ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି SUVର Skoda Kushaq, ରହିଛି ଦମଦାର ଫିଚର୍ସ

ଭାରତୀୟ ବଜାରରେ ପ୍ରଥମ ଥର ଭାବେ କମ୍ପାକ୍ଟ SUV Skoda Kushaq ଜୁନରେ ଲଞ୍ଚ ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ତରଫରୁ ଜୁଲାଇରେ ଡେଲିଭରୀ ଆରମ୍ଭ ହେବ । ସ୍କୋଡା ଅଟୋ ଇଣ୍ଡିଆର ଡାଇରେକ୍ଟର Zac Hollis ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି ।

ଫିଚର୍ସ:

କାରକୁ MQB  A0 IN ପ୍ଲାଟଫର୍ମରେ ତିଆରି କରାଯାଇଛି । ଏହାର ଆଗରେ ସ୍କୋଡା ସିଗନେଚର ଷ୍ଟାଇଲ କ୍ରୋମ ଫିିନିସ ଗ୍ରିଲ, ସ୍ପିଲ୍ଟ ହେଡଲାଇଟ ଏବଂ ଏଲଇଡି ଡିଆରଏଲ ଦିଆଯାଇଛି । ଡାଇମେନସନ କଥା କହିବାକୁ ଗଲେ ଏହା ୪,୨୨୧ ମିମି ଲମ୍ବା ସହ ଏହାର ଓସାର ୧୭୬୦ ମିମି ଏବଂ ଉଚ୍ଚତା ୧୬୧୨ ମିମି ରହିଛି ।  ୫ଟି ରଙ୍ଗରେ ଏସୟୁଭି କାର ବଜାରରେ ପ୍ରବେଶ କରିବାକୁ ଯାଉଛି । ଧଳା, ସିଲଭର, ଷ୍ଟିଲ, ଅରେଞ୍ଜ ଓ ନାଲି ରଙ୍ଗରେ ଏହା ବଜାରରେ ଉପଲବ୍ଧ ହେବ ।

ଏହି କାରରେ ୨ଟି ଇଞ୍ଜିନ ରହିଛି । ପ୍ରଥମ ଇଞ୍ଜନ ୧.୦ ଲିଟରର ୩ଟି ସିଲିଣ୍ଡର ଟିଏସଆଇ ରହିଛି । ଯେଉଁଥିରେ ୧୧୫ ପିଏସ ପାୱର ଏବଂ ୧୭୫ ଏନଏମର ଟ୍ରାକ ଜେନେରେଟ କରିବ । ଏହାକୁ ୬ ସ୍ପିଡ ଟ୍ରାକ କନର୍ଭଟର ଗିୟର ବକ୍ସ ସହ ଯୋଡାଯାଇଛି । ଅନ୍ୟ ଏକ ଇଞ୍ଜିନରେ ୧.୫ ଲିଟର ୪ ସିଲିଣ୍ଡର ଟିଏସଆଇ ଦିଆଯାଇଛି । ଯେଉଁଥିରେ ୧୫୦ ପିଏସର ୨୫୦ ଏନଏମ ଟ୍ରାକ ଜେନେରେଟ କରିଥାଏ ।

Leave A Reply

Your email address will not be published.