Reliance jio ଗ୍ରାହକଙ୍କ ପାଇଁ କେତେବେଳେ, କେଉଁ ପ୍ଲାନ ଲଞ୍ଚ କରୁଛି, ତାହା ଦ୍ୱନ୍ଦ୍ୱରେ ରହିଥିବା ବେଳେ ଏବେ ପୁଣି ଏକ ପରିବର୍ତ୍ତନ କରିଛି। ଗତ କିଛିଦିନ ତଳେ ୧୪୯ ଟଙ୍କାର ପ୍ଲାନ ଏବଂ ୯୮ ଟ. ପ୍ଲାନକୁ ବନ୍ଦ କରିଦେଇଥିଲା। ଏହା ପରେ ଗତ ଦୁଇଦିନ ତଳେ ଏହି ପ୍ଲାନକୁ ବଜାରରେ ଲଞ୍ଚ କରିଥିଲା ଜିଓ। ଏବେ ପୁଣି ଜିଓ ପକ୍ଷରୁ ୯୮ଟଙ୍କିଆ ପ୍ଲାନରେ ପରିବର୍ତ୍ତନ କରାଯାଇଛି। ଜିଓ ଏହି ପ୍ଲାନକୁ ଅପଡେଟ୍ କରିବା ପରେ ଏବେ ଏଥିରେ ପୂର୍ବ ପ୍ୟାକ୍ ଅପେକ୍ଷା ଅଧିକ ଏସ୍ଏମ୍ଏସ୍ କରିବାର ସୁବିଧା ମିଳିବ।
ନୂଆ ଅପ୍ଡେଟ୍ ପରେ ଗ୍ରାହକଙ୍କୁ ଏହି ପ୍ଲାନରେ ଏବେ ୨ ଜିବି ଡାଟା ସହିତ ୩୦୦ ଏସ୍ଏମ୍ଏସ୍ର ସୁବିଧା ମିଳିବ। ପୂର୍ବରୁ କମ୍ପାନୀ ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୦ଟି ଏସ୍ଏମ୍ଏସ୍ କରିବାର ସୁବିଧା ଦେଉଥିଲା। ଏହା ସହିତ ଜିଓ –ଟୁ-ଜିଓ ନେଟଓ୍ଵର୍କରେ ଅନଲିମିଡେଟ୍ କଲ କରିପାରିବେ। କିନ୍ତୁ ଗ୍ରାହକ ଅନ୍ୟ ନେଟଓ୍ଵର୍କରେ କଥା ହେବା ପାଇଁ ଚାର୍ଜ ଦେବାକୁ ପଡିବ। ଏହି ୯୮ ରିଚାର୍ଜ ପ୍ଲାନର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିଛି।
ସୂଚନାଯୋଗ୍ୟ, ୧୯୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନ୍ୟ ନେଟଓ୍ଵର୍କ ୧୦୦୦ ମିନିଟ୍ ଫ୍ରି କଲ୍ କରିବାର ସୁବିଧା ମଧ୍ୟ ରହିଛି। ସେହିପରି ୩୯୯ ଟଙ୍କିଆ ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଜିଓ-ଟୁ-ଜିଓ ଫ୍ରି କଲିଂ ସହିତ ଅନ୍ୟ ନେଟଓ୍ଵର୍କକୁ ୨୦୦୦ ମିନିଟି ଫ୍ରି କଲ୍ କରିବାର ସୁବିଧା ମଧ୍ୟ ରହିଛି। ଏହି ପ୍ୟାକ୍ର ବୈଧତା ୫୬ ଦିନ ପର୍ଯ୍ୟନ୍ତ ରହିଛି।