WhatsApp ନୂଆ ଫିଚର୍: ବର୍ତ୍ତମାନ ଆପଣ ହ୍ଵାଟ୍ସଆପରେ କରିପାରିବେ କ୍ୟାବ ବୁକ୍, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ ଅନେକ ଆପ୍ ନୂଆ ନୂଆ ଫିଚର୍ ସବୁ ଲଞ୍ଚ କରୁଛନ୍ତି। ଯିଏ ଯେତେ ଭଲ ଫିଚର୍ ଲଞ୍ଚ କରିବ ସେ ସେତେ ମାତ୍ରାରେ ଭଲ ଟଙ୍କା ମଧ୍ୟ ରୋଜଗାର କରିବ। ତେବେ ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ହ୍ଵାଟ୍ସଆପ। ଏହାକୁ ପ୍ରାୟ ଶତପ୍ରତିଶତ ଗ୍ରାହକ ବ୍ୟବହାର କରୁଛନ୍ତି। ପୁଣି ବର୍ତ୍ତମାନ ହ୍ଵାଟ୍ସଆପ ଆଣିବାକୁ ଯାଉଛି ଆଉ ଏକ ନୂଆ ଓ ଭଲ ଫିଚର୍।

ଏହାର ପ୍ରଥମ ପରୀକ୍ଷଣ ଲକ୍ଷ୍ନୌ ସହରରେ ଗତ ବର୍ଷ ଡିସେମ୍ବରରେ ପରୀକ୍ଷା କରାଯାଇଥିଲା। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଆପଣଙ୍କୁ ଆଉ ଅଲଗା ଭାବରେ ଉବର ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ।

ବର୍ତ୍ତମାନ ଆପଣ ହ୍ଵାଟ୍ସଆପ ଆପରେ ହିଁ ଏକ କ୍ୟାବ୍ ବୁକ୍ କରିବାର ସୁବିଧା ପାଇବାକୁ ଯାଉଛନ୍ତି। ହଁ, ଆପଣ ବର୍ତ୍ତମାନ ହ୍ଵାଟ୍ସଆପ ଆପରେ ଉବର ରାଇଡ୍ ବୁକ୍ କରିପାରିବେ। କ୍ୟାବ କମ୍ପାନୀ ଉବର ଖୁବ୍ ଶୀଘ୍ର ହ୍ଵାଟ୍ସଆପ ଆପ୍ ପାଇଁ ଏହି ନୂତନ ବିକଳ୍ପ ଲଞ୍ଚ କରିବାକୁ ଯାଉଛି। କେବଳ ଅଗଷ୍ଟ ପ୍ରଥମ ସପ୍ତାହରେ ଦିଲ୍ଲୀ-ଏନସିଆର ପାଇଁ ଉବର ଏହି ନୂତନ କ୍ୟାବ ବୁକିଂ ସେବା ଆରମ୍ଭ କରିବାକୁ ଯାଉଛି।

uber WhatsApp
Picture credit – Amarujala

ଉବର କହିବା ଅନୁଯାୟୀ, ହ୍ଵାଟ୍ସଆପରେ ଆସିବାକୁ ଯାଉଛି ଉବର ଆପ୍। ଆପଣ କେବଳ ହ୍ଵାଟ୍ସଆପ ବ୍ୟବହାର କରି କ୍ୟାବ୍ ବୁକ୍ କରିବାକୁ ସମର୍ଥ ହେବେ। ହ୍ଵାଟ୍ସଆପ ଆପ୍ ମାଧ୍ୟମରେ କ୍ୟାବ ବୁକ୍ କରୁଥିବା ଉପଭୋକ୍ତାଙ୍କୁ ଉବର ଆପରେ ସିଧାସଳଖ ରାଇଡ୍ ବୁକିଂ ପାଇଁ ଉପଲବ୍ଧ ଥିବା ସମାନ ସୁରକ୍ଷା ଯୋଗାଇ ଦିଆଯିବ। ହ୍ଵାଟ୍ସଆପ ଜରିଆରେ ଏକ କ୍ୟାବ ବୁକ୍ କରିବା ପରେ ମଧ୍ୟ, ବ୍ୟବହାରକାରୀଙ୍କ ନିକଟକୁ ଡ୍ରାଇଭର ନାମ ଏବଂ ଲାଇସେନ୍ସ ପ୍ଲେଟ୍ ଭଳି ସୂଚନା ପଠାଯିବ।

