ମାତ୍ର ୩୦ ଟଙ୍କା ଅଧିକ ଖର୍ଚ୍ଚ କରି ପାଆନ୍ତୁ ୯୦ଦିନର ଭାଲିଡିଟି, ପ୍ଲାନରେ ମିଳିବ ଦିନକୁ ମିଳିବ ୨ ଜିବି ଡାଟା

ରିଲାଏନ୍ସ ଜିଓ ଅଗଷ୍ଟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ପ୍ଲାନ ଆଣିଥିଲା। ଏହି ପ୍ଲାନରେ ମଧ୍ୟରେ ୭୫୦ ଟଙ୍କିଆ ପ୍ଲାନ ରହିଥିଲା। ଯେଉଁଥିରେ ୯୦ ଦିନର ଭାଲିଡିଟି ମିଳୁଥିଲା। ଏବେ ଏହି ପ୍ଲାନରେ ପରିବର୍ତ୍ତନ ଆଣିଛି କମ୍ପାନୀ। କମ୍ପାନୀ ଏହି ପ୍ଲାନର ଦାମ୍‌ କମାଇ ଦେଇଛି। କମ୍ପାନୀ ୭୫୦ ଟଙ୍କିଆ ପ୍ଲାନର ଦାମ୍‌ କମାଇ ୭୪୯ ଟଙ୍କା କରିଛି।

ଜିଓର ୭୪୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା, ଅନଲିମିଟେଡ୍‌ ଭଏସ କଲ୍‌, ୧୦୦ ଏସଏମଏସ ଏବଂ ପ୍ଲାନର ଭାଲିଡିଟି ୯୦ ଦିନର ରହିଥିଲା। ତେବେ ୭୫୦ ଟଙ୍କିଆ ପ୍ଲାନରେ ଏହିସବୁ ସୁବିଧା ଉପଲବ୍ଧ ରହିଥିଲା। କିନ୍ତୁ ୭୫୦ ଟଙ୍କିଆ ପ୍ଲାନ ସହିତ ୟୁଜର୍ସଙ୍କୁ ୧ ଟଙ୍କାରେ ୧୦୦ ଏମବିର ଅତିରିକ୍ତ ଡାଟା ମିଳୁଥିଲା। ଏହା ପୂର୍ବରୁ ଅଲଗା ଅଲଗା ରହିଥିଲା। ପ୍ରଥମ ପ୍ଲାନରେ ୭୪୯ ଟଙ୍କାର ପ୍ଲାନ ଏବଂ ୧ ଟଙ୍କା ପ୍ଲାନରେ ୧୦୦ ଏମବି ଡାଟା ମିଳୁଥିଲା।

ତେବେ ଜିଓ ଏବେ ଏହି ୧ ଟଙ୍କିଆ ପ୍ଲାନକୁ ହଟାଇଦେଇଛି। ତେଣୁ ଏବେ ଗ୍ରାହକ କେବଳ ୭୪୯ ଟଙ୍କିଆ ପ୍ଲାନ ବ୍ୟବହାର କରିପାରିବେ। ଏହା ଗ୍ରାହକଙ୍କୁ ଆକର୍ଷିତ କରୁଛି। ଏହାର ଅବଧି ୯୦ ଦିନ ରହିଥିବାରୁ ୟୁଜର୍ସଙ୍କୁ ଆକର୍ଷିତ କରୁଛି।

ଏହି ପ୍ଲାନକୁ ବ୍ୟବହାର କରିବା ଦ୍ୱାରା ପ୍ରତିଦିନ ଡାଟା ବାବଦରେ ୮.୩୨ ଟଙ୍କା ପଡୁଛି। ଏହି ପ୍ଲାନ ସହିତ ୟୁଜର୍ସ ସର୍ବମୋଟ ୧୮୦ ଜିବି ଡାଟା ବ୍ୟବହାର କରିବେ। ଗ୍ରାହକ ୭୧୯ ଟଙ୍କାରେ ୮୪ ଦିନ ପାଇଁ ସମାନ ଲାଭ ପାଉଥିବା ବେଳେ ମାତ୍ର ୩୦ ଟଙ୍କା ଅଧିକ ଖର୍ଚ୍ଚ କରି ୯୦ ଦିନ ପର୍ଯ୍ୟନ୍ତ ଯୋଜନାର ଲାଭ ଉଠାଇପାରିବେ।

ଜିଓର ୨,୯୯୯ ଟଙ୍କା ଯୋଜନା :

ଜିଓର ୨,୯୯୯ ଟଙ୍କା ଯୋଜନା । ଏହି ଯୋଜନାରେ, ଆପଣ ପ୍ରତିଦିନ ୨.୫ ଜିବି ହାଇ ସ୍ପିଡ୍ ଇଣ୍ଟରନେଟ୍, ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ସୁବିଧା ମିଳୁଛି। OTT ଆକ୍ସେସ୍ ବିଷୟରେ କହିବାକୁ ଗଲେ, ଏହି ଯୋଜନା ସମସ୍ତ ଜିଓ ଆପ୍ସରେ ଡିସ୍ନି + ହଟଷ୍ଟାର୍ ମୋବାଇଲ୍ ସବସ୍କ୍ରିପସନ୍ ସହିତ ଏକ ବର୍ଷ ପାଇଁ ଆସୁଛି।ଏହି ଯୋଜନାର ବୈଧତା ଗୋଟିଏ ବର୍ଷ ପାଇଁ ରହୁଛି।

 

Also Read : ବଜାରରୁ ଆସିଲା କମ୍‌ ଦାମରେ ଛୋଟ ସୋଲାର ଜେନେରେଟର: ବିଦ୍ୟୁତ କଟିଲେ ବି ହେବନି ସମସ୍ୟା, ଚାଲିବ ଟିଭି ଓ ଲାପଟପ୍‌

Leave A Reply

Your email address will not be published.