ହ୍ଵାଟ୍ସଆପର ଏହି ଚାର୍ଟବୋଟ୍‌ ବଦଳାଇ ଦେବ ଆପଣଙ୍କ ଦୁନିଆ, ଜାଣନ୍ତୁ, କିପରି ସହଜ ହେବ ଆପଣଙ୍କର ଦୈନନ୍ଦୀନ କାର୍ଯ୍ୟ

ନୂଆଦିଲ୍ଳୀ : ବଦଳୁଥିବା ସମୟ ସଂଗେ ତାଳ ଦେଇ ହ୍ଵାଟ୍ସଆପ ମଧ୍ୟ ତା’ର ଚାର୍ଟ ପ୍ରକ୍ରିୟା ବଦଳାଉଛି । ହ୍ଵାଟ୍ସଆପ କେବଳ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ବାର୍ତ୍ତାଳାପ ପାଇଁ ଆଉ ସିମୀତ ହୋଇ ରହିନାହିଁ । ଏହା ଆପଣଙ୍କୁ ଦୈନନ୍ଦୀନ କାର୍ଯ୍ୟରେ ମଧ୍ୟ ବହୁତ ସହାୟକ ହୋଇପାରିବ । ହ୍ଵାଟ୍ସଆପ ଏବେ ଏପରି କିଛି ସୁବିଧା କରିଛି ଯାହାଦ୍ୱାରା ଆପଣ ମେସେଜ ପଠାଇବା ସହ ପରିବା ଅର୍ଡର କରିବା, ପିରିୟଡସ୍‌ ଟ୍ରାକ୍‌ କରିବା,ଟ୍ରେନରେ ଖାଦ୍ୟ ବୁକ୍‌, ଉବର ଟ୍ୟାକ୍ସି ବୁକ୍‌ କରିବା ଓ ଫ୍ଲାଇଟର ସହାୟତା ମଧ୍ୟ ନେଇ ପାରିବେ । ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ଆଉ ଅଧିକ କିଛି ଆପ୍‌ ବ୍ୟବହାର କରିବାକୁ ପଡ଼ିବ ନାହିଁ ।

ହ୍ଵାଟ୍ସଆପରେ ଗ୍ରୋସରୀ ଅର୍ଡର କରନ୍ତୁ

ଆପଣ ପରିବା,ଦୈନିକ ଖାଦ୍ୟ ପଦାର୍ଥ,କିରାନା ଜିନିଷ କିଣିବା ପାଇଁ JioMart ର ସହାୟତା ନେଇ ପାରିବେ । ଆପଣଙ୍କୁ କେବଳ ଏହି ନମ୍ବର ୭୯୭୭୦୭୯୭୭୦ ରେ ‘Hi’ ଅର୍ଡର କରିବାକୁ ହେବ । ଏହାପରେ ଆପଣଙ୍କୁ ପୁରା କାଟାଲଗ ଦେଖାଯିବ । ଯେଉଁଥିରେ ଆପଣ ନିଜର ଜିନିଷ ବାଛି ପାରିବେ । ଏବେ ଆପଣ ନିଜର ଜିନିଷର ତାଲିକା, ଠିକଣା ଓ ଡେଲିଭରି ପରେ ପେମେଣ୍ଟ ଅପସନ ମଧ୍ୟ ବାଛି ପାରିବେ । କିମ୍ବା ହ୍ଵାଟ୍ସଆପ ବ୍ୟବହାର କରି UPI ମାଧ୍ୟମରେ ପେମେଣ୍ଟ କରିପାରିବେ ।

ହ୍ଵାଟ୍ସଆପରେ ଟ୍ରେନରେ ଖାଦ୍ୟ ପରିବେଷଣ

ଯଦି ଆପଣ ସର୍ବଦା ଟ୍ରେନରେ ଯାତ୍ରା କରୁଛନ୍ତି,ତେବେ ହ୍ଵାଟ୍ସଆପର ଏହି ୭୦୪୨୦୬୨୦୭୦ ନମ୍ବର ବ୍ୟବହାର କରି ଖାଦ୍ୟ ଅର୍ଡର କରିପାରିବେ । ଆପଣଙ୍କୁ କେବଳ ଆପଣଙ୍କର PNR ନମ୍ବର ଓ ସିଟ୍‌ ନମ୍ବର ଦେବାକୁ ହେବ । ଆପଣଙ୍କ ସିଟରେ ଆପଣଙ୍କ ପସନ୍ଦର ଖାଦ୍ୟ ପହଞ୍ଚାଇ ଦିଆଯିବ ।

ହ୍ଵାଟ୍ସଆପରେ ଟ୍ୟାକ୍ସି ବୁକ କରିପାରିବେ

ଯଦି ଆପଣ ଉବର ଆପ ଉପଯୋଗ କରିବାକୁ ଅସୁବିଧା ହେଉଥାଏ । ତେବେ ଆପଣ ଏହି ନମ୍ବର ୭୨୯୨୦୦୦୦୦୨ ଜରିଆରେ ଉବର ଟ୍ୟାକ୍ସି ବୁକ୍‌ କରିପାରିବେ ।

ହ୍ଵାଟ୍ସଆପରେ ପିରିୟଡ୍‌ସ ଟ୍ରାକିଂ କରିପାରିବେ

ମହିଳାମାନେ ଏହି ଚାର୍ଟ ବ୍ୟବହାର କରି ନିଜର ପିରିୟଡସ ଟ୍ରାକ୍‌ କରିପାରିବେ । ଆପଣଙ୍କୁ କେବଳ – ଲେଖିକରି ୯୭୧୮୮୬୬୬୪୪ ନମ୍ବରରେ ପଠାଇବାକୁ ହେବ । ଏଥିରେ ଆପଣଙ୍କ ଟାଇମିଂର ସମୟ ଦେବାକୁ ହେବ । ଯାହା ଫଳରେ ମହିଳାମାନେ ସେମାନଙ୍କର ପିରିୟଡସ ସମ୍ପର୍କରେ ଏକ ଆଲର୍ଟ ମେସେଜ ପାଇ ପାରିବେ ।

ହ୍ଵାଟ୍ସଆପରେ ବିମାନ ସହାୟତା

ଯଦି ଆପଣହ୍ଵାଟ୍ସଆପ ସହାୟତାରେ ବିମାନ ସହାୟତା (ଫ୍ଲାଇଟ୍‌ ଆସିଷ୍ଟାନ୍ସ) ଚାହୁଁଛନ୍ତି ତ ଆପଣ ଇଣ୍ଡିଗୋ- ୭୪୨୮୦୮୧୨୮୧ ବା ଏୟାର ଇଣ୍ଡିଆ-୯୧୫୪୧୯୫୫୦୫ ର ସହଯୋଗ ନେଇ ପାରିବେ । ଏହି ଚାର୍ଟ ସହାୟତାରେ ଆପଣ ଆପଣଙ୍କ ଫ୍ଲାଇଟର ଷ୍ଟାଟସ ଓ ଚେକ୍‌ ଇନ କରି ପାରିବେ । ଆପଣ ସିଧା ଫ୍ଲାଇଟ ବି ବୁକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.