ଦମଦାର୍ ଅଫର! ୯୪୯୯ ଟଙ୍କାରେ ପାଇପାରିବେ iPhone SE, ଜାଣନ୍ତୁ କେମିତି ?

ଆପଲ୍ iPhone ବ୍ୟବହାରକାରୀ ପାଇଁ ଆସିଲା ଖୁସି ଖବର । ଆପଲ୍ iPhone SEର ଦାମ୍ କମି ଯାଇଛି । ଏହି ଫୋନକୁ ଡିସ୍କାଉଣ୍ଟ ସହିତ ଆପଣ ବହୁତ କମ୍ ଦାମରେ ପାଇପାରିବେ । ୨୦୨୦ରେ ଲଞ୍ଚ୍ ହୋଇଥିବା ଏହି ଫୋନ୍ ଆଇଫୋନର ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ । ଆପଣ ଏହାକୁ ୧୦ ହଜାରରୁ ମଧ୍ୟ କମ୍ ଦାମରେ ପାଇପାରିବେ । ଆସନ୍ତୁ ଜାଣିବା କେମିତି ।

ଆପଣଙ୍କୁ ଆଇଫୋନ୍ ଏସଇକୁ ଶସ୍ତାରେ କିଣିବା ପାଇଁ ଫ୍ଲିପକାର୍ଟର ସମସ୍ତ ନିୟମକୁ ଫଲୋ କରିବାକୁ ପଡିବ । ପ୍ରକୃତରେ ଏହି ସ୍ମାର୍ଟଫୋନର ମୂଲ୍ୟ ୨୫,୯୯୯ ଟଙ୍କା । ଏହି ପ୍ରାଇସ୍ ଫୋନର ୬୪ ଜିବି ଭେରିଏଣ୍ଟର । ଡିସ୍କାଉଣ୍ଟ ପରେ ଏହାର ଦାମ୍ ୭ ହଜାର କମିଛି । ଏହା ବ୍ୟତୀତ ଯଦି ଆପଣ ଆଇସିଆଇସିଆଇ ବା ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ୧୫୦୦ ଟଙ୍କା ଅତିରିକ୍ତ ଡିସ୍କାଉଣ୍ଟ ମିଳିବ । ଏହା ପରେ ଏହି ଫୋନକୁ ଆପଣ ୨୪,୪୯୯ ଟଙ୍କା ପର୍ଯ୍ୟନ୍ତ କମରେ ପାଇପାରିବେ ।

ଏହାପରେ ଯଦି ଆପଣ ଫ୍ଲିପକାର୍ଟର ଏକ୍ସଚେଞ୍ଜ ପ୍ରୋଗ୍ରାମ ଅନୁସାରେ ଏହାକୁ କିଣିବେ ତେବେ ଏହାର ଦାମ୍ ଆହୁରି କମ୍ ପଡିବ । ଫ୍ଲିପକାର୍ଟ ୧୫ ହଜାର ଟଙ୍କାର ଡିସ୍କାଉଣ୍ଟ ଦେବ ଯାହାକି ଫୋନର ଦାମ୍ ୧୦ ହଜାର ଟଙ୍କାରୁ ତଳକୁ ନେଇଆସିବ । ଯେଉଁ ପ୍ରକାରେ ବି ହେଉ କିନ୍ତୁ ୯୪୯୯ ଟଙ୍କାରେ ଆଇଫୋନ୍ ଏସଇ କିଣିବା ନିଶ୍ଚିତ ବୁଦ୍ଧିମତାର କାମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.