ମାତ୍ର ୧,୯୦୦ ଟଙ୍କାରେ ନେଇ ଆସନ୍ତୁ ଏହି ସିସିଟିଭି କ୍ୟାମେରା; ୩୬୦ ଡିଗ୍ରୀ ବୁଲି ପୂରା ଘର ଉପରେ ରଖିବ ନଜର!

ଭାରତର ଅଧିକାଂଶ ଘରେ ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥାଏ। କିଛି ଅଞ୍ଚଳ ଏମିତି ବି ରହିଛି, ଯେଉଁଠି ଚୋରି, ଡକାୟତି ଭଳି ଘଟଣା ଅଧିକ ମାତ୍ରାରେ ଘଟିଥାଏ। ଏହିଭଳି ଅଞ୍ଚଳମାନଙ୍କରେ ଲୋକଙ୍କୁ ସବୁବେଳେ ସୁରକ୍ଷା ଭୟ ଘାରି ରହିଥାଏ। ହେଲେ ଲୋକମାନେ ବଜେଟ୍‌ ଅଭାବରୁ ନିଜ ଘରର ସୁରକ୍ଷା ପାଇଁ କିଛି ବି କରି ପାରି ନ ଥାଆନ୍ତି। କିନ୍ତୁ ଏବେ ଚିନ୍ତା କରିବାର କିଛି କାରଣ ନାହିଁ। ମାର୍କେଟ୍‌ରେ ଆପଣଙ୍କ ପାଇଁ ଭଲ ଅପସନ ଉପଲବ୍ଧ ରହିଛି। ଲୋକମାନେ ଚାହିଁଲେ କମ୍‌ ଖର୍ଚ୍ଚରେ ନିଜ ଘରକୁ ସୁରକ୍ଷିତ ରଖି ପାରିବେ। ଯଦି ଆପଣଙ୍କୁ ଏ ସମ୍ପର୍କରେ କୌଣସି ଧାରଣା ନାହିଁ, ତା’ ହେଲେ ଆଜି ଆମେ ଆପଣଙ୍କୁ ଘରର ସୁରକ୍ଷା ପାଇଁ ଏକ ବଢ଼ିଆ ପ୍ରଡକ୍ଟ ବିଷୟରେ କହିବୁ।

ଯେଉଁ ପ୍ରଡକ୍ଟ ବିଷୟରେ ଆମେ ଆଜି କଥା ହେଉଛେ, ତାହା ପ୍ରକୃତରେ ଏକ ୩୬୦ ଡିଗ୍ରୀ ସିସିଟିଭି କ୍ୟାମେରା। ଏହା ଘରର ସମସ୍ତ ଦିଗକୁ ବୁଲି ସୁରକ୍ଷା ସୁନିଶ୍ଚିତ କରି ପାରିବ। ଏହି କ୍ୟାମେରାର ନାମ ହେଉଛି, MI Xiaomi Wireless Home Security Camera 2i 2022 Edition। ଏହି ସିକ୍ୟୁରିଟି କ୍ୟାମେରାର ଖାସ୍‌ କଥା ହେଉଛି, ଏହା ନିଜ ଜାଗାରେ ରହି ସହଜରେ ଚାରି ଦିଗକୁ ବୁଲି ପାରିବ। ବାସ୍ତବରେ, ଏଥିରେ ଏକ ମୁଭିଂ ପ୍ଲାଟଫର୍ମ ଦିଆଯାଇଛି, ଯେଉଁଥିରେ ଏକ ମୋଟର ଲାଗିଛି। ଏହି କାରଣରୁ MI ହୋମ୍‌ ସିକ୍ୟୁରିଟି କ୍ୟାମେରା ଚାରି ଆଡ଼କୁ ସହଜରେ ବୁଲି ତୀକ୍ଷ୍‌ଣ ନଜର ରଖି ପାରିବ।

ଏହି କ୍ୟାମେରା ରାତିରେ ମଧ୍ୟ ଇନ୍‌ଫ୍ରାରେଡ ସାହାଯ୍ୟରେ ଭିଡିଓ ରେକର୍ଡ କରି ପାରିବ, ଯାହାକୁ ୭ ଦିନ ପର୍ଯ୍ୟନ୍ତ କ୍ଲାଉଡ୍‌ରେ ଷ୍ଟୋର କରି ରଖାଯାଇ ପାରିବ। ଆପଣ ଏହାକୁ ସହଜରେ ଆକ୍ସେସ୍‌ ମଧ୍ୟ କରି ପାରିବେ।

ଏହି ୩୬୦ ଡିଗ୍ରୀ କ୍ୟାମେରାର ମୂଳ ଦାମ୍‌ ୪,୪୪୯ ଟଙ୍କା ରହିଛି, କିନ୍ତୁ ଗ୍ରାହକ ସହଜରେ ଏହାକୁ ମାତ୍ର ୨,୪୯୯ ଟଙ୍କାରେ କିଣି ପାରିବେ। ଯଦିଓ ବଡ଼ ଡିସ୍‌କାଉଣ୍ଟ ସହିତ ଗ୍ରାହକମାନେ ଏହି ସିକ୍ୟୁରିଟି କ୍ୟାମେରାକୁ ୧,୯୫୦ ଟଙ୍କାରେ କ୍ରୟ କରି ପାରିବେ। ଏହାର ଏମ୍‌ଆର୍‌ପି ଉପରେ ଗ୍ରାହକମାନଙ୍କୁ ୪୪ ପ୍ରତିଶତର ଜବରଦସ୍ତ ଡିସ୍‌କାଉଣ୍ଟ ଅଫର୍‌ କରାଯାଉଛି, ଯାହାଫଳରେ କି, ଏହାକୁ ଅତି ଶସ୍ତା ଦାମ୍‌ରେ କିଣାଯାଇ ପାରିବ। ଏହି କ୍ୟାମେରା ସହଜରେ କଲିଙ୍ଗ୍‌ ପାଇଁ ମଧ୍ୟ କାମରେ ଆସି ପାରିବ ଏବଂ ଦୂରରେ ବସି ଗ୍ରାହକ ଏହାକୁ ସହଜରେ କଣ୍ଟ୍ରୋଲ କରି ପାରିବେ।

ବର୍ତ୍ତମାନ ଆମ ଆଖପାଖରେ ଏତେ ମାତ୍ରାରେ ଅପରାଧ ଘଟଣା ବଢ଼ିଯାଇଛି ଯେ, ଲୋକେ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। କେହି ସଦସ୍ୟ ନ ଥିଲା ବେଳେ ଘର ଭିତରକୁ ଚୋର, ଡକାୟତ ପଶି ଆସିବାର ଆଶଙ୍କା ରହୁଛି। ଏମିତି ସ୍ଥିତିରେ ଆମେ ଆମ ଘରର ସୁରକ୍ଷା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ। ତେଣୁ ଏଭଳି ସ୍ଥଳେ ଘରେ ଏକ ସିସିଟିଭି କ୍ୟାମେରା ଲଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.