୬ ଅକ୍ଟୋବର ପର୍ଯ୍ୟନ୍ତ ରହିଛି ଅଫର୍‌! ମୋବାଇଲ ରିଚାର୍ଜ କରନ୍ତୁ, ଆଉ ପାଆନ୍ତୁ 75 GB ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଓ ମାଗଣା ହଟ୍‌ଷ୍ଟାର

ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ (Vi) ୟୁଜରମାନଙ୍କୁ ବଢ଼ିଆ ଫେଷ୍ଟିଭ୍‌ ଅଫର୍‌ ପ୍ରଦାନ କରୁଛି। ଏହି ଅଫର ଅନୁସାରେ, ୟୁଜରମାନଙ୍କୁ 75 GB ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମିଳିବ। ଏହି ଅଫର୍‌ ଭୋଡାଫୋନ୍-ଆଇଡିଆର 1449 ଟଙ୍କା ଏବଂ 3099 ଟଙ୍କା ବାଲା ପ୍ଲାନ ସହିତ ଦିଆଯାଉଛି। ଏହି ପ୍ଲାନ ୩୬୫ ଦିନ ପର୍ଯ୍ୟନ୍ତ ବୈଧତା ସହିତ ଆସିଥାଏ। ଏଥିରେ ଆପଣଙ୍କୁ ଅନଲିମିଟେଡ୍‌ କଲିଂ ଏବଂ ଦୈନିକ 2 GB ଡାଟା ସହିତ ଡିଜନୀ + ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ବି ମିଳିବ। ଅଫରର ଶେଷ ତାରିଖ ରହିଛି ୬ ଅକ୍ଟୋବର। ଆସନ୍ତୁ ଜାଣିବା, ଏହି ପ୍ଲାନରେ କମ୍ପାନୀ କ’ଣ ଲାଭ ଦେଉଛି।

1449 ଟଙ୍କା ବାଲା ପ୍ଲାନ

ଭୋଡାଫୋନ୍-ଆଇଡିଆର ଏହି ପ୍ଲାନ ୧୮୦ ଦିନର ବୈଧତା ସହିତ ଆସିଥାଏ। ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଏହି ପ୍ଲାନରେ ଆପଣଙ୍କୁ ଦୈନିକ 1.5 GB ଡାଟା ମିଳିବ। ଏହି ଅଫର ଅଧୀନରେ କମ୍ପାନୀ ଏହି ପ୍ଲାନରେ 50 GB ଅତିରିକ୍ତ ଡାଟା ଅଫର୍‌ କରୁଛି। ପ୍ଲାନରେ ଆପଣଙ୍କୁ ଅନଲିମିଟେଡ୍‌ କଲିଂ ଏବଂ ଦୈନିକ ୧୦୦ଟି ମାଗଣା SMS ମଧ୍ୟ ମିଳିବ। ଏହି ପ୍ଲାନ ଅନେକ ଅତିରିକ୍ତ ଲାଭ ସହିତ ବି ଆସିଥାଏ। ଏଥିରେ କମ୍ପାନୀ ବିଞ୍ଜ ଅଲ୍ ନାଇଟ୍ (Binge All Night) ବେନିଫିଟ୍ ପ୍ରଦାନ କରୁଛି।

Binge All Nightରେ ଆପଣଙ୍କୁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅନଲିମିଟେଡ୍‌ ଡାଟା ମିଳିଥାଏ। ଏଥି ସହିତ କମ୍ପାନୀ ଏହି ପ୍ଲାନରେ ୱିକେଣ୍ଡ୍ ଡାଟା ରୋଲଓଭର ଏବଂ 2 GB ପର୍ଯ୍ୟନ୍ତ ଡାଟା ଡିଲାଇଟ୍‌ ମଧ୍ୟ ଦେଉଛି। ପ୍ଲାନର ସବ୍ସକ୍ରାଇବର୍ସଙ୍କୁ Vi Movies & TV VIPର ମଧ୍ୟ ମାଗଣା ଆକ୍ସେସ୍‌ ମିଳିବ।

3099 ଟଙ୍କା ବାଲା ପ୍ଲାନ

୩୬୫ ଦିନର ବୈଧତା ସହିତ ଆସୁଥିବା ଏହି ପ୍ଲାନରେ ଆପଣଙ୍କୁ ପ୍ରତିଦିନ 2 GB ଡାଟା ମିଳିବ। ଫେଷ୍ଟିଭ୍‌ ଅଫରରେ ଏହି ପ୍ଲାନ ସହିତ ଆପଣ 75 GB ଅତିରିକ୍ତ ଡାଟା ମଧ୍ୟ ପାଇବେ। କମ୍ପାନୀ ଏହି ପ୍ଲାନରେ ସାରା ଦେଶର ସମସ୍ତ ନେଟୱାର୍କ ପାଇଁ ଅନଲିମିଟେଡ୍‌ କଲିଂ ଦିଆଯାଉଛି। ପ୍ରତିଦିନ ୧୦୦ ମାଗଣା SMS ଦେଉଥିବା ଏହି ପ୍ଲାନରେ କମ୍ପାନୀ ୧ ବର୍ଷ ପାଇଁ ଡିଜ୍‌ନୀ + ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ମଧ୍ୟ ଦିଆଯାଉଛି।

Leave A Reply

Your email address will not be published.