୧୨,୦୦୦ ଟଙ୍କାରେ ଭଲ କ୍ୟାମେରା ଓ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍, ଜାଣନ୍ତୁ ଏଗୁଡ଼ିକର ଦମଦାର ଫିଚର

କିଛି ଲୋକ ଭାବନ୍ତି ଯଦି ଫୋନର ମୂଲ୍ୟ ଅଧିକ ଥିବା ତେବେ ତାହାର ଫିଚର୍ ମଧ୍ୟ ଭଲ ଥିବ । କିନ୍ତୁ ଆପଣଙ୍କୁ କମ୍ ବଜେଟରେ ଭଲ ସ୍ମାର୍ଟ ଫୋନ୍ ମିଳିଯିବ । ହେଲେ ଆପଣଙ୍କୁ ଖାଲି ଜାଣିବାର ଅଛି ଯେ ଏହା କେଉଁ ଫୋନ୍ ଓ ଏହାର ଫିଚର୍ କଣ ରହିଛି।

ଭାରତୀୟ ମୋବାଇଲ୍ ବଜାରରେ ଅନେକ ସ୍ମାର୍ଟଫୋନ୍ ଅଛି ଯାହାର ବିଭିନ୍ନ ପ୍ରକାର ଫିଚର ରହିଛି ଓ ଏହା ଭିନ୍ନ ଭିନ୍ନ ମୂଲ୍ୟରେ ଉପଲବ୍ଧ। ତେବେ ଏହି ସବୁ ଫୋନ୍ ମଧ୍ୟରେ ଖୁବ୍ କାମ ଟଙ୍କାରେ ମଧ୍ୟ ଆପଣ ଭଲ ଫିଚର୍ ଥିବା ଫୋନ୍ ପାଇପାରିବେ। ଏମିତି ସେହି ଫୋନ୍ ଗୁଡ଼ିକର କ୍ୟାମେରା ଓ ବ୍ୟାଟେରୀ ମଧ୍ୟ ଭଲ । ତେବେ କିଛି ଲୋକ ଅଛନ୍ତି ଯିଏ କି ୧୫,୦୦୦ ଭିତରେ ଭଲ ସ୍ମାର୍ଟ୍ ଫୋନ୍ ଖୋଜିଥାଆନ୍ତି। ତେବେ ଆଜି ଆମେ ଜାଣିବା ଏମିତି କିଛି ସ୍ମାର୍ଟ୍ ଫୋନ୍ ବିଷୟରେ ଯାହାର ମୂଲ୍ୟ ୧୨ ହଜାର।

ରିୟଲମି ନାର୍ଜୋ (Realme Narzo 50A):

Realme
Picture Credit – wiki

ରିୟଲମି ନାରଜୋ 50A ର ୫ ହଜାର mAh ବ୍ୟାଟେରୀ ପାୱାର ରହିଛି । ଏହି ସ୍ମାର୍ଟଫୋନରେ ୬.୫ ଇଞ୍ଚ ଡିସପ୍ଲେ ଅଛି । ୪ GB RAM ଥିବା ଏହି ଫୋନର ମୂଲ୍ୟ ହେଉଛି ୧୧,୪୯୯ ଟଙ୍କା । ତେବେ ଏହାର ଭଲ ଫିଚର୍ ରହିଛି। କ୍ୟାମେରା ବିଷୟରେ କହିବାକୁ ଗଲେ, ଏହାର ପଛ ପ୍ୟାନେଲରେ ତିନୋଟି କ୍ୟାମେରା ସେଟଅପ୍ ଅଛି। ଏଥିରେ ଥିବା ଆଗ କ୍ୟାମେରା ୮ ମେଗାପିକ୍ସେଲ ହୋଇଥିବାବେଳେ ପ୍ରାଇମେରୀ କ୍ୟାମେରା ହେଉଛି ୫୦ ମେଗାପିକ୍ସେଲ । ଏହାକୁ ଆପଣ ନିଜ ଲୋ ବଜେଟ ଭିତରେ କିଣିପାରିବେ।

