iPhone 12ର ଏହି ମଡେଲ ମାତ୍ର ୨୦ ହଜାର ଟଙ୍କାରେ କିଣନ୍ତୁ! ଏମିତି ଆକ୍ଟିଭେଟ୍‌ କରନ୍ତୁ ଡିଲ୍‌…

Flipkart Big Billion Days ସେଲ ସମୟରେ ଯଦି ଏ ପର୍ଯ୍ୟନ୍ତ ଆପଣ ଶସ୍ତାରେ iPhone କିଣିବାରେ ସଫଳ ହୋଇ ନାହାନ୍ତି, ତା’ ହେଲେ ଏବେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ରହିଛି। ଭାରତରେ iPhoneର ଏକ ଅଲଗା ପ୍ରକାର କ୍ରେଜ୍‌ ଦେଖିବାକୁ ମିଳୁଛି। ଖାସ୍‌ କରି ପୁରୁଣା ଜେନେରେସନର iPhone ବହୁତ ବିକ୍ରି ହେଉଛି। ଏମିତିରେ ଆମେ ଆପଣଙ୍କୁ କୌଣସି ନୂଆ ଫୋନ ନୁହେଁ, ବରଂ iPhone 11 ଏବଂ iPhone 12 ସିରିଜ୍‌ର ଡିଲ୍‌ ବିଷୟରେ କହୁଛୁ।

ବାସ୍ତବରେ, iPhone 12 ଏବଂ iPhone 13 ମଧ୍ୟରେ ଅଧିକ ଫରକ୍‌ ନାହିଁ। ତେଣୁ ଯଦି ଆପଣ iPhone 13 କିଣିବାକୁ ଚାହୁଁଛନ୍ତି ଏବଂ ଏହି ସମୟରେ ଆପଣଙ୍କୁ iPhone 12 ଉପରେ ଭଲ ଡିଲ୍‌ ମିଳୁଛି, ତା’ ହେଲେ iPhone 13 ନ କିଣିବାରେ ବି ଆପଣଙ୍କ ମନ ଊଣା ହେବ ନାହିଁ। ସେପଟେ iPhone 11 ଅଧିକ ପୁରୁଣା ହୋଇଗଲାଣି, ହେଲେ ଯଦି ଶସ୍ତାରେ ଆପଣଙ୍କୁ iPhone ଦରକାର, ତା’ ହେଲେ ଏହା ବଢ଼ିଆ ରହିବ। ପ୍ରୋସେସର ଏବେ ମଧ୍ୟ ଏହାର ଫାଷ୍ଟ୍‍ ରହିଛି ଏବଂ ଭଲ ଏକ୍ସପେରିଏନ୍ସ ଦେଉଛି।

Flipkart ସେଲରେ ଆପଣ iPhone 11ର 64GB ଭାରିଆଣ୍ଟକୁ ପାଖାପାଖି ୨୦ ହଜାର ଟଙ୍କାରେ କିଣି ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ଅଫର୍‌ର ଫାଇଦା ଉଠାଇବାକୁ ପଡ଼ିବ। ଏହାର ଦାମ୍‌ ଏଠାରେ ୪୩,୯୦୦ ଟଙ୍କା ରହିଛି। କିନ୍ତୁ ଡିସ୍‌କାଉଣ୍ଟ ପରେ ଏହା ୩୬,୯୯୦ ଟଙ୍କାରେ ଆସି ଯିବ। କମ୍ପାନୀ ICICI ବ୍ୟାଙ୍କ ଡେବିଟ୍‌ କାର୍ଡ ୟୁଜରମାନଙ୍କୁ କ୍ୟାଶବ୍ୟାକ ଅଫର୍‌ ଦେଉଛି। ଏହା ବ୍ୟତୀତ ଯଦି ଆପଣ ଚାହିଁବେ, ତା’ ହେଲେ ପୁରୁଣା ଫୋନ ଏକ୍ସଚେଞ୍ଜ କରାଇ ପାରିବେ। ଏକ୍ସଚେଞ୍ଜର ସର୍ବାଧିକ ଭାଲ୍ୟୁ ରହିଛି ୧୬,୯୦୦ ଟଙ୍କା। ଯଦି ଆପଣଙ୍କ ପାଖରେ ପୁରୁଣା ଆଇଫୋନ କିମ୍ବା କୌଣସି ଅନ୍ୟ ପୁରୁଣା ହାଇ ଏଣ୍ଡ୍‌ ସ୍ମାର୍ଟଫୋନ ରହିଛି, ତା’ ହେଲେ ଆପଣ ଏହାକୁ ଏକ୍ସଚେଞ୍ଜ କରାଇ ଆହୁରି ବି ଶସ୍ତାରେ iPhone 11 କିଣି ପାରିବେ।

ସେପଟେ iPhone 12 ସିରିଜ୍‌ର ସବୁଠାରୁ ଶସ୍ତା ଭାରିଆଣ୍ଟ ହେଉଛି Phone 12 mini। ଏହି ଫୋନର 64GB ଭାରିଆଣ୍ଟ ମୂଲ୍ୟ Flipkartରେ ୫୯,୯୯୦ ଟଙ୍କା ରହିଛି। ତେବେ Flipkart ଅଫର୍‌ ହିସାବରେ ଏହାର ଦାମ୍‌ କମି ୩୮,୯୯୦ ଟଙ୍କା ହୋଇଯିବ। ବ୍ୟାଙ୍କ ଅଫର ପରେ ଏହି ଦାମ୍‌ ହ୍ରାସ ପାଇ ୩୭୨୪୦ ଟଙ୍କା ହେବ। ଏହା ପରେ ଯଦି ଆପଣ ପୁରୁଣା ଫୋନ ଏକ୍ସଚେଞ୍ଜ କରାଇ ଏହାକୁ କିଣିବାକୁ ଚାହିଁବେ, ତା’ ହେଲେ ଏହାର ଦାମ୍‌ କମି ଯାଇ ପାଖାପାଖି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆସି ଯିବ। ତେବେ ଏକ୍ସଚେଞ୍ଜର ସର୍ବାଧିକ କ୍ୟାମ୍ପିଙ୍ଗ୍‌ ରହିଛି ୧୬,୯୦୦ ଟଙ୍କା। ଏକ୍ସଚେଞ୍ଜର ସର୍ବାଧିକ ମୂଲ୍ୟ ସେତେ ବେଳେ ହିଁ ମିଳିବ, ଯେତେ ବେଳେ ଆପଣଙ୍କ ପାଖରେ କୌଣସି ମହଙ୍ଗା ପୁରୁଣା ଫୋନ୍‌ ଥିବ। ଏହା ବ୍ୟତୀତ ମଧ୍ୟ କିଛି ଅନ୍ୟାନ୍ୟ ବ୍ୟାଙ୍କ ଅଫର୍ସ ମିଳୁଛି, ଯାହାକୁ ଆପଣ ଟ୍ରାଏ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.