ଆହୁରି ମଧ୍ୟ, ପିକଅପ୍ ପଏଣ୍ଟର ସୂଚନା ଅବସ୍ଥାନ ଉପରେ ଆଧାର କରି ଡ୍ରାଇଭରକୁ ପଠାଯାଇପାରିବ। ଯେତେବେଳେ କି ଡ୍ରାଇଭର ସହିତ କଥାବାର୍ତ୍ତା କରିବା ସମୟରେ, ବ୍ୟବହାରକାରୀଙ୍କ ପରିଚୟ ଗୋପନୀୟ ରଖାଯିବ, ଅର୍ଥାତ୍ ଡ୍ରାଇଭର ବ୍ୟବହାରକାରୀଙ୍କ ହ୍ଵାଟ୍ସଆପ ନମ୍ବର ଦେଖିପାରିବ ନାହିଁ।

ଜାଣନ୍ତୁ କିପରି କରିବେ ଉବର ରାଇଡ୍:

– ସର୍ବପ୍ରଥମେ, ନିଜର ହ୍ଵାଟ୍ସଆପରୁ +91 7292000002 ନମ୍ବରକୁ ‘ହାଏ’ ଲେଖି ମେସେଜ ଦେବାକୁ ପଡିବ।

– ଏହା ପରେ, ଆପଣଙ୍କୁ ଚାଟବୋଟରେ ପିକଅପ୍ ଏବଂ ଡ୍ରପ୍ ଅବସ୍ଥାନ ବିଷୟରେ ପଚରାଯିବ।

– ଲୋକେସନ୍ ସୂଚନା ପ୍ରଦାନ କରିବା ପରେ ଆପଣ ରାଇଡ୍ ସୂଚନା ପାଇବେ, ଯାହା ଭଡା ଏବଂ ଡ୍ରାଇଭରର ପହଞ୍ଚିବା ସମୟ ସମୟ ଦେଖାଇବ।

– ଥରେ ok କଲେ, ଆପଣ ଡ୍ରାଇଭର ସୂଚନା ଏବଂ OTP ପାଇବେ। ଡ୍ରାଇଭରକୁ OTP ଦେଇ ଆପଣ ନିଜର ଯାତ୍ରା ବା ରାଇଡ୍ ଆରମ୍ଭ କରିବାକୁ ସକ୍ଷମ ହେବେ।

ତେବେ ଏହା ମଧ୍ୟ ହ୍ଵାଟ୍ସଆପର ଏକ ବେଷ୍ଟ ଫିଚର୍ କହିଲେ କିଛି ଭୁଲ ହେବ ନାହିଁ। ହ୍ଵାଟ୍ସଆପ ସହିତ ଉବର୍ ହୁଏତ ପାର୍ଟନରସିପ୍ କରିଥାଇପାରେ। ଯାହାକି ଦୁଇଟି ଆପ୍ ପାଇଁ ଭଲ। ତେବେ ନିଜ ଗ୍ରାହକଙ୍କୁ ଆହୁରି ମଧ୍ୟ ଭଲ ସୁବିଧା ଯୋଗାଇବ ବୋଲି କହିଛି ହ୍ଵାଟ୍ସଆପ। ଯାହାଦ୍ଵାରା ଏହାକୁ ସମସ୍ତେ ଡାଉନଲୋଡ୍ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.