ସାମସଙ୍ଗ ଗାଲାକ୍ସି F12

ସାମସଙ୍ଗ ଗାଲାକ୍ସି F12 ରେ ୪ ଜିବି RAM ଏବଂ ୬୪ GB ଷ୍ଟୋରେଜ୍ ଅଛି । ଏହାର ମୂଲ୍ୟ ୧୧,୪୯୯ ଟଙ୍କା ରହିଛି।ଏହାର ପଛ ପ୍ୟାନେଲରେ ଏକ କ୍ୱାଡ୍ କ୍ୟାମେରା ସେଟଅପ୍ ବା ତିନିଟି ସେଟଅପ୍ ରହିଛି। ଏଥିରେ ୪୮ ମେଗାପିକ୍ସେଲର ଏକ ପ୍ରାଇମେରୀ କ୍ୟାମେରା ଅଛି । ଏହି ଫୋନର ଡିସ୍ପ୍ଲେ ୬.୫ ଇଞ୍ଚ ଓ ଏହା HD ଡିସପ୍ଲେ ସହ ମାର୍କେଟରେ ଉପଲବ୍ଧ। ଏଥିରେ ୬ ହଜାର mAh ବ୍ୟାଟେରୀ ରହିଛି।

ଇନଫିନିକ୍ସ ହଟ୍ 11S:

Infinix Hot 11S
Picture Credit – Navbharat times

ଇନଫିନିକ୍ସ ହଟ୍ 11S ରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଏହାର ୬.୭୮ ଇଞ୍ଚ ଡିସପ୍ଲେ ଅଛି । ଏହା ମାର୍କେଟରେ ୫ ହଜାର mAh ବ୍ୟାଟେରୀ ସହିତ ଉପଲବ୍ଧ। ଏଥିରେ ୪ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଅଛି । ଏହାର ମୂଲ୍ୟ ୧୦,୫୦୦ ଟଙ୍କା ।

ରେଡମି 9i:
ରେଡମି 9i ରେ ମଧ୍ୟ ଭଲ ଫିଚର୍ ରହିଛି। ଏହାର ପଛ ପ୍ୟାନେଲରେ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଏହାର ୬.୫୬ଇଞ୍ଚ ଡିସପ୍ଲେ ଅଛି । ଏହି ଫୋନରେ ୧୩ ମେଗାପିକ୍ସେଲର ଏକ ପ୍ରାଇମେରୀ କ୍ୟାମେରା ଅଛି । ଏହି ଫୋନରେ ୫ ହଜାର mAh ବ୍ୟାଟେରୀ ରହିଛି। ଏହାର ମୂଲ୍ୟ ୧୦,୯୯୯ ଟଙ୍କା ।

ଓପୋ A33 (OPPO A33):

oppo
Picture Credit – Oppo

Oppo A33 ରେ ୧୩ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ରହିଛି। ଏଥିରେ ୮ ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିଛି। ଏହି ଫୋନ୍ ୬.୫ ଇଞ୍ଚ ଡିସପ୍ଲେ ସହିତ ମାର୍କେଟରେ ଉପଲବ୍ଧ। ଏହାର ପଛ ପ୍ୟାନେଲରେ ତିନୋଟି କ୍ୟାମେରା ସେଟଅପ୍ ଅଛି । ଏହାର ବ୍ୟାଟେରୀ ପାୱାର ୫ ହଜାର mAh । ତେବେ ଫୋନର ମୂଲ୍ୟ ୧୦,୪୯୦ ଟଙ୍କା । ଏହି ସବୁ ଫୋନର ବ୍ୟାଟେରୀ ଭଲ ଥିବା ବେଳେ ଏହାର କ୍ୟାମେରା ମଧ୍ୟ ଭଲ ରହିଛି । ତେବେ ଆପଣ ଏହି ସବୁ ଫୋନ୍ କୁ ୧୨ ହଜାର ଟଙ୍କା ଭିତରେ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.