ହ୍ୱାଟ୍ସଆପ୍‌ ରେ ଚାଟିଂ କରିବା ବେଳେ ଆପଣ ଅନ୍‌ଲାଇନ୍‌ରେ ଥିବାର ଜଣାପଡ଼ିବ ନାହିଁ, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ବ୍ୟବହାର ଆମେ ସମସ୍ତେ କରୁଛେ। ବୋଧହୁଏ ଆପଣ କିଛି ବ୍ୟକ୍ତିଙ୍କ ସହ ଚାଟ୍ କରିବାକୁ ଚାହାଁନ୍ତି, କିନ୍ତୁ ଏହା ବିଷୟରେ ଅନ୍ୟ କାହାକୁ ଜଣାଇବାକୁ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତି ପାଇଁ, ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବାକୁ ଯାଉଛୁ । ଯାହା ମାଧ୍ୟମରେ ଆପଣ ହ୍ୱାଟ୍ସଆପ୍‌ରରେ ଚ୍ୟାଟିଂ କରିବା ସମୟରେ ଅନ୍‌ଲାଇନ୍‌ ଦେଖି ପାରିବେ ନାହିଁ ।

ପ୍ରଥମ ଟ୍ରିକ :

ସ୍ମାର୍ଟଫୋନର ନୋଟିଫିକେସନ ୱିଣ୍ଡୋ ବ୍ୟବହାର କରନ୍ତୁ । ବାସ୍ତବରେ, ଯେତେବେଳେ ବି ହ୍ୱାଟ୍ସଆପ୍‌ ରେ ମେସେଜ୍ ଆସେ, ଏହାର ନୋଟିଫିକେସନ ନିଶ୍ଚିତ ଭାବରେ ଆପଣଙ୍କ ଫୋନରେ ଆସିଥାଏ। ଯଦି ଆପଣ ବହୁତ ପୁରୁଣା ଫୋନ୍ ବ୍ୟବହାର କରୁନାହାଁନ୍ତି, ତେବେ ମେସେଜ୍ ର ତଳେ ରିପ୍ଲାଇର ଅପସନ ମଧ୍ୟ ମିଳିଥିବ। ଏହି ଅପସନକୁ ଯାଇ, ଆପଣ ବିନା ହ୍ୱାଟ୍ସଆପ୍‌ ଖୋଲି ମେସେଜ୍ ର ରିପ୍ଲାଇ ଦେଇପାରିବେ। ଏପରି କରିବାର ଫାଇଦା ଏହା ହେବ କି ଆପଣଙ୍କୁ ଲାଷ୍ଟ ସିନ୍‌ ଓ ଷ୍ଟାଟସରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍‌ ଅନ୍ୟ ଲୋକଙ୍କୁ ଆପଣ ଅନ୍‌ଲାଇନ୍‌ ଆସିବାର ଜଣାପଡ଼ିବ ନାହିଁ।

ଦ୍ୱିତୀୟ ଟ୍ରିକ :

ସ୍ମାର୍ଟଫୋନର ମୋବାଇଲ୍ ଡାଟା ଏବଂ ୱାଇଫାଇ କନେକ୍ସନକୁ ବନ୍ଦ କରିବାକୁ ପଡିବ।ଏହା ପରେ ହ୍ୱାଟ୍ସଆପ୍‌ ଖୋଲନ୍ତୁ ଏବଂ ସେହି ମେସେଜ୍‌କୁ ଯାଆନ୍ତୁ ଯାହାକୁ ରିପ୍ଲାଇ କରିବାକୁ ଚାହୁଁଛନ୍ତି । ଏଠାରେ ମେସେଜ୍ ଟାଇପ୍ କରନ୍ତୁ ଏବଂ ତାହାକୁ ପଠାନ୍ତୁ। ବର୍ତ୍ତମାନ ଏହି ମେସେଜ୍‌ ସେଣ୍ଡ ହେବନାହିଁ । ଏବେ ହ୍ୱାଟ୍ସଆପ୍‌କୁ ବନ୍ଦ କରି ଦିଅନ୍ତୁ । ସ୍ମାର୍ଟଫୋନ୍‌ର ଇଣ୍ଟରନେଟ୍‌କୁ ପୁଣି ଚାଲୁ କରନ୍ତୁ । ମେସେଜ୍ ଆପେ ଆପେ ଚାଲିଯିବ ଏବଂ ଆପଣ କାହାକୁ ବି ଅନ୍‌ଲାଇନ୍‌ ମଧ୍ୟ ଦେଖି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.