ଫେକ ପୋଷ୍ଟକୁ ଦୃଷ୍ଟିରେ ରଖି ଟ୍ୱିଟର ପକ୍ଷରୁ ଲାଗୁ ହେବାକୁ ଯାଉଛି ନୂଆ ୱାର୍ଣ୍ଣିଂ ଲେଭଲ୍ସ ନିୟମ

ଫେକ ନ୍ୟୁଜ ତଥା ମିଛ ତଥ୍ୟ ପୋଷ୍ଟର ଅତ୍ୟଧିକ ମାତ୍ରାକୁ ଦୃଷ୍ଟିରେ ରଖି ଟ୍ୱିଟର ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଟ୍ୱିଟର ପକ୍ଷରୁ ଟେଷ୍ଟିଂ ଲେଭଲ ଆରମ୍ଭ ହୋଇ ସାରିଛି । ଏଥିରେ ୩ଟି ଷ୍ଟେପ ରଖାଯାଇଛି । ଏହା ମିଛ ତଥ୍ୟ ଉପରେ ରୋକ ଲଗାଇବ । । ଅର୍ଥାତ ଏହି ନିୟମ ଲାଗୁ ପରେ କୌଣସି ବ୍ୟକ୍ତି ମିଛ ତଥ୍ୟ ଟ୍ୱିଟରରେ ପୋଷ୍ଟ କରିପାରିବ ନାହିଁ ।

ଫେକ ନ୍ୟୁଜ ପାଇଁ Manipulated Mediaକୁ ଲେଭଲ କରାଯାଇଛି । ଏବେ ମିଛ ଖବର ଉପରେ ଟ୍ୱିଟର ପକ୍ଷରୁ ୱାର୍ଣ୍ଣିଂ ଲେଭଲ୍ସ ଲଗାଯିବ । କୌଣସି ଆପତ୍ତିଜନକ ପୋଷ୍ଟ ତଥା ମିଛ ତଥ୍ୟର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ Misleading ର ଅପସନ ରହିବ । ଯାହା ଅନ୍ତର୍ଗତ କୌଣସି ୟୁଜର୍ସ ଫେକ ନ୍ୟୁଜର ପ୍ରସାରଣ କରିପାରିବେ ନାହିଁ ।

ୟୁଜର୍ସଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ତଥା ଟ୍ୱିଟରରେ ମିଥ୍ୟା ଖବର ପୋଷ୍ଟର ମାତ୍ରାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିୟମ ଲାଗୁ ହେବାକୁ ନେଇ ଟ୍ୱିଟର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଭାଇରାଲ ହେଉଥିବା ଅନେକ ଫେକ ଖବରଠୁ ୟୁଜର୍ସଙ୍କୁ ସଚେତନ କରିବା ପାଇଁ ଏହି ନିୟମ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.