ଖୁସି ଖବର, ବଢ଼ୁଛି ‘Delete for Everyone’ ଅପ୍ସନର ଟାଇମ୍‌ ଲିମିଟ୍‌

ଏବେ ଆଉ ଟେନସନ୍‌ ନାହିଁ। ଭୟ ରହିବନି କି ଡରିବାର ଆବଶ୍ୟକତା ନାହିଁ। ଯଦି ଆପଣ କାହାକୁ ମେସେଜ୍‌ କରିଛନ୍ତି ଆଉ ଡିଲିଟ କରିବାକୁ ଚାହୁଁଛନ୍ତି ତେବେ ତାକୁ ୨ ଦିନ ପରେ ବି ଡିଲିଟ୍‌ କରିପାରିବେ। ହଁ ଏବେ ଆପଣ ଆଉ ଦୁଇ ଘଣ୍ଟା ନୁହେ ଦୁଇ ଦିନ ପରେ ବି Delete for Everyone କରିପାରିବେ। ଚାଟିଙ୍ଗ ପାଇଁ ଆଜିର ସମୟରେ ଅଧିକାଂଶ ଲୋକ ହ୍ଵାଟ୍ସଆପର ବ୍ୟବହାର କରୁଛନ୍ତି। ଏହି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ଦିଆଯାଉଛି। ଯେଉଁଥିରେ ଗୋଟିଏ ହେଉଛି ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ୍‌ କରିବା ବା (WhatsApp Delete for Everyone) କରିବା ମଧ୍ୟ। ନିଜ ମେସେଜକୁ ସାମ୍ନା ବାଲାଙ୍କ ପାଖରେ ଡିଲିଟ କରିବା ପାଇଁ ଆପଣଙ୍କ ପାଖରେ ଏକ ସୀମିତ ସମୟ ରହିଥାଏ, ଯାହା ବହୁତ କମ୍‌ ସମୟ ପାଇଁ ରହିଥାଏ। କିନ୍ତୁ ଏବେ ଆଉ ସେପରି ହେବ ନାହିଁ। ଏବେ ଏହି ଅପ୍ସନର ଟାଇମ୍‌ ଲିମିଟକୁ ବଢ଼ାଇ ଦିଆଯାଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପ୍‌ ସହ ଜଡିତ ପ୍ରତ୍ୟେକ ଲାଟେଷ୍ଟ ଖବର ଲୋକଙ୍କ ପାଖରେ ପହଁଚାଉଥିବା ପ୍ଳାଟଫର୍ମ WABetaInfoର ଲାଟେଷ୍ଟ ରିପୋର୍ଟରେ ଏହା କୁହାଯାଇଛି ଯେ ହ୍ଵାଟ୍ସଆପ ଦୁଇଟି ନୂଆ ଫିଚର୍ସ ଉପରେ କାମ କରୁଛି। ଏହି ଫିଚର୍ସ ମଧ୍ୟରୁ ଗୋଟିଏ ହେଉଛି, ଡିଲିଟ୍‌ ଫର ଏଭ୍ରିଓ୍ଵାନ’ ଅପ୍ସନର ଟାଇମ ଲିମିଟ୍‌। ସମସ୍ତଙ୍କ ପାଇଁ ମେସେଜକୁ ଡିଲିଟ କରିବା ଅପ୍ସନର ଟାଇମ ଲିମିଟକୁ ଏବେ ଦୁଇ ଦିନ ଏବଂ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏବେ ପର୍ଯ୍ୟନ୍ତ ଏହି ଲିମିଟ ଏକ ଘଣ୍ଟା, ଆଠ ମିନିଟ୍‌ ଏବଂ ୧୨ ସେକେଣ୍ଡ ଥିଲା।

ଏହି ଫିଚରକୁ ବର୍ତ୍ତମାନ ହ୍ଵାଟ୍ସଆପ୍‌ ଫର ଆଣ୍ଡ୍ରଏଡ୍‌ ବୀଟା ୨.୨୨.୧୫.୮ ଭର୍ସନରେ ଦେଖାଯାଇଛି। ହ୍ଵାଟ୍ସଆପ ବି ଏହା ବିଷୟରେ ଷ୍ଟାଟସ ଜରିଆରେ ନିଜର ୟୁଜର୍ସଙ୍କୁ ଏ ସର୍ଟ ଭିଡିଓ ମାଧ୍ୟମରେ ଜଣାଇଛି। ତେବେ କମ୍ପାନୀ ଏହା ସ୍ପଷ୍ଟ କରିନି ଯେ ଏହି ଫିଚର ଅନ୍ୟ ୟୁଜର୍ସଙ୍କ ପାଇଁ କେବେ ସୁଦ୍ଧା ଜାରି କରିବ।

ଏହିି ଫିଚର ବ୍ୟତୀତ ହ୍ଵାଟ୍ସଆପ୍‌ ଏକ ନୂଆ ଫିଚର ଉପରେ ମଧ୍ୟ କାମ କରୁଛି, ଯାହା ଏକ ପ୍ରାଇଭେସୀ ଫିଚର। ରିପୋର୍ଟ ମୁତାବକ ଆଗାମୀ ସମୟରେ ୟୁଜର୍ସ ନିଜର ଅନଲାଇନ ଷ୍ଟାଟସକୁ ଭି କିଛି ଖାସ କଣ୍ଟାକ୍ଟସଙ୍କ ଠାରୁ ଲୁଚାଇ ରଖିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପର ଏହି ଷ୍ଟାଟସ୍‌ ହାଇଡ ଫିଚର ଉପରେ ଏବେ କାମ ଚାଲୁଛି। ଏବଂ ଆଗାମୀ କିଛି ଦିନ ମଧ୍ୟରେ କୌଣସି ଅପଡେଟ୍‌ ଜରିଆରେ ଏହି ଫିଚରକୁ ଜାରି କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.