ନୂଆ ବର୍ଷରେ ଖାଲି ହବ ଆପଣଙ୍କ ପକେଟ, ସାବୁନ ଠାରୁ ଆରମ୍ଭ କରି ଏହି ସବୁ ଜିନିଷର ବଢିବ ଦାମ

ବର୍ତ୍ତମାନ ଖାସ କରି ଅନେକ ଜିନିଷର ଚାହିଦା ବଢ଼ିବାରେ ଲାଗିଛି । ପୁଣି ଆପଣଙ୍କୁ ଯଦି ଲାଗୁଛି ମାର୍କେଟ ରେ ବଢୁଥିବା ରେଟ ଅପଣଙ୍କ ବଜେଟ ଠାରୁ ଅଧିକ ଅଛି ପୁଣି ଚଳିତ ବର୍ଷ ଆପଣ ଏହି ବଜେଟରୁ ମୁକ୍ତି ପାଇବେ। ତେବେ ଆପଣ ଭୁଲ ଭାବୁଛନ୍ତି କାରଣ ବର୍ତ୍ତମାନ ବଢିବାକୁ ଯାଉଛି ସବୁ ଜିନିଷର ଚାହିଦା । ଏମିତିକି ଏକ୍ସପର୍ଟମାନେ ମଧ୍ୟ କହିଛନ୍ତି ଯେ ଆଗକୁ ସବୁ ଜିନିଷର ରେଟ ବଢିବ । ଯଦି ଏବେ ମାର୍କେଟରେ ସବୁ ଜିନିଷର ଦର ଦାମ ଦେଖାଯିବ ତେବେ ପ୍ରାୟ ୩ ରୁ ୫ ପ୍ରତିଶତ ବଢ଼ିବାରେ ଲାଗିଛି ସବୁ ଜିନିଷର ଚାହିଦା। ଅଣ୍ଡା ଠାରୁ ଆରମ୍ଭ କରି ବ୍ରେଡ୍, କେକ୍ ଓ ବିସ୍କେଟ ପର୍ଯ୍ୟନ୍ତ ପ୍ରାୟ ସବୁ ଖାଇବା ଜିନିଷର ଦର ପ୍ରାୟ ୮ ରୁ ୧୫ ପ୍ରତିଶତ ବଢିଛି। କେବଳ ଖାଇବା ପିଇବା ଦ୍ରବ୍ୟର ଦର ବୃଦ୍ଧି ହେଇନି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଗାଡ଼ି କମ୍ପାନୀ ଗୁଡ଼ିକ ମଧ୍ୟ ନିଜ ଗାଡ଼ିର ଦର ଦାମ ବଢାଇଛନ୍ତି।

foods
Picture Credit – Indiamart

ଖାଇବା ଜିନିଷ କଥା ଯଦି କହିବା ତେବେ ସବୁ ବଡ଼ ବଡ଼ କମ୍ପାନୀ ଗୁଡ଼ିକ ଯେମିତିକି ପର୍ଲେ ପ୍ରଡକ୍ଟ, ବ୍ରିଟାନିଆ, ଏଚୟୁଏଲ୍, କମ୍ପାନୀ ମାନଙ୍କ କହିବା ଅନୁସାରେ କୃଷି ଉତ୍ପାଦନ ଦ୍ରବ୍ୟ ଗୁଡ଼ିକ ମଧ୍ୟ ବଢ଼ିଛି।ଏହା ଛଡ଼ା ପ୍ୟାକେଜ କରିବା ପାଇଁ ମଧ୍ୟ ଅଲଗା ଟଙ୍କା ନିଆ ଯାଉଛି ।ପୁଣି ଫୁଡ୍ କମ୍ପାନୀ ମଧ୍ୟ କହୁଛି ଯେ କଞ୍ଚା ଦ୍ରବ୍ୟର ମୁଖ୍ୟ ଯେହେତୁ ବଢୁଛି ଆମକୁ ସେହି ହିସାବରେ ଜିନିଷ ତିଆରି କରିସାରି ଏହାର ଦାମ ବଢ଼ାଇବା ପାଇଁ ପଡ଼ୁଛି। ତେବେ ଖାଦ୍ୟ କମ୍ପାନୀ ଗୁଡ଼ିକ କିଛି ଖାଦ୍ୟର ଦର ବୃଦ୍ଧି କରିବା ସହିତ ଆଉ କିଛି ଖାଦ୍ୟର ଦର ପରିବର୍ତ୍ତନ କରିବ । ଏହା ପୂର୍ବରୁ କମ୍ପାନୀ ୧୦ ପ୍ରତିଶତ ଦର ବଢ଼ାଇଥିଲେ କିନ୍ତୁ ଏବେ ଯେଉଁ ଖାଇବା ଜିନିଷର ଦାମ ୨୦ରୁ ଅଧିକ ତାର ଦର କମ୍ପାନୀ ପ୍ରାୟ ୧୦ ପ୍ରତିଶତ ବଢ଼ାଇବ ।

ଖାଲି ଏତିକି ନୁହେଁ ଖାଇବା ଜିନିଷକୁ ଛାଡ଼ିଦେଲେ ସାବୁନ ଓ ଦାମ ମଧ୍ୟ ବଢିବା ଚଳିତ ବର୍ଷରେ। ଲକ୍ସ, ଡୋଭ, ଲାଇଫବଏ, ରିନ ଆଦିର ଦାମ ପ୍ରାୟ ୧୦ ପ୍ରତିଶତ ବାଢ଼ିବ।
ଏହା ଛଡ଼ା ମାରୁତି ସୁଜୁକି, ମହିନ୍ଦ୍ରା, କିଆ, ହୋଣ୍ଡା, ଭଲ୍ଭୋ, ଟୟୋଟା ଓ ଟାଟା କମ୍ପାନୀ ଠାରୁ ଆରମ୍ଭ କରି ମର୍ସିଡିଜ୍, ଅଡି ଭଳି ଗାଡ଼ି କମ୍ପାନୀ ଗୁଡ଼ିକ ନିଜ ଗାଡ଼ିର ଦାମ ମଧ୍ୟ ପ୍ରାୟ ୧ ରୁ ୪ ପ୍ରତିଶତ ବଢାଇଛନ୍ତି। ଯଦି ୨ ହୁଇଲର କଥା କୁହାଯାଏ ତେବେ ଏହାର ଚାହିଦା ମଧ୍ୟ ପ୍ରାୟ ୩ ରୁ ୪ ପ୍ରତିଶତ ବଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.