ମୋବାଇଲ ଫୋନରେ ଡାଉନଲୋଡ୍‌ କରି ରଖି ଦିଅନ୍ତୁ ନିଜ ଆଧାର କାର୍ଡ, ଦରକାର ବେଳେ ଆସିବ କାମରେ; ଜାଣି ରଖନ୍ତୁ ସହଜ ଉପାୟ

ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏବଂ ଏହାର ବ୍ୟବହାର ସବୁ ସରକାରୀ କାର୍ଯ୍ୟରେ କରା ଯାଇଥାଏ। ସିମ୍ କାର୍ଡ କିଣିବା ଠୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ପ୍ରାୟ ସବୁ କାମ ପାଇଁ ଏହା ଏବେ ଦରକାର ପଡ଼ୁଛି। ଆଧାର କାର୍ଡ ବିନା ଆପଣଙ୍କ ସମସ୍ତ କାମ ଅଟକି ଯାଇପାରେ। ସୂଚନାଥାଉ କି, ଭାରତୀୟଙ୍କ ପାଇଁ ଆଧାର କାର୍ଡ ସବୁଠୁ ଜରୁରୀ ପରିଚୟ ପତ୍ର। ଏଥିରେ ଫ୍ରିଙ୍ଗରପ୍ରିଣ୍ଟ ଠାରୁ ଆରମ୍ଭ କରି ଅନେକ ସମ୍ବେଦନଶୀଳ ସୂଚନା ରହିଛି। ଏଭଳି ସ୍ଥିତିରେ ଯଦି ଡାଟା ଲିକ୍ ହୋଇଯାଏ, ତ ନିହାତି ଭାବେ ଆପଣ ସମସ୍ୟାରେ ପଡ଼ିବେ। ତେବେ ସବୁ ଜାଗାରେ ଆଧାର କାର୍ଡର ହାଡ୍‌ କପି ନେଇଯିବା ସମ୍ଭବପର ନୁହେଁ। ଏମିତିରେ ଆମେ ନିଜ ସ୍ମାର୍ଟଫୋନରେ ଆଧାର କାର୍ଡର ସଫ୍ଟ କପି ନିଶ୍ଚୟ ରଖି ପାରିବା। ଏଠି ପ୍ରଶ୍ନ ଉଠୁଛି କି, ଆଧାର କାର୍ଡର ସଫ୍ଟ କପିକୁ କେମିତି ଆମେ ଡାଉନଲୋଡ୍‌ କରି ପାରିବା। ତ ଆଜି ଆମେ ଆପଣଙ୍କୁ ଏହାକୁ ଡାଉନଲୋଡ୍‌ କରିବାର ଉପାୟ ବିଷୟରେ କହିବୁ। ଏଠାରେ ଆମେ ଏକ ସହଜ ଉପାୟ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ନିଜ ମୋବାଇଲ ଫୋନରେ ଆଧାର କାର୍ଡର ସଫ୍ଟ କପି ଡାଉନଲୋଡ୍‌ କରି ପାରିବେ।

ଆଧାର କାର୍ଡ ଡାଉନଲୋଡ୍‌ କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

• ଆଧାର କାର୍ଡକୁ ନିଜ ମୋବାଇଲ ଫୋନରେ ଡାଉନଲୋଡ୍‌ କରିବା ପାଇଁ UIDAIର ଅଫିସିଆଲ େଓ୍ଵବ୍‌ସାଇଟକୁ ଯାଆନ୍ତୁ।

• My Aadhaar ମେନ୍ୟୁକୁ ଯାଇ Download Aadhaar ଅପଶନରେ ଟ୍ୟାପ୍‌ କରନ୍ତୁ।

• ଏଠାରେ ଆପଣଙ୍କୁ ଆଧାର, ଏନ୍‌ରୋଲମେଣ୍ଟ ID ଏବଂ ଭର୍ଚୁଆଲ ID ଅପଶନ ମିଳିବ।

• ଏହି ୩ ଅପଶନ ମଧ୍ୟରୁ ଆଧାର ଅପଶନକୁ ବାଛି ୧୨ ଅଙ୍କବିଶିଷ୍ଟ ଆଧାର କାର୍ଡ ନମ୍ବର ଏଣ୍ଟର କରନ୍ତୁ।

• ଏତେ ସବୁ କରିବା ପରେ ଭେରିଫିକେଶନ ପାଇଁ captcha କୋଡ୍‌ ଏଣ୍ଟର କରି OTP ଅପଶନ ଉପରେ ଟ୍ୟାପ୍‌ କରନ୍ତୁ।

• ଏବେ OTP ଏଣ୍ଟର କରନ୍ତୁ।

• ଏହାପରେ Verify and Download ଅପଶନ ଉପରେ ଟ୍ୟାପ୍‌ କରନ୍ତୁ।

• ଏହି ପ୍ରୋସେସ୍‌ ଅଧୀନରେ ଆପଣ ନିଜ ଆଧାର କାର୍ଡକୁ ମୋବାଇଲ ଫୋନରେ ଡାଉନଲୋଡ୍‌ କରି ପାରିବେ।

• ଆପଣଙ୍କୁ କହି ରଖୁଛୁ, ଆଧାର କାର୍ଡର ଫାଇଲ୍‌ ଲକ୍‌ ହୋଇଥାଏ। ଏହାକୁ ଓପନ୍‌ କରିବା ପାଇଁ ପାସ୍‌ଓ୍ଵାର୍ଡର ଆବଶ୍ୟକ ପଡ଼ିଥାଏ। ଏହି ପାସ୍‌ଓ୍ଵାର୍ଡ ଆପଣଙ୍କ ନାମର ପ୍ରଥମ ୪ ଶବ୍ଦ ଏବଂ ଜନ୍ମ ବର୍ଷ ହୋଇଥାଏ।

Leave A Reply

Your email address will not be published.