ତିନି ବର୍ଷର ପିଲା ୪୮ ବର୍ଷ ପାଇଁ ଲକ କଲା ବାପାଙ୍କର ଆଇପ୍ୟାଡ୍, ଖୋଲିବ ୨୦୬୭ ମସିହାରେ

କେତେକ ଥର ମଜାକରେ ଆମେ ସାଙ୍ଗମାନଙ୍କର ଫୋନକୁ ଭୁଲ ପାସୱାର୍ଡ ମାରି ଦେଇଥାଉ । ଏହାପରେ ସ୍ମାର୍ଟଫୋନ କିଛି ସମୟ ପାଇଁ ବନ୍ଦ ହୋଇଯାଏ ବା ଲକ୍ ପଡିଯାଏ। କିନ୍ତୁ ଆପଲ ପ୍ରଡକ୍ଟସରେ ଏହି ମାମଲା କିଛି ଅଲଗା ଅଟେ। ଆପଲର ଆଇଫୋନ କିମ୍ବା ଆଇପ୍ୟାଡରେ ଭୁଲ ପାସୱାର୍ଡ ମାରିଲେ ତାହା ଅନେକ ବର୍ଷ ପାଇଁ ଲକ୍ ହୋଇଯାଇଥାଏ। ଏମିତି ହି ଏକ ମାମଲା ନିକଟରେ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୩ ବର୍ଷର ପିଲା ତାର ବାପାଙ୍କ ଆଇପ୍ୟାଡକୁ ୪୮ ବର୍ଷ ପାଇଁ ଲକ୍ କରିଦେଇଛି ।

୨୫,୫୩୬,୪୪୨ ମିନିଟ ପାଇଁ ଲକ୍ ହେଲା ଆଇପ୍ୟାଡ୍

ଏହି ମାମଲା ୱାସିଂଟନରେ ଘଟିଛି। ସେଠାରେ ଜଣେ ବ୍ୟକ୍ତିଙ୍କ ଆଇପ୍ୟାଡ ୨୫,୫୩୬,୪୪୨ ମିନିଟ ଅର୍ଥାତ ୪୮ ବର୍ଷ ପାଇଁ ଲକ୍ ହୋଇଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସେହି ବ୍ୟକ୍ତି ପେଶାରେ ଜଣେ ପତ୍ରକାର ଅଟନ୍ତି ଏବଂ ତାଙ୍କର ତିନି ବର୍ଷର ଏକ ପୁଅ ଅଛି ଯିଏ ତାଙ୍କ ଆଇପ୍ୟାଡ ସହିତ ଖେଳୁଥିଲା। ଏହି ସମୟରେ ସେ ବାରମ୍ବାର ଭୁଲ ପାସୱାର୍ଡ ଦେବା ଦ୍ବାରା ଆଇପ୍ୟାଡ ଲକ୍ ହୋଇଯାଇଛି।

ଯେତେବେଳେ ଆଇପ୍ୟାଡ୍ ଖୋଲିବ ସେତେବେଳେ ସେହି ପୁଅକୁ ୫୨ ବୟସ ହୋଇଥିବ

ଲକ୍ ହୋଇଯାଇଥିବା ଆଇପ୍ୟାଡର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ୪୮ ବର୍ଷ ପରେ ସମ୍ପୃକ୍ତ ବ୍ୟକ୍ତି ସେହି ଲକକୁ ଖୋଲିପାରିବେ ଅର୍ଥାତ ୨୦୬୭ ମସିହାରେ ଯାଇ ଆଇପ୍ୟାଡ ଟି ଖୋଲିବ। ଏବେ ଏହି ଆଇପ୍ୟାଡର ଫଟୋ ଟ୍ବିଟରରେ ସେୟାର କରାଯାଇଛି ଯାହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ଆସୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.