ଶସ୍ତା 5G ଫାନର ଅପ୍ସନ ଦେଇପାରେ। କାହିଁକିନା କମ୍ପାନୀ ଏମିତି ହିଁ କିଛି କରିଥିଲା ଯେତେବେଳେ ୪ଜି ସର୍ଭିସକୁ ଲଞ୍ଚ୍‌ କରିଥିଲା। ଏପରି କରିବା ଦ୍ୱାରା ନା କେବଳ କମ୍ପାନୀ ଗ୍ରାହକଙ୍କୁ ଅଧିକ ମାତ୍ରାରେ ନିଜ ଆଡକୁ ଆକର୍ଷିତ କରିପାରିଲା ବରଂ କମ୍ପାନୀ ବହୁତ 2G ୟୁଜର୍ସଙ୍କୁ 4G ନେଟଓ୍ଵର୍କକୁ ସିଫ୍ଟ କରିପାରିଲା।

ରିପୋର୍ଟ ଅନୁସାରେ Jio Phone 5G ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ୍‌ ହୋଇପାରେ। ଆଉ ଏହାର ଦାମ୍‌ ବିଷୟରେ କହିବା ତ ଫୋନ ୧୦ ରୁ ୧୨ ହଜାର ଟଙ୍କା ବଜେଟ ସହ ଆସିପାରେ। କିନ୍ତୁ ଲଞ୍ଚ୍‌ ବେଳକୁ ଏହାର ଦାମ୍‌ ଆହୁରି ମଧ୍ୟ କମ୍‌ ହୋଇପାରେ।

Jio, ୟୁଜର୍ସଙ୍କୁ EMI କିମ୍ବା କୌଣସି ପ୍ଲାନ ସହିତ ସ୍ମାର୍ଟଫୋନ୍‌ କିଣିବାର ମଉକା ଦେଇପାରେ। କାହିଁକିନା ଜିଓ, 4G ସ୍ମାର୍ଟଫୋନ୍‌ ଲଞ୍ଚ୍‌ ବେଳେ ଏପରି କରିଥିଲା। ବ୍ରାଣ୍ଡ ନିଜର 4G ସ୍ମାର୍ଟଫୋନ Jio Phone Next କୁ ବିଭିନ୍ନ ଅଫର୍ସ ସହିତ ଲଞ୍ଚ୍‌ କରିଥିଲା। ଆପଣମାନେ ଏହି ଫୋନକୁ ୪,୪୯୯ ଟଙ୍କାରେ କିଣିପାରିବେ। ଯଦିଓ କମ୍ପାନୀର 4G ଫୋନ୍‌ ଜିଓ ଫୋନ୍‌ ନେକ୍ସଟକୁ ବହୁତ ଭଲ ରେସପନ୍ସ ମିଳିନଥିଲା। ତଥାପି କମ୍ପାନୀ ନିଜର ନୂଆ 5G ସ୍ମାର୍ଟଫୋନକୁ ନେଇ ଆସୁଛି। ଯାହାକୁ ଗ୍ରାହକ କେତେ ମାତ୍ରାରେ ପସନ୍ଦ କରିବେ ତାହା ବର୍ତ୍ତମାନ କହିହେବନାହିଁ।

PHONEତେବେ ଏହି ଫୋନକୁ ନେଇ ସମ୍ପୂର୍ଣ୍ଣ ସୂଚନା ନ ମିଳିଥିଲେ ସୁଦ୍ଧା ଅନୁମାନ କରାଯାଉଛି ଯେ ଜିଓର 5G ଫୋନରେ ଆପଣଙ୍କୁ ୬.୫ ଇଞ୍ଚର HD+ IPS LCD ସ୍କ୍ରୀନ ମିଳିପାରେ। ଯାହା 1600 x 720 ପିକ୍ସେଲ ରିଜୋଲ୍ୟୁସନର ହେବ। ଫୋନରେ Snapdragon 480 5G ପ୍ରୋସେସର ଦିଆଯାଇଛି।

ଏଥିରେ 4GB RAM ଏବଂ 32GB ଷ୍ଟୋରେଜ୍‌ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ଯାହାର ମେନ୍‌ ଲେନ୍ସ 13MPର ହେବ। ଏହାବ୍ୟତୀତ 2MPର ମାଇକ୍ରୋ ଲେନ୍ସ ଦିଆଯାଇପାରେ। ଫ୍ରଣ୍ଟରେ କମ୍ପାନୀ 8MPର ସେଲଫି କ୍ୟାମେରା ମଧ୍ୟ ଦେଇପାରେ। ହ୍ୟାଣ୍ଡସେଟ Pragati OS ସହିତ ଆସିପାରେ।

ଦେଶରେ ବହୁତ ଜଲଦି 5G ନେଟଓ୍ଵର୍କ ଲଞ୍ଚ୍‌ ହେବାକୁ ଯାଉଛି। ଏହାସହିତ ହିଁ ଏକ ନୂଆ ଖବର ବହୁତ ଚର୍ଚ୍ଚାରେ ରହିଛି। ଚର୍ଚ୍ଚା ହେଉଛି ଜିଓର 5G ଫୋନକୁ ନେଇ। କମ୍ପାନୀ ଗତ ବର୍ଷ ନିଜର ପ୍ରଥମ ୪ଜି ସ୍ମାର୍ଟଫୋନ ଜିଓ ଫୋନ୍‌ ନେକ୍ସଟକୁ ଲଞ୍ଚ୍‌ କରିଥିଲା। ଏହି ଫୋନକୁ ବହୁତ ଭଲ ରେସପନ୍ସ ମିଳିନଥିଲା କିନ୍ତୁ ଏବେ କମ୍ପାନୀ ଏହାକୁ ଡିସକାଉଣ୍ଟରେ ବିକ୍ରି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.