ବିଜୁଳି ମିଟରରେ ଲାଗିଥିବା ୩ଟି ଲାଇଟର କାମ କଣ? କାହିଁକି ଏହା ଥାଏ କଣ ଆପଣ ଜାଣିଛନ୍ତି

ବିଜୁଳି ମିଟରକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହାର ସିଷ୍ଟମ କେତେବେଳେ କେଉଁ ପ୍ରକାର କାମ କରିଥାଏ, ତାହା ଜାଣିବା ମୁସକିଲ ହୋଇପଡିଥାଏ । କିନ୍ତୁ ଏଥିରେ କିଛି ଇଣ୍ଡିକେଟର ଲାଗିଥାଏ, ଯାହା ବିଷୟରେ ଜାଣିବା ଗ୍ରାହକଙ୍କ ପାଇଁ ବେଶ୍‌ ଜରୁରୀ ହୋଇଥାଏ । ଏହାବ୍ୟତୀତ ବିଜୁଳି ବିଲରେ ସମସ୍ୟାଗୁଡିକରୁ ବଞ୍ଚିବା ପାଇଁ ଏବେ ସରକାର ମଧ୍ୟ ପ୍ରିପେଡ ମିଟର ଲଗାଉଛନ୍ତି । ଯାହାଦ୍ୱାରା ବିଜୁଳି ବିଲ ପୈଠ କରିବାରେ ଯେପରି ବିଳମ୍ବ ନହୁଏ ତାସହିତ ଯେପରି କୌଣସି ସମସ୍ୟା ନହୁଏ। ଏହି ପ୍ରିପେଡ ମିଟର ଦ୍ୱାରା ମଧ୍ୟ ବିଦ୍ୟୁତ୍‌ ଶୁଳ୍କ ସଠିକ ସମୟରେ ଆଦାୟ କରାଯାଇ ପାରୁଛି ।

ପ୍ରିପେଡ ମିଟର ବିଲକୁଲ ପ୍ରିପେଡ୍‌ ମୋବାଇଲ ଭଳି କାମ କରିଥାଏ। ଯେପରି ପ୍ରିପେଡ ମୋବାଇଲକୁ ରିଚାର୍ଜ କରିବା ପରେ କଲ୍ କରି ହୁଏ । ଠିକ ସେହିପରି ମିଟର ନମ୍ବରରେ ରିଚାର୍ଜ କରିବା ପରେ ଏହା ଚାଲୁ ହୋଇଥାଏ । ମିଟରର ବାଲାନ୍ସ ହେବା କ୍ଷଣି ଏହା ଲାଇଟ କାଟି ଦେଇଥାଏ । ପ୍ରିପେଡ ମିଟର ଆଗରେ ସର୍ବ ଉପରେ କମ୍ପାନୀର ନାମ ରହିଥାଏ । ଏହାତଳେ ଏଲସିଡି ଡିସପ୍ଲେ ଏବଂ ଡିସପ୍ଲେ ତଳେ ୩ଟି ଏଲଇଡି ଲାଇଟ ରହିଥାଏ । ଲାଇଟ ପାଖରେ କିପ୍ୟାଡ ରହିଥିବା ବେଳେ ଏହା ତଳେ ରହିଥାଏ ମିଟରର ସିରିୟଲ ନମ୍ବର ।

meterମିଟରର ଲେଫ୍ଟ ସାଇଡରେ ଲାଇଟ କ୍ରେଡିଟ ଷ୍ଟାଟସ ଦେଖାଯାଇଥାଏ । ମିଟରରେ କ୍ରେଡିଟ କମ୍ ହେବା ଦ୍ୱାରା ଏହି ଲାଇଟ ଲାଲ ହୋଇଯାଇଥାଏ । ସେହିପରି କ୍ରେଡିଟ ଅଧିକ ହେବା ଦ୍ୱାରା ଏହି ଲାଇଟ ଗ୍ରୀନ ଜଳିଥାଏ । ତେବେ ମିଟରର ଡିଫଲ୍ଟ କ୍ରେଡିଟ ଲିମିଟ ୧୦୦ ଟଙ୍କା ହୋଇଥାଏ । ତେବେ ମଝିରେ ଥିବା ଏଲଇଡି ମିଟରରେ ଟ୍ୟାମ୍ପରିଙ୍ଗକୁ ଦର୍ଶାଇଥାଏ । ସେହିପରି ମିଟରରେ ଲାଗିଥିବା କୋଲାବରେସନକୁ ଦର୍ଶାଇଥାଏ।

ଯଦି ଆପଣଙ୍କ ମିଟର ପ୍ରିପେଡ ତାହେଲେ ଏଥିରେ ଲେଫ୍ଟ ସାଇଡର ଲାଇଟ ନାଲି ଜଳୁଥିଲେ ଆପଣଙ୍କ ଘରର ଲାଇଟ କେବେବି ଯାଇପାରେ। ଏଥିପାଇଁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ।

Leave A Reply

Your email address will not be published.